କାଉଡ଼ିଆ ଯାତ୍ରା ରାସ୍ତାରେ ଦୋକାନୀ ନାମଫଳକ ଲଗାଇବା ପ୍ରସଙ୍ଗ: ଯୋଗୀଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ କାଉଡ଼ିଆ ଯାତ୍ରା ରାସ୍ତାରେ ଦୋକାନୀ ନାମଫଳକ ଲଗାଇବା ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି। କାଉଡ଼ିଆଙ୍କ ଯାତ୍ରା ରୁଟ୍‌ରେ ଖାଦ୍ୟ ସାମଗ୍ରୀ, ଫଳ, ପାଣି ଆଦି ବିକ୍ରି କରୁଥିବା ସମସ୍ତ ଦୋକାନ, କ୍ୟାବିନ ଓ ଠେଲାଗାଡ଼ିରେ ମାଲିକ ଓ କର୍ମଚାରୀଙ୍କ ନାମ ଲେଖାଥିବା ଆବଶ୍ୟକ ବୋଲି ଉତ୍ତରପ୍ରଦେଶ ସରକାର ନିର୍ଦେଶ ଦେଇଥିଲେ। ୟୁପି ସରକାରଙ୍କ ନିଷ୍ପତ୍ତି ପରେ ପରେ […]

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ କାଉଡ଼ିଆ ଯାତ୍ରା ରାସ୍ତାରେ ଦୋକାନୀ ନାମଫଳକ ଲଗାଇବା ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି। କାଉଡ଼ିଆଙ୍କ ଯାତ୍ରା ରୁଟ୍‌ରେ ଖାଦ୍ୟ ସାମଗ୍ରୀ, ଫଳ, ପାଣି ଆଦି ବିକ୍ରି କରୁଥିବା ସମସ୍ତ ଦୋକାନ, କ୍ୟାବିନ ଓ ଠେଲାଗାଡ଼ିରେ ମାଲିକ ଓ କର୍ମଚାରୀଙ୍କ ନାମ ଲେଖାଥିବା ଆବଶ୍ୟକ ବୋଲି ଉତ୍ତରପ୍ରଦେଶ ସରକାର ନିର୍ଦେଶ ଦେଇଥିଲେ। ୟୁପି ସରକାରଙ୍କ ନିଷ୍ପତ୍ତି ପରେ ପରେ ଉତ୍ତରାଖଣ୍ଡ ଏବଂ  ମଧ୍ୟପ୍ରଦେଶର ଉଜ୍ଜୟୀନ ପୌର କର୍ତ୍ତୃପକ୍ଷ ମଧ୍ୟ ଅନୁରୂପ ଆଦେଶ ଜାରି କରିଥିଲେ। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ ଅଫ ପ୍ରୋଟେକ୍ସନ ଅଫ ସିଭିଲ ରାଇଟ୍ସ ପକ୍ଷରୁ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏହାପରେ ରୋକ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଜୟପୁରରେ ୩୫ ଲକ୍ଷ ଟଙ୍କାର ଅଳଙ୍କାର ଲୁଟ୍: ଅଭିଯୁକ୍ତଙ୍କୁ ଖାଲି ପାଦରେ ଚଲାଇଲା ପୋଲିସ, ଭିଡିଓ ଭାଇରାଲ୍

ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହ ସୁପ୍ରିମକୋର୍ଟ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ପଠାଇ ଉତ୍ତର ମାଗିଛନ୍ତି । କୋର୍ଟ କହିଛନ୍ତି ଯେ ଦୋକାନୀମାନେ ସେମାନଙ୍କ ନାମ ପ୍ରକାଶ କରିବା ଆବଶ୍ୟକ କରନ୍ତି ନାହିଁ। ସେମାନେ କେବଳ କ’ଣ ଏବଂ କେଉଁ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ତାହା କହିବେ ବା ବୋର୍ଡରେ ଲେଖିବେ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଇସ୍‌ଲାମିକ୍ ଷ୍ଟେଟ୍ (ISIS) ସମର୍ଥକ ରକିବ୍ ଇମାମ୍ ଅନସାରୀଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ, ଲକ୍ଷ୍ନୌ NIA କୋର୍ଟଙ୍କ ବଡ଼ ରାୟ

ଏହାପୂର୍ବରୁ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏହା ଏକ ଚିନ୍ତାଜନକ ପରିସ୍ଥିତି, ଯେଉଁଠାରେ ସରକାର ସମାଜକୁ ବିଭାଜନ କରିବାକୁ ପଦକ୍ଷେପ ନେଉଛନ୍ତି। ଏଥି ସହିତ ବିରୋଧୀ ଦଳମାନେ ଏହାକୁ ସମ୍ବିଧାନ ବିରୋଧୀ ପଦକ୍ଷେପ କହିଛନ୍ତି।ଏଆଇଏମ୍‌ଆଇଏମ୍ ନେତା ଅସାଦୁଦ୍ଦିନ ଓଓ୍ବେସି କହିଛନ୍ତି, ଦେଶରେ ମୁସଲିମ୍‌ଙ୍କ ପ୍ରତି ଘୃଣା ବଢୁଥିବାର ଏହା ନିଦର୍ଶନ। ସିପିଏମ୍‌ ନେତ୍ରୀ ବୃନ୍ଦା କାରାତ କହିଛନ୍ତି, ସମାଜକୁ ଭାଗ କରିବାକୁ ଉଦ୍ୟମ ହୋଇଛି। ଜର୍ମାନୀରେ ନାଜିମାନେ ଇହୁଦୀଙ୍କୁ ଏପରି ଟାର୍ଗେଟ୍‌ କରିଥିଲେ। ଶିବସେନା(ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ କହିଛନ୍ତି, ଦେଶର ଏକତାକୁ ନଷ୍ଟ କରାଯାଉଛି। ଏଥିରୁ କାହାରିକୁ କିଛି ଲାଭ ମିଳିବନି, କେବଳ ଧର୍ମୀୟ ବିଦ୍ବେଷ ବଢିବ। ସରକାରଙ୍କ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ବାନ, ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ଏବଂ ଏନ୍‌ସିପିର ପ୍ରଫୁଲ୍ଲ ପଟେଲ ମଧ୍ୟ ୟୁପି ଓ ଉତ୍ତରାଖଣ୍ଡ ସରକାରଙ୍କ ଏଭଳି ଆଦେଶକୁ ନାପସନ୍ଦ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦେଶରେ ଖୁବ୍‌ଶୀଘ୍ର ପ୍ରଚଳନ ହେବ ପ୍ଲାଷ୍ଟିକ୍‌ ନୋଟ୍‌, ବୈଧ ରହିବ ପୁରୁଣା କାଗଜ ନୋଟ୍ ...

22 Jul 2024 By The Sakala

କାଉଡ଼ିଆ ଯାତ୍ରା ରାସ୍ତାରେ ଦୋକାନୀ ନାମଫଳକ ଲଗାଇବା ପ୍ରସଙ୍ଗ: ଯୋଗୀଙ୍କ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ସରକାରଙ୍କ କାଉଡ଼ିଆ ଯାତ୍ରା ରାସ୍ତାରେ ଦୋକାନୀ ନାମଫଳକ ଲଗାଇବା ପ୍ରସଙ୍ଗରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ଉପରେ ରୋକ୍‌ ଲଗାଇଛନ୍ତି। କାଉଡ଼ିଆଙ୍କ ଯାତ୍ରା ରୁଟ୍‌ରେ ଖାଦ୍ୟ ସାମଗ୍ରୀ, ଫଳ, ପାଣି ଆଦି ବିକ୍ରି କରୁଥିବା ସମସ୍ତ ଦୋକାନ, କ୍ୟାବିନ ଓ ଠେଲାଗାଡ଼ିରେ ମାଲିକ ଓ କର୍ମଚାରୀଙ୍କ ନାମ ଲେଖାଥିବା ଆବଶ୍ୟକ ବୋଲି ଉତ୍ତରପ୍ରଦେଶ ସରକାର ନିର୍ଦେଶ ଦେଇଥିଲେ। ୟୁପି ସରକାରଙ୍କ ନିଷ୍ପତ୍ତି ପରେ ପରେ ଉତ୍ତରାଖଣ୍ଡ ଏବଂ  ମଧ୍ୟପ୍ରଦେଶର ଉଜ୍ଜୟୀନ ପୌର କର୍ତ୍ତୃପକ୍ଷ ମଧ୍ୟ ଅନୁରୂପ ଆଦେଶ ଜାରି କରିଥିଲେ। ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ ଅଫ ପ୍ରୋଟେକ୍ସନ ଅଫ ସିଭିଲ ରାଇଟ୍ସ ପକ୍ଷରୁ ଏକ ପିଟିସନ୍‌ ଦାଖଲ କରାଯାଇଥିଲା। ଯାହାର ଶୁଣାଣି କରି ସୁପ୍ରିମକୋର୍ଟ ଏହାପରେ ରୋକ ଲଗାଇଛନ୍ତି।

ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତ୍ତି ଉପରେ ରୋକ୍ ଲଗାଇବା ସହ ସୁପ୍ରିମକୋର୍ଟ ୟୁପି, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ପଠାଇ ଉତ୍ତର ମାଗିଛନ୍ତି । କୋର୍ଟ କହିଛନ୍ତି ଯେ ଦୋକାନୀମାନେ ସେମାନଙ୍କ ନାମ ପ୍ରକାଶ କରିବା ଆବଶ୍ୟକ କରନ୍ତି ନାହିଁ। ସେମାନେ କେବଳ କ’ଣ ଏବଂ କେଉଁ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ତାହା କହିବେ ବା ବୋର୍ଡରେ ଲେଖିବେ ବୋଲି କୋର୍ଟ କହିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୬ରେ ହେବ ବୋଲି ଜଣାପଡ଼ିଛି।

ଏହାପୂର୍ବରୁ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏହା ଏକ ଚିନ୍ତାଜନକ ପରିସ୍ଥିତି, ଯେଉଁଠାରେ ସରକାର ସମାଜକୁ ବିଭାଜନ କରିବାକୁ ପଦକ୍ଷେପ ନେଉଛନ୍ତି। ଏଥି ସହିତ ବିରୋଧୀ ଦଳମାନେ ଏହାକୁ ସମ୍ବିଧାନ ବିରୋଧୀ ପଦକ୍ଷେପ କହିଛନ୍ତି।ଏଆଇଏମ୍‌ଆଇଏମ୍ ନେତା ଅସାଦୁଦ୍ଦିନ ଓଓ୍ବେସି କହିଛନ୍ତି, ଦେଶରେ ମୁସଲିମ୍‌ଙ୍କ ପ୍ରତି ଘୃଣା ବଢୁଥିବାର ଏହା ନିଦର୍ଶନ। ସିପିଏମ୍‌ ନେତ୍ରୀ ବୃନ୍ଦା କାରାତ କହିଛନ୍ତି, ସମାଜକୁ ଭାଗ କରିବାକୁ ଉଦ୍ୟମ ହୋଇଛି। ଜର୍ମାନୀରେ ନାଜିମାନେ ଇହୁଦୀଙ୍କୁ ଏପରି ଟାର୍ଗେଟ୍‌ କରିଥିଲେ। ଶିବସେନା(ଉଦ୍ଧବ ଗୋଷ୍ଠୀ) ନେତା ସଞ୍ଜୟ ରାଉତ କହିଛନ୍ତି, ଦେଶର ଏକତାକୁ ନଷ୍ଟ କରାଯାଉଛି। ଏଥିରୁ କାହାରିକୁ କିଛି ଲାଭ ମିଳିବନି, କେବଳ ଧର୍ମୀୟ ବିଦ୍ବେଷ ବଢିବ। ସରକାରଙ୍କ ସହଯୋଗୀ ଦଳ ଲୋକ ଜନଶକ୍ତି ପାର୍ଟି(ଏଲଜେପି) ମୁଖ୍ୟ ତଥା କେନ୍ଦ୍ର ମନ୍ତ୍ରୀ ଚିରାଗ ପାଶ୍ବାନ, ରାଷ୍ଟ୍ରୀୟ ଲୋକ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ ଏବଂ ଏନ୍‌ସିପିର ପ୍ରଫୁଲ୍ଲ ପଟେଲ ମଧ୍ୟ ୟୁପି ଓ ଉତ୍ତରାଖଣ୍ଡ ସରକାରଙ୍କ ଏଭଳି ଆଦେଶକୁ ନାପସନ୍ଦ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର