ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୩ ରାଜ୍ୟର ୮୯ଟି ଆସନରେ ହେବ ଭୋଟିଂ; ମଇଦାନରେ ରାହୁଲ ଗାନ୍ଧୀ, ଶଶି ଥରୁରଙ୍କ ପରି ଅନେକ ବଡ଼ ନେତା

The Sakala Picture
Published On

ନୂଆଦିଲ୍ଲୀ: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦେଶର ୧୩ଟି ରାଜ୍ୟର ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ ଏହି ପର୍ଯ୍ୟାୟରେ କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪ଟି, ବିହାରର ୫ଟି, ଛତିଶଗଡ଼ର ୩ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟିଏ, କେରଳର ୨୦ଟି, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ […]

ନୂଆଦିଲ୍ଲୀ: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦେଶର ୧୩ଟି ରାଜ୍ୟର ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ ଏହି ପର୍ଯ୍ୟାୟରେ କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪ଟି, ବିହାରର ୫ଟି, ଛତିଶଗଡ଼ର ୩ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟିଏ, କେରଳର ୨୦ଟି, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନରେ ମଧ୍ୟ ମତଦାନ ‌ହେବ, ଯେଉଁଠି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଲଢ଼ୁଛନ୍ତି।

ଆହୁରି ପଢ଼ନ୍ତୁ: ଏଫବିଆଇର ବଡ଼ କାର୍ଯ୍ୟାନୁଷ୍ଠାନ: ଗୋଲ୍ଡି ବ୍ରାର୍ ଉପରେ ୫୦ ହଜାର ଡଲାରର ପୁରସ୍କାର ଘୋଷଣା, ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଟାର୍ଗେଟ୍‌ରେ

ଏହି ୧୩ଟି ରାଜ୍ୟର ମତଦାତା ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶ (କଂଗ୍ରେସ), କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ (ଜେଡିଏସ୍) ପ୍ରମୁଖ ହାଇ ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ହେବ। ଏହାଛଡ଼ା ବିଜେପି ପ୍ରାର୍ଥୀ ହେମା ମାଳିନୀ, ଓମ ବିର୍ଲା ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀରୁ କ୍ରମାଗତ ତୃତୀୟ ଥର ବିଜୟ ଆଶା ରଖିବେ।

ଆହୁରି ପଢ଼ନ୍ତୁ: ଲରେନ୍ସ ବିଷ୍ଣୋଇ ସମେତ ୩୭ ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ଆମେରିକାରେ ଚାର୍ଜସିଟ୍, ୧୦୦୦ କେଜି କୋକେନ୍ ଜବତ

ଗତ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫.୫ ପ୍ରତିଶତ ମତଦାନ ହୋଇଥିଲା। ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପରେ କେରଳ, ରାଜସ୍ଥାନ ଏବଂ ତ୍ରିପୁରାରେ ନିର୍ବାଚନ ଶେଷ ହେବ। ଏପ୍ରିଲ୍ ୧୯ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁ (୩୯), ଉତ୍ତରାଖଣ୍ଡ (୫), ଅରୁଣାଚଳ ପ୍ରଦେଶ (୨), ମେଘାଳୟ (୨), ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (୧), ମିଜୋରାମ (୧), ନାଗାଲାଣ୍ଡ (୧), ପୁଡୁଚେରୀ (୧)), ସିକ୍କିମ୍ (୧) ଏବଂ ଲକ୍ଷଦ୍ବୀପ (୧)ରେ ନିର୍ବାଚନ ଶେଷ ହୋଇସାରିଛି।

ଆହୁରି ପଢ଼ନ୍ତୁ: ୧୪ କୋଟିର ସମ୍ପତ୍ତି, ସରକାରୀ ଚାକିରି ଓ ଦୁଇଟି ମୃତ୍ୟୁ... ମା'ଙ୍କୁ ହତ୍ୟା ପାଇଁ ସୁପାରି ଦେଇଥିବା ଆୟୁଷୀଙ୍କ କାହାଣୀରେ ନୂଆ ଟ୍ୱିଷ୍ଟ

25 Apr 2024 By The Sakala

ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ୧୩ ରାଜ୍ୟର ୮୯ଟି ଆସନରେ ହେବ ଭୋଟିଂ; ମଇଦାନରେ ରାହୁଲ ଗାନ୍ଧୀ, ଶଶି ଥରୁରଙ୍କ ପରି ଅନେକ ବଡ଼ ନେତା

ନୂଆଦିଲ୍ଲୀ: ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଦେଶର ୧୩ଟି ରାଜ୍ୟର ୮୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହେବ । କେରଳର ସମସ୍ତ ୨୦ଟି ଆସନ ବ୍ୟତୀତ ଏହି ପର୍ଯ୍ୟାୟରେ କର୍ଣ୍ଣାଟକର ୨୮ଟି ସିଟ୍ ମଧ୍ୟରୁ ୧୪ଟି, ବିହାରର ୫ଟି, ଛତିଶଗଡ଼ର ୩ଟି, ମଧ୍ୟପ୍ରଦେଶର ୭ଟି, ଉତ୍ତରପ୍ରଦେଶର ୮ଟି, ପଶ୍ଚିମବଙ୍ଗର ୩ଟି, ମହାରାଷ୍ଟ୍ରର ୮ଟି, ରାଜସ୍ଥାନର ୧୩ଟି, ମଣିପୁରର ଗୋଟିଏ, କେରଳର ୨୦ଟି, ତ୍ରିପୁରା ଏବଂ ଜମ୍ମୁ କଶ୍ମୀରର ଗୋଟିଏ ଲେଖାଏଁ ଆସନ ଏବଂ ଆସାମର ୫ଟି ସିଟ୍ ପାଇଁ ମତଦାନ ହେବ । ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ ଲୋକସଭା ଆସନରେ ମଧ୍ୟ ମତଦାନ ‌ହେବ, ଯେଉଁଠି କଂଗ୍ରେସ ନେତା ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଲଢ଼ୁଛନ୍ତି।

ଏହି ୧୩ଟି ରାଜ୍ୟର ମତଦାତା ୧୨୦୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ରାହୁଲ ଗାନ୍ଧୀ, ଅରୁଣ ଗୋବିଲ୍, ଶଶି ଥରୁର, ହେମାମାଳିନୀଙ୍କ ଭଳି ବହୁ ହେଭିୱେଟ୍। କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ଭାଇ ଡି.କେ ସୁରେଶ (କଂଗ୍ରେସ), କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ (ଜେଡିଏସ୍) ପ୍ରମୁଖ ହାଇ ପ୍ରୋଫାଇଲ୍ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଦ୍ବିତୀୟ ପର୍ଯ୍ୟାୟରେ ହେବ। ଏହାଛଡ଼ା ବିଜେପି ପ୍ରାର୍ଥୀ ହେମା ମାଳିନୀ, ଓମ ବିର୍ଲା ଏବଂ ଗଜେନ୍ଦ୍ର ସିଂ ଶେଖାଓ୍ବତ ମଧ୍ୟ ନିଜ ନିଜ ନିର୍ବାଚନମଣ୍ଡଳୀରୁ କ୍ରମାଗତ ତୃତୀୟ ଥର ବିଜୟ ଆଶା ରଖିବେ।

ଗତ ଶୁକ୍ରବାର ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୬୫.୫ ପ୍ରତିଶତ ମତଦାନ ହୋଇଥିଲା। ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପରେ କେରଳ, ରାଜସ୍ଥାନ ଏବଂ ତ୍ରିପୁରାରେ ନିର୍ବାଚନ ଶେଷ ହେବ। ଏପ୍ରିଲ୍ ୧୯ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁ (୩୯), ଉତ୍ତରାଖଣ୍ଡ (୫), ଅରୁଣାଚଳ ପ୍ରଦେଶ (୨), ମେଘାଳୟ (୨), ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ (୧), ମିଜୋରାମ (୧), ନାଗାଲାଣ୍ଡ (୧), ପୁଡୁଚେରୀ (୧)), ସିକ୍କିମ୍ (୧) ଏବଂ ଲକ୍ଷଦ୍ବୀପ (୧)ରେ ନିର୍ବାଚନ ଶେଷ ହୋଇସାରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର