ମନୋରଞ୍ଜନ
ଓଡ଼ିଶା
ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍: ଚନ୍ଦ୍ରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ
ନୂଆଦିଲ୍ଲୀ: ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍। ମଝିରେ ଆଉ ଗୋଟିଏ ଦିନ। ଚନ୍ଦ୍ରଠାରୁ ଖୁବ୍ କମ ଦୁରରେ ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନକୁ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବାକୁ ପ୍ରସ୍ତୁତ ହେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଅଗଷ୍ଟ ୨୩ ତାରିଖରେ ସଂଧ୍ୟାରେ ଚନ୍ଦ୍ରପୃଷ୍ଠର ଅନ୍ଧକାର ଅଂଶରେ ଲ୍ୟାଣ୍ଡିଂ କରିବ । ହେଲେ ଏହାପୂର୍ବରୁ ଚନ୍ଦ୍ରର କିଛି ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ସମତଳ […]
ନୂଆଦିଲ୍ଲୀ: ମିଶନ ମୁନ୍ କାଉଣ୍ଟଡାଉନ । ସମୟ ଗଡ଼ିବା ସହ ବଢୁଛି ହାର୍ଟବିଟ୍। ମଝିରେ ଆଉ ଗୋଟିଏ ଦିନ। ଚନ୍ଦ୍ରଠାରୁ ଖୁବ୍ କମ ଦୁରରେ ଚନ୍ଦ୍ରଯାନ-୩ । ଚନ୍ଦ୍ରଯାନକୁ ଦକ୍ଷିଣ ମେରୁରେ ସୁରକ୍ଷିତ ଭାବେ ଅବତରଣ କରିବାକୁ ପ୍ରସ୍ତୁତ ହେଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା । ଅଗଷ୍ଟ ୨୩ ତାରିଖରେ ସଂଧ୍ୟାରେ ଚନ୍ଦ୍ରପୃଷ୍ଠର ଅନ୍ଧକାର ଅଂଶରେ ଲ୍ୟାଣ୍ଡିଂ କରିବ । ହେଲେ ଏହାପୂର୍ବରୁ ଚନ୍ଦ୍ରର କିଛି ନୂଆ ଫଟୋ ପଠାଇଛି ଚନ୍ଦ୍ରଯାନ । ଚନ୍ଦ୍ରପୃଷ୍ଠରେ ସମତଳ ସ୍ଥାନ ଖୋଜିବା ସହିତ ଦୂରରୁ ଚନ୍ଦ୍ର କିପରି ଦେଖାଯାଉଛି ଏହାର ଫଟୋ ଉଠାଇଛି । ଲ୍ୟାଣ୍ଡର ବିକ୍ରମ ଅବତରଣ ପାଇଁ ନିରାପଦ ସ୍ଥାନ ଖୋଜୁଛି । ଏଥିପାଇଁ ଲ୍ୟାଣ୍ଡରରେ ଲାଗିଥିବା ହାଜାର୍ଡ ଡିଟେକ୍ସନ ଓ ଏଭୋଇଡାନ୍ସ କ୍ୟାମେରା ସହଯୋଗ କରୁଛି । LHDA କ୍ୟାମେରାରେ ଏହି ଫୋଟ୍ ଉତ୍ତୋଳନ କରାଯାଇଛି। ଆଉ ଏହାକୁ ଇସ୍ରୋ ସେୟାର କରିଛି । ଗତକାଲି ୨୫ କିଲୋମିଟର ଦୂର ଥିବା ବେଳେ ଆଜି ଏହି ଦୂରତା ଆହୁରି କମିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ।
Chandrayaan-3 Mission:
ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନHere are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!This camera that assists in locating a safe landing area — without boulders or deep trenches — during the descent is developed by ISRO… pic.twitter.com/rwWhrNFhHB
— ISRO (@isro) August 21, 2023






