ଶ୍ରୀଲଙ୍କାରେ ହେବ ସର୍ବଦଳୀୟ ସରକାର : କାଲି ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା

The Sakala Picture
Published On

କଲମ୍ବୋ : ଶ୍ରୀଲଙ୍କାରେ ଗତ ଶନିବାର ରାଷ୍ଟ୍ରପତି ଭବନରେ ବିକ୍ଷୋଭ ପରେ ସୃଷ୍ଟି ହୋଇଥିବା ସ୍ଥିତି ଏବେ ମଧ୍ୟ ସ୍ବାଭାବିକ ହୋଇ ନାହିଁ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନ ମଧ୍ୟରେ ପଶି ହଙ୍ଗାମା କରିଥିଲେ। ଏହାପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ଫେରାର ହୋଇଯାଇଥିଲେ ହେଁ ସେ ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ ବୋଲି କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ମଧ୍ୟ ଇସ୍ତଫା ଦେଇସାରିଥିଲା ବେଳେ ବର୍ତ୍ତମାନ ସମସ୍ତ […]

କଲମ୍ବୋ : ଶ୍ରୀଲଙ୍କାରେ ଗତ ଶନିବାର ରାଷ୍ଟ୍ରପତି ଭବନରେ ବିକ୍ଷୋଭ ପରେ ସୃଷ୍ଟି ହୋଇଥିବା ସ୍ଥିତି ଏବେ ମଧ୍ୟ ସ୍ବାଭାବିକ ହୋଇ ନାହିଁ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନ ମଧ୍ୟରେ ପଶି ହଙ୍ଗାମା କରିଥିଲେ। ଏହାପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ଫେରାର ହୋଇଯାଇଥିଲେ ହେଁ ସେ ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ ବୋଲି କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ମଧ୍ୟ ଇସ୍ତଫା ଦେଇସାରିଥିଲା ବେଳେ ବର୍ତ୍ତମାନ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବେ ଏବଂ ନୂଆ ସରକାର ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ମଧ୍ୟରେ ସରକାର ଗଠନ ଲାଗି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ପରେ ସର୍ବଦଳୀୟ ସରକାର ଗଠନ କରାଯିବ ଏବଂ ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର କୁହାଯାଇଛି। ସୋମବାର ବାଚସ୍ପତିଙ୍କ ଉପସ୍ଥିତିରେ ସବୁ ରାଜନୈତିକ ଦଳର ନେତାମାନେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକା ଓ ଇସ୍ରାଏଲକୁ ଇରାନର ବଡ଼ ଚେତାବନୀ: ବ୍ୟାଙ୍କ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ଭଳି ଆର୍ଥିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ

ଅନ୍ୟପଟେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ ପାଲଟିଛି ଜନସାଧାରଣଙ୍କ ଆଡ୍ଡା ସ୍ଥଳୀ । ଯିଏ ଯାହା ପାରିଲା, ତାହା କରିବାରେ ଲାଗିଛି । ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତ ଧଶେଇ ପଶିବା ପରେ ବିକ୍ଷୋଭକାରୀ ଗୀତ ଗାଇବା ସହ ଡାନ୍ସ ମଧ୍ୟ କରିଛନ୍ତି । ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀ ମେଲୋଡି କରୁଥିବା ଭିଡିଓ ସାମ୍ନାକୁ ଆସୁଛି ।ମେଲୋଡି ପାଇଁ ଆବଶ୍ୟକ ଉପକରଣ ସହ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ତା’ସାଙ୍ଗକୁ ଲୋକେ ମେଲୋଡିର ଭରପୂର ମଜା ଉଠାଇଛନ୍ତି । ଏହା ପୂର୍ବରୁ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ସୁଇମିଂପୁଲରେ ଗାଧୋଇଥିଲେ । ପରେ ସେମାନେ ରାଷ୍ଟ୍ରପତିଙ୍କ ବେଡରୁମ୍ ଓ କିଚେନ୍ରେ ମଧ୍ୟ ପଶିଥିଲେ । ବେଡରୁମରେ ଶୋଇ ସେମାନେ ସେଲଫି ନେଇଥିଲେ । ଏମିତିକି ରାଷ୍ଟ୍ରପତିଙ୍କ ଜିମ୍ରେ ପଶି ୱାକ୍ ଆଉଟ୍ କରିଥିଲେ ବିକ୍ଷୋଭକାରୀ । ଜିମରେ ସେମାନେ ବିଭିନ୍ନ ଉପକରଣ ସହ ଜିମ୍ ଆଉଟ୍ କରିଥିଲେ । ଆନ୍ଦୋଳନ ଚଳାଇଥିବା ସଂଗଠନଗୁଡ଼ିକର ନେତାମାନେ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସେମାନଙ୍କ ପଦ ନଛାଡ଼ିବା ପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନକୁ ଅଧୀନରେ ରଖିବେ।

ଆହୁରି ପଢ଼ନ୍ତୁ: ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ପାୱାର ଉପରେ ଇଡିର ଚଢ଼ଉ: ମୁମ୍ବାଇ ଓ ହାଇଦ୍ରାବାଦର ୧୨ଟି ସ୍ଥାନରେ ଚାଲିଛି ତଲାସି

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଉତ୍ତରାଧିକାରୀ ଆସନ୍ତା ୨୦ ତାରିଖରେ ନିର୍ବାଚିତ ହେବେ। ପୂର୍ବ ଘୋଷଣା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ। ୧୫ ତାରିଖରେ ସଂସଦର ଅଧିବେଶନ ହେବ। ୧୯ ତାରିଖ ସୁଦ୍ଧା ରାଷ୍ଟ୍ରପତି ପଦ ପାଇଁ ମନୋନୟନ ପତ୍ର ଗ୍ରହଣ କରାଯିବ ତାହା ପରେ ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ନୂଆ ସରକାର ଗଠନ ପାଇଁ ଗୋଟାବାୟ ଓ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।ସମ୍ବିଧାନ ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ। ଏହାପରେ ୩୦ ଦିନ ଭିତରେ ସଂସଦ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ। ଗୋଟାବାୟା ରାଜପକ୍ଷଙ୍କ କାର୍ଯ୍ୟାକାଳ ଆସନ୍ତା ୨୦୨୪ରେ ଶେଷ ହେଉଛି। ତେଣୁ ତାଙ୍କ କାର୍ଯ୍ୟାକାଳ ଶେଷ ହେବା ପର୍ଯ୍ୟନ୍ତ ନବନିଯୁକ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବଳବତ୍ତର ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତି ୫ ବର୍ଷରେ ନୂଆ ସ୍ତ୍ରୀ! ବିନା ଛାଡ଼ପତ୍ରରେ ଚତୁର୍ଥ ବିବାହ ପାଇଁ ସ୍ୱାମୀଙ୍କ ପ୍ରସ୍ତୁତି, ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ

12 Jul 2022 By The Sakala

ଶ୍ରୀଲଙ୍କାରେ ହେବ ସର୍ବଦଳୀୟ ସରକାର : କାଲି ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା

କଲମ୍ବୋ : ଶ୍ରୀଲଙ୍କାରେ ଗତ ଶନିବାର ରାଷ୍ଟ୍ରପତି ଭବନରେ ବିକ୍ଷୋଭ ପରେ ସୃଷ୍ଟି ହୋଇଥିବା ସ୍ଥିତି ଏବେ ମଧ୍ୟ ସ୍ବାଭାବିକ ହୋଇ ନାହିଁ। ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନ ମଧ୍ୟରେ ପଶି ହଙ୍ଗାମା କରିଥିଲେ। ଏହାପୂର୍ବରୁ ରାଷ୍ଟ୍ରପତି ଗୋଟାବାୟା ଫେରାର ହୋଇଯାଇଥିଲେ ହେଁ ସେ ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ ବୋଲି କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂଘେ ମଧ୍ୟ ଇସ୍ତଫା ଦେଇସାରିଥିଲା ବେଳେ ବର୍ତ୍ତମାନ ସମସ୍ତ ମନ୍ତ୍ରୀ ଇସ୍ତଫା ଦେବେ ଏବଂ ନୂଆ ସରକାର ଗଠନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ମଧ୍ୟରେ ସରକାର ଗଠନ ଲାଗି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ପରେ ସର୍ବଦଳୀୟ ସରକାର ଗଠନ କରାଯିବ ଏବଂ ଆସନ୍ତା ୨୦ ତାରିଖରେ ନୂଆ ରାଷ୍ଟ୍ରପତି ନିର୍ବାଚନ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର କୁହାଯାଇଛି। ସୋମବାର ବାଚସ୍ପତିଙ୍କ ଉପସ୍ଥିତିରେ ସବୁ ରାଜନୈତିକ ଦଳର ନେତାମାନେ ଆଲୋଚନା କରି ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଅନ୍ୟପଟେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭବନ ପାଲଟିଛି ଜନସାଧାରଣଙ୍କ ଆଡ୍ଡା ସ୍ଥଳୀ । ଯିଏ ଯାହା ପାରିଲା, ତାହା କରିବାରେ ଲାଗିଛି । ରାଷ୍ଟ୍ରପତି ଭବନରେ ଜୋରଜବରଦସ୍ତ ଧଶେଇ ପଶିବା ପରେ ବିକ୍ଷୋଭକାରୀ ଗୀତ ଗାଇବା ସହ ଡାନ୍ସ ମଧ୍ୟ କରିଛନ୍ତି । ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀ ମେଲୋଡି କରୁଥିବା ଭିଡିଓ ସାମ୍ନାକୁ ଆସୁଛି ।ମେଲୋଡି ପାଇଁ ଆବଶ୍ୟକ ଉପକରଣ ସହ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ତା’ସାଙ୍ଗକୁ ଲୋକେ ମେଲୋଡିର ଭରପୂର ମଜା ଉଠାଇଛନ୍ତି । ଏହା ପୂର୍ବରୁ ପ୍ରଦର୍ଶନକାରୀ ରାଷ୍ଟ୍ରପତି ଭବନ ପରିସରରେ ଥିବା ସୁଇମିଂପୁଲରେ ଗାଧୋଇଥିଲେ । ପରେ ସେମାନେ ରାଷ୍ଟ୍ରପତିଙ୍କ ବେଡରୁମ୍ ଓ କିଚେନ୍ରେ ମଧ୍ୟ ପଶିଥିଲେ । ବେଡରୁମରେ ଶୋଇ ସେମାନେ ସେଲଫି ନେଇଥିଲେ । ଏମିତିକି ରାଷ୍ଟ୍ରପତିଙ୍କ ଜିମ୍ରେ ପଶି ୱାକ୍ ଆଉଟ୍ କରିଥିଲେ ବିକ୍ଷୋଭକାରୀ । ଜିମରେ ସେମାନେ ବିଭିନ୍ନ ଉପକରଣ ସହ ଜିମ୍ ଆଉଟ୍ କରିଥିଲେ । ଆନ୍ଦୋଳନ ଚଳାଇଥିବା ସଂଗଠନଗୁଡ଼ିକର ନେତାମାନେ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ସେମାନଙ୍କ ପଦ ନଛାଡ଼ିବା ପର୍ଯ୍ୟନ୍ତ ସେମାନେ ରାଷ୍ଟ୍ରପତି ଭବନକୁ ଅଧୀନରେ ରଖିବେ।

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଉତ୍ତରାଧିକାରୀ ଆସନ୍ତା ୨୦ ତାରିଖରେ ନିର୍ବାଚିତ ହେବେ। ପୂର୍ବ ଘୋଷଣା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ୧୩ ତାରିଖରେ ଇସ୍ତଫା ଦେବେ। ୧୫ ତାରିଖରେ ସଂସଦର ଅଧିବେଶନ ହେବ। ୧୯ ତାରିଖ ସୁଦ୍ଧା ରାଷ୍ଟ୍ରପତି ପଦ ପାଇଁ ମନୋନୟନ ପତ୍ର ଗ୍ରହଣ କରାଯିବ ତାହା ପରେ ୨୦ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ। ନୂଆ ସରକାର ଗଠନ ପାଇଁ ଗୋଟାବାୟ ଓ ଅନ୍ୟ ସବୁ ମନ୍ତ୍ରୀ ଇସ୍ତଫା ଦେବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।ସମ୍ବିଧାନ ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବାପରେ ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ବାଚସ୍ପତି କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବେ। ଏହାପରେ ୩୦ ଦିନ ଭିତରେ ସଂସଦ ନୂଆ ରାଷ୍ଟ୍ରପତି ନିର୍ବାଚନ କରିବ। ଗୋଟାବାୟା ରାଜପକ୍ଷଙ୍କ କାର୍ଯ୍ୟାକାଳ ଆସନ୍ତା ୨୦୨୪ରେ ଶେଷ ହେଉଛି। ତେଣୁ ତାଙ୍କ କାର୍ଯ୍ୟାକାଳ ଶେଷ ହେବା ପର୍ଯ୍ୟନ୍ତ ନବନିଯୁକ୍ତ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ବଳବତ୍ତର ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର