ଦଳ ଭାଙ୍ଗିବ କି ନାହିଁ ନିଷ୍ପତ୍ତି ଆପଣଙ୍କ ହାତରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏପରି କାହିଁକି କହିଲେ ଏକନାଥ ସିନ୍ଧେ…

The Sakala Picture
Published On

ମୁମ୍ବାଇ : ସଙ୍କଟରେ ଉଦ୍ଧବ ସରକାର। ହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଛି। ଶିବସେନା ବିଧାୟକ ଦଳ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ ଏବେ ଦଳ ଭିତରେ ରହି ବିଦ୍ରୋହ କରିଛନ୍ତି। ସେ କିଛି ବିଧାୟକଙ୍କୁ ନେଇ ଏବେ ସୁରଟର ଏକ ହୋଟେଲରେ ଥିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏହାରି ମଧ୍ୟରେ ବିଦ୍ରୋହୀ ଏକନାଥ ସିନ୍ଧେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହେବାରେ ଲାଗିଛି […]

ମୁମ୍ବାଇ : ସଙ୍କଟରେ ଉଦ୍ଧବ ସରକାର। ହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଛି। ଶିବସେନା ବିଧାୟକ ଦଳ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ ଏବେ ଦଳ ଭିତରେ ରହି ବିଦ୍ରୋହ କରିଛନ୍ତି। ସେ କିଛି ବିଧାୟକଙ୍କୁ ନେଇ ଏବେ ସୁରଟର ଏକ ହୋଟେଲରେ ଥିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏହାରି ମଧ୍ୟରେ ବିଦ୍ରୋହୀ ଏକନାଥ ସିନ୍ଧେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହେବାରେ ଲାଗିଛି ।

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କୁ ଆମେରିକା ବାଣିଜ୍ୟ ଅଦାଲତଙ୍କ ଶକ୍ତ ଝଟକା: ୧୦% ଟାରିଫ୍ ନିଷ୍ପତ୍ତିକୁ ଦର୍ଶାଇଲେ ବେଆଇନ

ସିନ୍ଦେ ସୁରଟରେ ଥିବା ଜାଣି ଶିବସେନା ନେତା ମିଲିନ୍ଦ ନରଭେକର ମଙ୍ଗଳବାର ଦିନ ଗୁଜୁରାଟର ସୁରଟରେ କ୍ୟାମ୍ପ କରିଥିବା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଦ୍ରୋହୀ ଦଳର ବିଧାୟକଙ୍କୁ ଭେଟିଥିଲେ। ହେଲେ ସିନ୍ଧେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିନା ବିଜେପିରେ ସେ ଆଉ ଶିବସେନାକୁ ଫେରିବେ ନାହିଁ ।ଏକନାଥ ସିନ୍ଧେଙ୍କୁ ଭେଟିବାକୁ ଯାଇଥିବା ମିଲିନ୍ଦ ନାର୍ଭେକର ଏବଂ ରବି ପାଠକ ପ୍ରାୟ ୨ ଘଣ୍ଟା ଧରି ବୈଠକ କରିବା ପରେ ସିନ୍ଧେଙ୍କୁ ଉଦ୍ଧବ ଠାକରେଙ୍କ ସହ ଫୋନ ଯୋଗେ କଥା କରାଇଛନ୍ତି।

ଆହୁରି ପଢ଼ନ୍ତୁ: ଜ୍ୟୋତିଷ ରିକି ରାଧାନ ପଣ୍ଡିତ ହେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କ OSD

ଏହି ବାର୍ତ୍ତାଳାପ ସମୟରେ ସିନ୍ଦେ ଉଦ୍ଧବ ଠାକରେଙ୍କୁ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ମିଲିନ୍ଦ ନରଭେକର। ସୂତ୍ର ଅନୁଯାୟୀ ଏକନାଥ ସିନ୍ଧେ ଦାବି କରିଥିଲେ ଯେ ତାଙ୍କ ସହ ୩୫ଜଣ ବିଧାୟକ ଅଛନ୍ତି ଏବଂ ଯଦି ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ଶିବସେନା ଦଳରେ ବିଭାଜନ ହେବ ନାହିଁ। ଏହା ସହ ସେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ, ମୋର ମୁଖ୍ୟମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ତେଣୁ ମୋତେ ବିଧାୟକ ଗୋଷ୍ଠୀ ନେତା ପଦରୁ ହଟାଇବାର କୌଣସି ଆବଶ୍ୟକତା ନଥିଲା।

ଆହୁରି ପଢ଼ନ୍ତୁ: ଛତିଶଗଡ଼ର ଅବୁଝମାଡ଼ ଜଙ୍ଗଲରେ ମାଓ ଡ଼ମ୍ପ ଠାବ: କୋଟିଏ ଟଙ୍କା ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ତେବେ ବିଜେପି ସହ ମେଣ୍ଟ ପାଇଁ ସିନ୍ଦେ ଦେଇଥିବା ପ୍ରସ୍ତାବ ଉପରେ ଜବାବ ଦେଇ ଠାକରେ କହିଛନ୍ତି ଯେ, ବିଜେପି ଶିବସେନା ନେତା ଓ କର୍ମୀଙ୍କୁ ହଇରାଣ କରୁଥିଲା। ଅତୀତରେ ଭଲ ବ୍ୟବହାର ମଧ୍ୟ କରିନଥିବାର ପ୍ରମାଣ ରହିଛି। ଠାକରେଙ୍କ ମୁହଁରୁ ଏଭଳି ଜବାବ ଶୁଣି ସିନ୍ଧେ କହିଥିଲେ ଯେ, ଏବେ ନିଷ୍ପତ୍ତି ଆପଣଙ୍କ ହାତରେ। ମୋ ସମର୍ଥନରେ ଥିବା ବିଧାୟକ ଏନସିପି ଓ କଂଗ୍ରେସ ସହ ଶିବସେନାର ମେଣ୍ଟକୁ ବିରୋଧ କରୁଛନ୍ତି। ତେଣୁ ସେମାନଙ୍କୁ ରାଜି କରାଇବା ପାଇଁ ବିଜେପି ସହ ମେଣ୍ଟ ହେବା ଜରୁରୀ।

ଅନ୍ୟପଟେ ମହାବିକାଶ ଅଗାଡି ମେଣ୍ଟରେ ଥିବା କଂଗ୍ରେସ ଶିବସେନାକୁ ବଳ ଯୋଗାଇଛି । କଂଗ୍ରେସ କହିଛି କି ମହାରାଷ୍ଟ୍ର ସରକାରଙ୍କ ଉପରେ କୌଣସି ବିପଦ ନାହିଁ । ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଏଚକେ ପାଟିଲ କହିଛନ୍ତି କି ସାରା ଦେଶରେ ବିଜେପି ‘ଅପରେଶନ ଲୋଟସ’ ଜାରି ରଖିଛି । ହେଲେ ମହାରାଷ୍ଟ୍ର ସରକାରକୁ ସମର୍ଥନ ଦେଉଥିବା ଦଳ ଓ ବିଧାୟକମାନେ ବିଜେପି ଜାଲରେ ପଡିବେ ନାହିଁ ବୋଲି ସେ ଆଶାପ୍ରକଟ କରିଛନ୍ତି ।

21 Jun 2022 By The Sakala

ଦଳ ଭାଙ୍ଗିବ କି ନାହିଁ ନିଷ୍ପତ୍ତି ଆପଣଙ୍କ ହାତରେ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏପରି କାହିଁକି କହିଲେ ଏକନାଥ ସିନ୍ଧେ…

ମୁମ୍ବାଇ : ସଙ୍କଟରେ ଉଦ୍ଧବ ସରକାର। ହାବିକାଶ ଅଘାଡି ମେଣ୍ଟ ସରକାର ଭାଙ୍ଗିବା ନେଇ ଚର୍ଚ୍ଚା ଜୋର ଧରିଛି। ଶିବସେନା ବିଧାୟକ ଦଳ ନେତା ତଥା କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେ ଏବେ ଦଳ ଭିତରେ ରହି ବିଦ୍ରୋହ କରିଛନ୍ତି। ସେ କିଛି ବିଧାୟକଙ୍କୁ ନେଇ ଏବେ ସୁରଟର ଏକ ହୋଟେଲରେ ଥିବା କଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଆଉ ଏହାରି ମଧ୍ୟରେ ବିଦ୍ରୋହୀ ଏକନାଥ ସିନ୍ଧେଙ୍କୁ ମନାଇବାରେ ଶିବସେନାର ଉଦ୍ୟମ ବିଫଳ ହେବାରେ ଲାଗିଛି ।

ସିନ୍ଦେ ସୁରଟରେ ଥିବା ଜାଣି ଶିବସେନା ନେତା ମିଲିନ୍ଦ ନରଭେକର ମଙ୍ଗଳବାର ଦିନ ଗୁଜୁରାଟର ସୁରଟରେ କ୍ୟାମ୍ପ କରିଥିବା ଏକନାଥ ସିନ୍ଧେ ଏବଂ ଅନ୍ୟ ବିଦ୍ରୋହୀ ଦଳର ବିଧାୟକଙ୍କୁ ଭେଟିଥିଲେ। ହେଲେ ସିନ୍ଧେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଯେ, ବିନା ବିଜେପିରେ ସେ ଆଉ ଶିବସେନାକୁ ଫେରିବେ ନାହିଁ ।ଏକନାଥ ସିନ୍ଧେଙ୍କୁ ଭେଟିବାକୁ ଯାଇଥିବା ମିଲିନ୍ଦ ନାର୍ଭେକର ଏବଂ ରବି ପାଠକ ପ୍ରାୟ ୨ ଘଣ୍ଟା ଧରି ବୈଠକ କରିବା ପରେ ସିନ୍ଧେଙ୍କୁ ଉଦ୍ଧବ ଠାକରେଙ୍କ ସହ ଫୋନ ଯୋଗେ କଥା କରାଇଛନ୍ତି।

ଏହି ବାର୍ତ୍ତାଳାପ ସମୟରେ ସିନ୍ଦେ ଉଦ୍ଧବ ଠାକରେଙ୍କୁ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି ମିଲିନ୍ଦ ନରଭେକର। ସୂତ୍ର ଅନୁଯାୟୀ ଏକନାଥ ସିନ୍ଧେ ଦାବି କରିଥିଲେ ଯେ ତାଙ୍କ ସହ ୩୫ଜଣ ବିଧାୟକ ଅଛନ୍ତି ଏବଂ ଯଦି ଉଦ୍ଧବ ଠାକରେ ବିଜେପି ସହ ମେଣ୍ଟ କରିବାକୁ ପ୍ରସ୍ତୁତ ହୁଅନ୍ତି, ତେବେ ଶିବସେନା ଦଳରେ ବିଭାଜନ ହେବ ନାହିଁ। ଏହା ସହ ସେ ଉଦ୍ଧବ ଠାକରେଙ୍କୁ କହିଥିଲେ ଯେ, ମୋର ମୁଖ୍ୟମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ତେଣୁ ମୋତେ ବିଧାୟକ ଗୋଷ୍ଠୀ ନେତା ପଦରୁ ହଟାଇବାର କୌଣସି ଆବଶ୍ୟକତା ନଥିଲା।

ତେବେ ବିଜେପି ସହ ମେଣ୍ଟ ପାଇଁ ସିନ୍ଦେ ଦେଇଥିବା ପ୍ରସ୍ତାବ ଉପରେ ଜବାବ ଦେଇ ଠାକରେ କହିଛନ୍ତି ଯେ, ବିଜେପି ଶିବସେନା ନେତା ଓ କର୍ମୀଙ୍କୁ ହଇରାଣ କରୁଥିଲା। ଅତୀତରେ ଭଲ ବ୍ୟବହାର ମଧ୍ୟ କରିନଥିବାର ପ୍ରମାଣ ରହିଛି। ଠାକରେଙ୍କ ମୁହଁରୁ ଏଭଳି ଜବାବ ଶୁଣି ସିନ୍ଧେ କହିଥିଲେ ଯେ, ଏବେ ନିଷ୍ପତ୍ତି ଆପଣଙ୍କ ହାତରେ। ମୋ ସମର୍ଥନରେ ଥିବା ବିଧାୟକ ଏନସିପି ଓ କଂଗ୍ରେସ ସହ ଶିବସେନାର ମେଣ୍ଟକୁ ବିରୋଧ କରୁଛନ୍ତି। ତେଣୁ ସେମାନଙ୍କୁ ରାଜି କରାଇବା ପାଇଁ ବିଜେପି ସହ ମେଣ୍ଟ ହେବା ଜରୁରୀ।

ଅନ୍ୟପଟେ ମହାବିକାଶ ଅଗାଡି ମେଣ୍ଟରେ ଥିବା କଂଗ୍ରେସ ଶିବସେନାକୁ ବଳ ଯୋଗାଇଛି । କଂଗ୍ରେସ କହିଛି କି ମହାରାଷ୍ଟ୍ର ସରକାରଙ୍କ ଉପରେ କୌଣସି ବିପଦ ନାହିଁ । ମହାରାଷ୍ଟ୍ର କଂଗ୍ରେସ ପ୍ରଭାରୀ ଏଚକେ ପାଟିଲ କହିଛନ୍ତି କି ସାରା ଦେଶରେ ବିଜେପି ‘ଅପରେଶନ ଲୋଟସ’ ଜାରି ରଖିଛି । ହେଲେ ମହାରାଷ୍ଟ୍ର ସରକାରକୁ ସମର୍ଥନ ଦେଉଥିବା ଦଳ ଓ ବିଧାୟକମାନେ ବିଜେପି ଜାଲରେ ପଡିବେ ନାହିଁ ବୋଲି ସେ ଆଶାପ୍ରକଟ କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର