ଜାତିସଂଘ ନିରାପତ୍ତା ପରିଷଦରେ ସଂସ୍କାର ଜରୁରୀ: ଭାରତ ଓ ବ୍ରାଜିଲର ସଦସ୍ୟତା ସପକ୍ଷରେ ରୁଷ୍‍

The Sakala Picture
Published On

ବେଜିଂ: ଜାତିସଂଘ ନିରାପତ୍ତା ପରିଷଦ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକର ଇଛା ଓ ଯୋଜନାକୁ ନେଇ ପରିଚାଳିତ ହେଉଛି। ତେଣୁ ଏଥିରେ ସଂସ୍କାର ଜରୁରୀ। ବେଜିଂରେ ଜାତିଂସଘ ପକ୍ଷରୁ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ରୁଷ ଏହା କହିଛି। ନିରାପତ୍ତା ପରିଷଦର ସଂସ୍କାର ସହ ଏଥିରେ ସଦସ୍ୟତା ପାଇଁ ଭାରତ ଓ ବ୍ରାଜିଲ ସପକ୍ଷରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ବେଜିଂରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଆଣ୍ଡ୍ରେ ଡେନିସୋଭ। ରୁଷ ଦୂତାବାସ ସୋସିଆଲ ମେଡିଆ ହ୍ୟାଣ୍ଡଲରେ ପୋଷ୍ଟ ହୋଇଥିବା ତଥ୍ୟ […]

ବେଜିଂ: ଜାତିସଂଘ ନିରାପତ୍ତା ପରିଷଦ କେବଳ ପାଶ୍ଚାତ୍ୟ ଦେଶଗୁଡ଼ିକର ଇଛା ଓ ଯୋଜନାକୁ ନେଇ ପରିଚାଳିତ ହେଉଛି। ତେଣୁ ଏଥିରେ ସଂସ୍କାର ଜରୁରୀ। ବେଜିଂରେ ଜାତିଂସଘ ପକ୍ଷରୁ ଅନୁଷ୍ଠିତ ଶାନ୍ତି ସମ୍ମିଳନୀରେ ରୁଷ ଏହା କହିଛି। ନିରାପତ୍ତା ପରିଷଦର ସଂସ୍କାର ସହ ଏଥିରେ ସଦସ୍ୟତା ପାଇଁ ଭାରତ ଓ ବ୍ରାଜିଲ ସପକ୍ଷରେ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ବେଜିଂରେ ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଆଣ୍ଡ୍ରେ ଡେନିସୋଭ। ରୁଷ ଦୂତାବାସ ସୋସିଆଲ ମେଡିଆ ହ୍ୟାଣ୍ଡଲରେ ପୋଷ୍ଟ ହୋଇଥିବା ତଥ୍ୟ ଅନୁସାରେ ଆମେରିକା, ୟୁରୋପ ଭଳି ପାଶ୍ଚାତ୍ୟ ଦେଶଗୁଡ଼ିକ ସେମାନଙ୍କ ନ୍ୟସ୍ତସ୍ୱାର୍ଥ ସମ୍ବଳିତ ଯୋଜନା କାର୍ଯ୍ୟକାରୀ କରିବାରେ ବ୍ୟସ୍ତ ରହୁଛନ୍ତି। ତେଣୁ ଏକ ବଡ଼ ସହମତି ଆଧାରରେ ନିରାପତ୍ତା ପରିଷଦର ସଦସ୍ୟ ସଂଖ୍ୟା ବୃଦ୍ଧି ହେବା ଦରକାର। ଏହି ପ୍ରସଂଗରେ ରୁଷର ସମର୍ଥନ କେବଳ ଭାରତ ଓ ବ୍ରାଜିଲ ସପକ୍ଷରେ ରହିଛି ବୋଲି ଡେନିସୋଭ କହିଛନ୍ତି। ଜର୍ମାନୀ ଓ ଜାପାନକୁ ସ୍ଥାୟୀ ସଦସ୍ୟ କରିଦେଲେ ଗଣତାନ୍ତ୍ରିକ ଦୃôଷ୍ଟିରୁ ଏହି ପରିଷଦର ଆଭ୍ୟନ୍ତରୀଣ ରୂପରେଖରେ କିଛି ପରିବର୍ତ୍ତନ ହେବନାହିଁ ବୋଲି ରୁଷ ସ୍ପଷ୍ଟ କରିଦେଇଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର