ପିଲାଙ୍କ ଉତ୍ତର ଖାତାରୁ ବାହାରୁଛି ଟଙ୍କା: ଲେଖା ହୋଇଛି ଗୁରୁଜୀ ମୋତେ ଫେଲ୍ କରିବେନି, ଏହା ଆପଣଙ୍କ ମିଠା ଖାଇବା ଖର୍ଚ୍ଚ

The Sakala Picture
Published On

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତାରୁ ବାହାରୁଛି ନୋଟ୍। ଏହି ନୋଟ ମଧ୍ୟରେ ୧୦୦, ୫୦୦ ଓ ୨୦୦୦ ହଜାର ଟଙ୍କା ରହିଛି। ଶିକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖିବା ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଘଟିଥିବା ଜଣାପଡ଼ିଛି। ୭ଦିନର ଖାତା ମୂଲ୍ୟାଙ୍କନ ମଧ୍ୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏଯାବତ ୧୫ହଜାର ଟଙ୍କା ମିଳି ସାରିଥିବା ଖବର ରହିଛି। ଏହି ନୋଟ ସହ ଲେଖାଯାଇଛି, ଗୁରୁଜୀ ଅଧିକ ପାଠ ଲେଖିନି, ମୋର […]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇଥିବା ଶିକ୍ଷାର୍ଥୀଙ୍କ ଉତ୍ତର ଖାତାରୁ ବାହାରୁଛି ନୋଟ୍। ଏହି ନୋଟ ମଧ୍ୟରେ ୧୦୦, ୫୦୦ ଓ ୨୦୦୦ ହଜାର ଟଙ୍କା ରହିଛି। ଶିକ୍ଷାର୍ଥୀଙ୍କ ଉତ୍ତର ଖାତା ଦେଖିବା ସମୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ଘଟିଥିବା ଜଣାପଡ଼ିଛି। ୭ଦିନର ଖାତା ମୂଲ୍ୟାଙ୍କନ ମଧ୍ୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏଯାବତ ୧୫ହଜାର ଟଙ୍କା ମିଳି ସାରିଥିବା ଖବର ରହିଛି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଏହି ନୋଟ ସହ ଲେଖାଯାଇଛି, ଗୁରୁଜୀ ଅଧିକ ପାଠ ଲେଖିନି, ମୋର ଭବିଷ୍ୟତ ଖରାପ କରିବେ ନାହିଁ, ମୋତେ ଫେଲ କରିବେନି, ଏହା ରହିଲା ଆପଣଙ୍କ ମିଠା ଖାଇବା ଖର୍ଚ୍ଚ, ଭାବୁଛି ଖୁସିରେ ଗ୍ରହଣ କରି‌ବେ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ସୂଚନାଯୋଗ୍ୟ, ପଦାର୍ଥ ବିଜ୍ଞାନ, ଗଣିତ ଏବଂ ରସାୟନ ବିଜ୍ଞାନର ଉତ୍ତର ସିଟରୁ ଅଧିକ ପରିମାଣର ଟଙ୍କା ମିଳୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କହିଛନ୍ତି। ବାରାଣସୀ ଜିଲ୍ଲାରେ ଚାରୋଟି ମୂଲ୍ୟାଙ୍କନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସରକାରୀ କୁଇନ୍ସ ଇଣ୍ଟର କଲେଜ ଏବଂ ପିଏନ ସରକାରୀ ଇଣ୍ଟର କଲେଜରେ ଇଣ୍ଟର ଶିକ୍ଷାର୍ଥୀମାନଙ୍କ ଉତ୍ତର ପୁସ୍ତକ ଯାଞ୍ଚ କରାଯାଉଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର