ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

The Sakala Picture
Published On

ଚେନ୍ନାଇ : ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ବଡ଼ ଧରଣର ଟ୍ୱିଷ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ସବୁଦିନ ପାଇଁ ଅବସର ନେଇଥିବା […]

ଚେନ୍ନାଇ : ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ବଡ଼ ଧରଣର ଟ୍ୱିଷ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ସବୁଦିନ ପାଇଁ ଅବସର ନେଇଥିବା ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତକୁ ଗୌରବ ଆଣିଦେଲା ସେନାର ମହାନ ଲକ୍ଷ୍ୟ: ଲେବାନନ୍ ମିଶନରେ ଭାରତୀୟ ସେନାର ଚମତ୍କାର ପ୍ରଦର୍ଶନ

ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ରାଜନୀତି କରିବାର ଇଚ୍ଛା କମି ଯାଇଥିଲା । କେବେବି ସେ କ୍ଷମତା ଓ ପଦବୀ ପଛରେ ନାହାନ୍ତି ବୋଲି ଶଶିକଳା କହିଛନ୍ତି । ଆଗାମୀ ନିର୍ବାଚନରେ ଏଆଇଏଡିଏମକେକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ । ଡିଏମକେକୁ ହରାଇବା ପାଇଁ ଦଳ ପକ୍ଷରୁ ଅନବରତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶଶିକଳା କହିଛନ୍ତି ।

ଆହୁରି ପଢ଼ନ୍ତୁ: ତ୍ୱିଷା ଶର୍ମା ମୃତ୍ୟୁ ମାମଲା: ସ୍ୱାମୀ ସମର୍ଥ ସିଂହ ଗିରଫ, ସିବିଆଇ ତଦନ୍ତ ପାଇଁ ସୁପାରିସ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପିଟିସନ୍ କମିଟିର ନୂଆ ଅଧ୍ୟକ୍ଷ ହେଲେ ରାଘବ ଚଢା, ମିଳିଲା ବଡ଼ ଦାୟିତ୍ୱ

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ୨୦୧୭ ମସିହା ଫେବୃଆରୀ ୧୪ରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେବେଠାରୁ ସେ ଜେଲ୍‌ରେ ଥିଲେ । ଚଳିତ ବର୍ଷ ଜାନୁଆରୀ ୨୭ରେ ସେ ଜେଲ୍‌ରୁ ସଜା କାଟି ମୁକୁଳିଥିଲେ । ବେଙ୍ଗାଲୁରୁ ଜେଲ୍‌ରୁ ବାହାରିବା ପରେ ଜାନୁଆରୀ ୩୧ରେ ତାମିଲନାଡୁରେ ପ୍ରଥମ ଥର ପାଦ ଦେଇଥିଲେ । ତାମିଲନାଡୁ ଆସିବା ପରେ ସେ କହିଥିଲେ ଯେ ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି ଏବଂ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି ବୋଲି କହିଥିଲେ ଶଶିକଳା ।

ତାମିଲନାଡୁରେ ଶଶିକଳାଙ୍କ ପ୍ରତ୍ୟାବର୍ତ୍ତନ ପରଠୁ ଏଆଇଏଡିଏମକେ ଚଳଚଞ୍ଚଳ ହୋଇ ଉଠିଥିଲା। ୨୦୨୧ ଜାନୁଆରୀ ୨୭ରେ ଶଶିକଳାଙ୍କୁ ଜେଲ୍‌ରୁ ମୁକ୍ତି ମିଳିଥିଲେ। ସେ ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍‌ରେ ସଜା କାଟୁଥିଲେ। କୁହାଯାଉଥିଲା ସେ ବିଧାନସଭା ନିର୍ବାଚନ ଲଢିବେ। ହେଲେ ଆଜି ସେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ଅଲବିଦା କହିଛନ୍ତି।

04 Mar 2021 By The Sakala

ତାମିଲନାଡୁ ନିର୍ବାଚନ ପୂର୍ବରୁ ରାଜନୀତିରୁ ସନ୍ନ୍ୟାସ ନେଲେ ଶଶିକଳା

ଚେନ୍ନାଇ : ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ବଡ଼ ଧରଣର ଟ୍ୱିଷ୍ଟ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗିଥିବା ଭି.କେ ଶଶିକଳା ଆଜି ରାଜନୀତିକୁ ସବୁଦିନ ପାଇଁ କରିଛନ୍ତି ଅଲବିଦା । ବିଧାନସଭା ନିର୍ବାଚନ ପୂର୍ବରୁ ଜେଲ୍‌ରୁ ବାହାରିଥିବାରୁ ତାମିଲନାଡୁ ରାଜନୀତିରେ ପୁଣି ପ୍ରବେଶ କରିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଆଜି ଏଆଇଏଡିଏମକେର ପୂର୍ବତନ ଅଧ୍ୟକ୍ଷ ଶଶିକଳା ରାଜନୀତିରୁ ସବୁଦିନ ପାଇଁ ଅବସର ନେଇଥିବା ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ତାଙ୍କର ରାଜନୀତି କରିବାର ଇଚ୍ଛା କମି ଯାଇଥିଲା । କେବେବି ସେ କ୍ଷମତା ଓ ପଦବୀ ପଛରେ ନାହାନ୍ତି ବୋଲି ଶଶିକଳା କହିଛନ୍ତି । ଆଗାମୀ ନିର୍ବାଚନରେ ଏଆଇଏଡିଏମକେକୁ ଏକଜୁଟ ହୋଇ ଲଢ଼ିବାକୁ ପଡ଼ିବ । ଡିଏମକେକୁ ହରାଇବା ପାଇଁ ଦଳ ପକ୍ଷରୁ ଅନବରତ ପ୍ରୟାସ ଜାରି ରଖିବା ଦରକାର ବୋଲି ଶଶିକଳା କହିଛନ୍ତି ।

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ସୁପ୍ରିମକୋର୍ଟ ଶଶିକଳାଙ୍କୁ ୨୦୧୭ ମସିହା ଫେବୃଆରୀ ୧୪ରେ ଦୋଷୀ ସାବ୍ୟସ୍ତ କରିଥିଲେ । ସେବେଠାରୁ ସେ ଜେଲ୍‌ରେ ଥିଲେ । ଚଳିତ ବର୍ଷ ଜାନୁଆରୀ ୨୭ରେ ସେ ଜେଲ୍‌ରୁ ସଜା କାଟି ମୁକୁଳିଥିଲେ । ବେଙ୍ଗାଲୁରୁ ଜେଲ୍‌ରୁ ବାହାରିବା ପରେ ଜାନୁଆରୀ ୩୧ରେ ତାମିଲନାଡୁରେ ପ୍ରଥମ ଥର ପାଦ ଦେଇଥିଲେ । ତାମିଲନାଡୁ ଆସିବା ପରେ ସେ କହିଥିଲେ ଯେ ମୁଁ ଖୁବଶୀଘ୍ର ଆପଣମାନଙ୍କୁ ଭେଟିବି ଏବଂ ପୂର୍ଣ୍ଣକାଳୀନ ରାଜନୀତିକୁ ଆସୁଛି ବୋଲି କହିଥିଲେ ଶଶିକଳା ।

ତାମିଲନାଡୁରେ ଶଶିକଳାଙ୍କ ପ୍ରତ୍ୟାବର୍ତ୍ତନ ପରଠୁ ଏଆଇଏଡିଏମକେ ଚଳଚଞ୍ଚଳ ହୋଇ ଉଠିଥିଲା। ୨୦୨୧ ଜାନୁଆରୀ ୨୭ରେ ଶଶିକଳାଙ୍କୁ ଜେଲ୍‌ରୁ ମୁକ୍ତି ମିଳିଥିଲେ। ସେ ଆୟବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍‌ରେ ସଜା କାଟୁଥିଲେ। କୁହାଯାଉଥିଲା ସେ ବିଧାନସଭା ନିର୍ବାଚନ ଲଢିବେ। ହେଲେ ଆଜି ସେ ଅପ୍ରତ୍ୟାଶିତ ଭାବେ ରାଜନୀତିକୁ ଅଲବିଦା କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର