କେନ୍ଦ୍ରକୁ ସୁପ୍ରିମ୍ ଝଟକା: ଦିଲ୍ଲୀ ଅଧ୍ୟାଦେଶ ମାମଲାକୁ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଲେ ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି । ଦିଲ୍ଲୀରେ ପ୍ରସାଶନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସାମ୍ବିଧାନିକ ପୀଠ ଏହି ଅଧ୍ୟାଦେଶର ବୈଧତା ଉପରେ ନିଷ୍ପତ୍ତି ନେବ। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ ସେବାଗୁଡ଼ିକୁ ବାଦ୍ ଦେବା ଆଇନତଃ ଠିକ୍ କି […]

ନୂଆଦିଲ୍ଲୀ: ଦିଲ୍ଲୀ ଅଧ୍ୟାଦେଶ ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି । ଦିଲ୍ଲୀରେ ପ୍ରସାଶନିକ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ନେଇ କେନ୍ଦ୍ର ଆଣିଥିବା ଅଧ୍ୟାଦେଶ ମାମଲାକୁ ସୁପ୍ରିମକୋର୍ଟ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇଛନ୍ତି। ଏବେ ସାମ୍ବିଧାନିକ ପୀଠ ଏହି ଅଧ୍ୟାଦେଶର ବୈଧତା ଉପରେ ନିଷ୍ପତ୍ତି ନେବ। ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଅଧ୍ୟାଦେଶ ମାଧ୍ୟମରେ ଦିଲ୍ଲୀ ବିଧାନସଭାର କ୍ଷମତା ପରିସରରୁ ସେବାଗୁଡ଼ିକୁ ବାଦ୍ ଦେବା ଆଇନତଃ ଠିକ୍ କି ନାହିଁ ସେ ନେଇ ଏକ ଲମ୍ବା ଶୁଣାଣି ଆବଶ୍ୟକ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଉଲ୍ଲେଖଯୋଗ୍ୟ, ଜାତୀୟ ରାଜଧାନୀରେ ପୋଲିସ, ଆଇନ ଶୃଙ୍ଖଳା ଏବଂ ଜମି ବ୍ୟତୀତ ଅନ୍ୟ ସମସ୍ତ ସେବା ଉପରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ । ହେଲେ ଏହାର ସପ୍ତାହକ ମଧ୍ୟରେ ସୁପ୍ରିମକୋର୍ଟଙ୍କ ରାୟକୁ ପ୍ରଭାବହୀନ କରିବା ପାଇଁ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ଦିଲ୍ଲୀର କେଜ୍ରିୱାଲ ସରକାର କେନ୍ଦ୍ରର ଏହି ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପିଏସ ନରସିଂହ ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ ଏକ ଖଣ୍ଡପୀଠ ଏହି ମାମଲାକୁ ସୁପ୍ରିମକୋର୍ଟର ସମ୍ବିଧାନ ପୀଠକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ଦିଲ୍ଲୀ ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ଵ କରିଥିଲେ । ସେ ଯୁକ୍ତି ବାଢ଼ିଥିଲେ ଯେ ଏହି ଅଧ୍ୟାଦେଶ ଏକ ନିର୍ବାଚିତ ସରକାରଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର