ୟୁକ୍ରେନ ଉପରେ ଆକ୍ରମଣ ଜାରି: କିଭ୍ ଦ୍ବାରଦେଶରେ ଋଷ ସେନା

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି। ଉଭୟ ଦେଶ ମଧ୍ଯକୁ କେହି ହେଲେ ମୁଣ୍ଡନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। କିବ୍କୁ ଧ୍ୱଂସ କରିବା ପାଇଁ ଋଷର ଶେଷ ପର୍ଯ୍ଯାୟ ପ୍ରସ୍ତୁତି କରିଛି। ରୁଷ ସେନା ୟୁକ୍ରେନ ରାଜଧାନୀ କିଭର ନିକଟତର ହେବା ସହିତ ମାରିଓପୋଲ, ନିପ୍ରୋ ଆଦି ସହରରେ ଘନଘନ ବୋମାମାଡ଼ କରିଛନ୍ତି । ନିପ୍ରୋ ସହରର ଏକ ହସ୍ପିଟାଲ ସମ୍ପୂର୍ଣ ଧ୍ବଂସ ପାଇବା ସହିତ ବହୁ ଅଟ୍ଟାଳିକାରେ ନିଆଁ ଲାଗିଯାଇଛି। ୟୁକ୍ରେନର ଜୈବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିକୁ […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି। ଉଭୟ ଦେଶ ମଧ୍ଯକୁ କେହି ହେଲେ ମୁଣ୍ଡନୁଆଁଇବାକୁ ପ୍ରସ୍ତୁତ ନୁହଁନ୍ତି। କିବ୍କୁ ଧ୍ୱଂସ କରିବା ପାଇଁ ଋଷର ଶେଷ ପର୍ଯ୍ଯାୟ ପ୍ରସ୍ତୁତି କରିଛି। ରୁଷ ସେନା ୟୁକ୍ରେନ ରାଜଧାନୀ କିଭର ନିକଟତର ହେବା ସହିତ ମାରିଓପୋଲ, ନିପ୍ରୋ ଆଦି ସହରରେ ଘନଘନ ବୋମାମାଡ଼ କରିଛନ୍ତି । ନିପ୍ରୋ ସହରର ଏକ ହସ୍ପିଟାଲ ସମ୍ପୂର୍ଣ ଧ୍ବଂସ ପାଇବା ସହିତ ବହୁ ଅଟ୍ଟାଳିକାରେ ନିଆଁ ଲାଗିଯାଇଛି। ୟୁକ୍ରେନର ଜୈବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତିକୁ ନେଇ ରୁଷିଆ ଆଣିଥିବା ଅଭିଯୋଗ ସମ୍ପର୍କରେ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦରେ ଆଲୋଚନା କରାଯାଇଛି | ଆଜି ରୁଷିଆ ପକ୍ଷରୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯିବା ସହିତ ଆମେରିକା ସହାୟତାରେ ୟୁକ୍ରେନ ଏଭଳି ଜୈବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରୁଥିବାରୁ ଏନେଇ ଆମେରିକା ତୁରନ୍ତ ଜବାବ ରଖିବାକୁ ରୁଷ ଦାବି କରିଥିଲା। ହେଲେ ରୁଷର ଏଭଳି ଦାବିକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ପ୍ରତିକୂଳ ମନ୍ତବ୍ୟ ଦେଇଛନ୍ତି। ରୁଷିଆର ଅଭିଯୋଗର କୌଣସି ସତ୍ୟତା ନାହିଁ ବରଂ ଆଗକୁ କିଭ୍ ଉପରେ ରୁଷିଆ ରାସାୟନିକ ଏବଂ ଜୈବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରିଥିବାରୁ ଏଭଳି ବୃଥା ଅଭିଯୋଗ ଆଣିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ରୁଷ ଯଦି ଏଭଳି ଆଭିମୁଖ୍ୟ ଗ୍ରହଣ କରେ ତେବେ ପରିଣାମ ଭୟଙ୍କର ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଚେତାବନୀ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

 

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର