ଆମେରିକାରେ ସମଲିଙ୍ଗୀ ଓ ଆନ୍ତଃଜାତି ବିବାହକୁ ମିଳିଲା ଆଇନଗତ ମଞ୍ଜୁରି

The Sakala Picture
Published On

ଓ୍ୱାଶିଂଟନ: ଅନେକ ଦେଶରେ ସମଲିଙ୍ଗୀ ବିବାହକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ ଆମେରିକା ସରକାର ଏହାକୁ ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଏକ ବିଲ୍ ଆମେରିକାର ନିମ୍ନ ସଦନରେ ଗୃହୀତ ହୋଇଛି । ଖୁବଶୀଘ୍ର ଏହି ବିଲକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ପାଇଁ ପଠାଯିବ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିଲ୍ ଗୃହରେ ୨୫୮-୧୬୯ ଭୋଟରେ ପାସ୍ ହୋଇଛି। ରିପବ୍ଲିକ ପାର୍ଟିର ୩୯ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ […]

ଓ୍ୱାଶିଂଟନ: ଅନେକ ଦେଶରେ ସମଲିଙ୍ଗୀ ବିବାହକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ ଆମେରିକା ସରକାର ଏହାକୁ ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଏକ ବିଲ୍ ଆମେରିକାର ନିମ୍ନ ସଦନରେ ଗୃହୀତ ହୋଇଛି । ଖୁବଶୀଘ୍ର ଏହି ବିଲକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ପାଇଁ ପଠାଯିବ ।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିଲ୍ ଗୃହରେ ୨୫୮-୧୬୯ ଭୋଟରେ ପାସ୍ ହୋଇଛି। ରିପବ୍ଲିକ ପାର୍ଟିର ୩୯ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଥିଲେ । ଗତ ସପ୍ତାହରେ ଆମେରିକାର ଉପର ସଦନ ସିନେଟ୍ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ସମର୍ଥନରେ ୬୧ ଭୋଟ୍ ପଡ଼ିଥିବା ବେଳେ ଏହା ବିରୋଧରେ ୩୬ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ସଂସଦର ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏହି ଆଇନ ଲକ୍ଷଲକ୍ଷ ସମଲିଙ୍ଗୀ ଓ ଅନ୍ତରଜାତୀୟ ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ମନରେ ଶାନ୍ତି ଦେବ । ଏହାସହ ଏହି ବିବାହକୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବ ବୋଲି ବାଇଡେନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

09 Dec 2022 By The Sakala

ଆମେରିକାରେ ସମଲିଙ୍ଗୀ ଓ ଆନ୍ତଃଜାତି ବିବାହକୁ ମିଳିଲା ଆଇନଗତ ମଞ୍ଜୁରି

ଓ୍ୱାଶିଂଟନ: ଅନେକ ଦେଶରେ ସମଲିଙ୍ଗୀ ବିବାହକୁ ନେଇ ତର୍କ ବିତର୍କ ଲାଗି ରହିଥିବାବେଳେ ଆମେରିକା ସରକାର ଏହାକୁ ଆଇନଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ଏକ ବିଲ୍ ଆମେରିକାର ନିମ୍ନ ସଦନରେ ଗୃହୀତ ହୋଇଛି । ଖୁବଶୀଘ୍ର ଏହି ବିଲକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ପାଇଁ ପଠାଯିବ ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିଲ୍ ଗୃହରେ ୨୫୮-୧୬୯ ଭୋଟରେ ପାସ୍ ହୋଇଛି। ରିପବ୍ଲିକ ପାର୍ଟିର ୩୯ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଥିଲେ । ଗତ ସପ୍ତାହରେ ଆମେରିକାର ଉପର ସଦନ ସିନେଟ୍ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ସମର୍ଥନରେ ୬୧ ଭୋଟ୍ ପଡ଼ିଥିବା ବେଳେ ଏହା ବିରୋଧରେ ୩୬ ଭୋଟ୍ ପଡ଼ିଥିଲା । ରାଷ୍ଟ୍ରପତି ଜୋ ବାଇଡେନ୍ ସଂସଦର ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି । ଏହି ଆଇନ ଲକ୍ଷଲକ୍ଷ ସମଲିଙ୍ଗୀ ଓ ଅନ୍ତରଜାତୀୟ ବିବାହ କରିବାକୁ ଚାହୁଁଥିବା ଲୋକଙ୍କ ମନରେ ଶାନ୍ତି ଦେବ । ଏହାସହ ଏହି ବିବାହକୁ ସୁରକ୍ଷା ଗ୍ୟାରେଣ୍ଟି ମିଳିବ ବୋଲି ବାଇଡେନ କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର