ପାକିସ୍ତାନରେ ବଡ଼ଧରଣର ଭୂକମ୍ପ ଝଟକା, ୨୦ ଜଣଙ୍କର ମୃତ୍ୟୁ

The Sakala Picture
Published On

ଲାହୋର : ବଡ଼ ଧରଣର ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋଟ ପାଖାପାଖି ସାଢ଼େ ୩ଟା ବେଳେ କମ୍ପନ ଅନୁଭୂତ ହୋଇଥିଲା । ଦକ୍ଷିଣ ପାକିସ୍ତାନରେ ହୋଇଥିଲା ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏତେ ଜୋରରେ କମ୍ପନ ହୋଇଥିଲା ଯେ ଘରର ଛାତ ଭୁଶୁଡ଼ି ପଡ଼ିବା ସହ କାନ୍ଥ ପଡ଼ିଯାଇଥିଲା।ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁଁ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଛି। କ୍ୱେଟାର ପୂର୍ବ-ଉତ୍ତରପୂର୍ବକୁ […]

ଲାହୋର : ବଡ଼ ଧରଣର ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋଟ ପାଖାପାଖି ସାଢ଼େ ୩ଟା ବେଳେ କମ୍ପନ ଅନୁଭୂତ ହୋଇଥିଲା । ଦକ୍ଷିଣ ପାକିସ୍ତାନରେ ହୋଇଥିଲା ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏତେ ଜୋରରେ କମ୍ପନ ହୋଇଥିଲା ଯେ ଘରର ଛାତ ଭୁଶୁଡ଼ି ପଡ଼ିବା ସହ କାନ୍ଥ ପଡ଼ିଯାଇଥିଲା।ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁଁ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

ଆହୁରି ପଢ଼ନ୍ତୁ: ଅମରନାଥ ଯାତ୍ରା ୨୦୨୬: ଜୁଲାଇ ୩ରୁ ଆରମ୍ଭ ହେବ ପବିତ୍ର ଯାତ୍ରା, ଏପ୍ରିଲ ୧୫ରୁ ପଞ୍ଜୀକରଣ

କ୍ୱେଟାର ପୂର୍ବ-ଉତ୍ତରପୂର୍ବକୁ ପ୍ରାୟ ୧୦୨ କିଲୋମିଟର୍‌ ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା।ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହାରନାଇ ସହର। ଏଠାରେ ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି। ହେଲେ ପ୍ରକୃତରେ କ’ଣ ଘଟିଛି, ସେକଥା ଏଯାଏ ଜଣାପଡ଼ିନି। ହାରନାଇ ବ୍ୟତୀତ କ୍ୱେଟ୍ଟା, ସିବି, ପିଶିନ, କ୍ୟୁଲା ସୈଫୁଲ୍ଲା, ଛାମନ, ଜିଆରତ ଓ ଝୋବରେ ମଧ୍ୟ ଭୂକମ୍ପ ଯୋଗୁ କ୍ଷୟକ୍ଷତି ଘଟିଛି।

ଆହୁରି ପଢ଼ନ୍ତୁ: ନୋଏଡ଼ା ଶ୍ରମିକ ଆନ୍ଦୋଳନରେ ପାକିସ୍ତାନ ଲିଙ୍କ୍ ! ସନ୍ଦେହରେ ପୋଲିସର ତଦନ୍ତ ଜାରି

ଆହୁରି ପଢ଼ନ୍ତୁ: ଲୋକସଭା ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ପ୍ରସ୍ତାବ

କେବଳ ହାରନାଇରେ ୭୦ଟି ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି। ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବାଲୋଚିସ୍ତାନ ଗୃହ ମନ୍ତ୍ରୀ ମୀର ଜିଆ ଉଲ୍ଲା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆମ ପାଖକୁ ଆସିଛି। ସମସ୍ତେ କାନ୍ଥ ପଡ଼ି କିମ୍ବା ଘର ଭାଙ୍ଗିବା ଯୋଗୁ ପ୍ରାଣ ହରାଇଛନ୍ତି। ଏବେ କ୍ଷୟକ୍ଷତି ଆକଳନ କରାଯାଉଛି। ତେଣୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଛୋଟ ପିଲା ରହିଛନ୍ତି।

07 Oct 2021 By The Sakala

ପାକିସ୍ତାନରେ ବଡ଼ଧରଣର ଭୂକମ୍ପ ଝଟକା, ୨୦ ଜଣଙ୍କର ମୃତ୍ୟୁ

ଲାହୋର : ବଡ଼ ଧରଣର ଭୂମିକମ୍ପରେ ଥରିଲା ପାକିସ୍ତାନ । ଆଜି ଭୋଟ ପାଖାପାଖି ସାଢ଼େ ୩ଟା ବେଳେ କମ୍ପନ ଅନୁଭୂତ ହୋଇଥିଲା । ଦକ୍ଷିଣ ପାକିସ୍ତାନରେ ହୋଇଥିଲା ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏତେ ଜୋରରେ କମ୍ପନ ହୋଇଥିଲା ଯେ ଘରର ଛାତ ଭୁଶୁଡ଼ି ପଡ଼ିବା ସହ କାନ୍ଥ ପଡ଼ିଯାଇଥିଲା।ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଭୂମିକମ୍ପ ଯୋଗୁଁ ପ୍ରାୟ ୨୦ ଜଣଙ୍କର ମୃତ୍ୟୁ ହୋଇଛି।

କ୍ୱେଟାର ପୂର୍ବ-ଉତ୍ତରପୂର୍ବକୁ ପ୍ରାୟ ୧୦୨ କିଲୋମିଟର୍‌ ଦୂରରେ ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିବା ବେଳେ ରାତି ପ୍ରାୟ ୩ଟା ବେଳେ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ ଏହା ସଂଘଠିତ ହୋଇଥିଲା।ଭୂକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ହାରନାଇ ସହର। ଏଠାରେ ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି। ହେଲେ ପ୍ରକୃତରେ କ’ଣ ଘଟିଛି, ସେକଥା ଏଯାଏ ଜଣାପଡ଼ିନି। ହାରନାଇ ବ୍ୟତୀତ କ୍ୱେଟ୍ଟା, ସିବି, ପିଶିନ, କ୍ୟୁଲା ସୈଫୁଲ୍ଲା, ଛାମନ, ଜିଆରତ ଓ ଝୋବରେ ମଧ୍ୟ ଭୂକମ୍ପ ଯୋଗୁ କ୍ଷୟକ୍ଷତି ଘଟିଛି।

କେବଳ ହାରନାଇରେ ୭୦ଟି ଘର ଭାଙ୍ଗିଥିବା ରିପୋର୍ଟ ମିଳିଛି। ଏବେ ବି ଧ୍ୱଂସାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେହିପରି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାଂଶ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବାଲୋଚିସ୍ତାନ ଗୃହ ମନ୍ତ୍ରୀ ମୀର ଜିଆ ଉଲ୍ଲା କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଭୂକମ୍ପରେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ଆମ ପାଖକୁ ଆସିଛି। ସମସ୍ତେ କାନ୍ଥ ପଡ଼ି କିମ୍ବା ଘର ଭାଙ୍ଗିବା ଯୋଗୁ ପ୍ରାଣ ହରାଇଛନ୍ତି। ଏବେ କ୍ଷୟକ୍ଷତି ଆକଳନ କରାଯାଉଛି। ତେଣୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳିନି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୬ ଜଣ ଛୋଟ ପିଲା ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର