‘ମୋ ଗ୍ରାଚ୍ୟୁଇଟି ଟଙ୍କା ଦିଅ ନ ହେଲେ ମୁଁ ପୃଥିବୀରେ ପ୍ରଳୟ ଆଣିବି’ – ଆତ୍ମଘୋଷିତ କଳ୍କୀ ଅବତାରଙ୍କ ଧମକ

The Sakala Picture
Published On

ଅହମଦାବାଦ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ କଳ୍କୀ ଅବତାର ତଥା ରମେଶଚନ୍ଦ୍ର ପଫେର୍ । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ତାଙ୍କୁ ଯଦି ତାଙ୍କ ଦରମା ନ ମିଳେ ତେବେ ସେ ପୃଥିବୀରେ ପ୍ରଳୟ ଆଣିବେ ବୋଲି ଧମକ ଦେଇଛନ୍ତି । ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ ନେଇଆସିବି । କାରଣ ସେ କୁଆଡେ ଠାକୁରଙ୍କର କଳ୍କୀ ଅବତାର । ପୃଥିବୀରେ ତାଙ୍କ ପାଇଁ ହିଁ ଭଲ ବର୍ଷା […]

ଅହମଦାବାଦ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ କଳ୍କୀ ଅବତାର ତଥା ରମେଶଚନ୍ଦ୍ର ପଫେର୍ । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ତାଙ୍କୁ ଯଦି ତାଙ୍କ ଦରମା ନ ମିଳେ ତେବେ ସେ ପୃଥିବୀରେ ପ୍ରଳୟ ଆଣିବେ ବୋଲି ଧମକ ଦେଇଛନ୍ତି । ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ ନେଇଆସିବି । କାରଣ ସେ କୁଆଡେ ଠାକୁରଙ୍କର କଳ୍କୀ ଅବତାର । ପୃଥିବୀରେ ତାଙ୍କ ପାଇଁ ହିଁ ଭଲ ବର୍ଷା ହେଉଛି ଆଉ ଏଥିପାଇଁ ସେ କୁଆଡେ କାମ କରୁଛନ୍ତି । ସେଥିପାଇଁ ତାଙ୍କୁ ଦରମା ଦେବାର ଆବଶ୍ୟକତା ରହିଛି । ପାଠକ ବନ୍ଧୁ ଏକଥା ଆମେ କହୁନୁ କି ଏ ମନୋଭାବ କୌଣସି ସାଧୁସନ୍ଥ ବା ଭଣ୍ଡ ବାବାଙ୍କର ନୁହେଁ । ଏ ହେଉଛି ଜଣେ ସରକାରୀ କର୍ମଚାରୀଙ୍କ ବିଳାପ । ଯେ କି ଅଫିସ୍ ନଯାଇ ଦାବି କରୁଛନ୍ତି ଦରମା ଟଙ୍କା, ଆଉ ଏଭଳି ଫମ୍ପା ଧମକ ମଧ୍ୟ ଦେଉଛନ୍ତି ।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

ସୂଚନା ଅନୁସାରେ ପ୍ରାୟ ଦୁଇ ବର୍ଷ ତଳେ ଗୁଜୁରାଟର ଜଳ ସମ୍ପଦ ବିଭାଗର ଅଧୀକ୍ଷକ ରମେଶଚନ୍ଦ୍ର ପଫେର୍ ନିଜକୁ ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଥିଲେ । ସେ ଅଧୀକ୍ଷକ ଥିଲେ କିନ୍ତୁ ମାନସିକ ଅବସ୍ଥା ଦେଖି ସରକାର ତାଙ୍କୁ ଆଗୁଆ ଅବସର ଦେଇଥିଲେ । ବର୍ତ୍ତମାନ ସେ କହୁଛନ୍ତି ତାଙ୍କର ଗ୍ରାଚ୍ୟୁଇଟି ଟଙ୍କା ନ ମିଳିଲେ ପୃଥିବୀରେ ଦୁର୍ଭିକ୍ଷ ଆଣିଦେବେ । ନିଜକୁ କଳ୍କୀ ଅବତାର ବୋଲାଉଥିବା ରମେଶଚନ୍ଦ୍ର ଏବେ ଟଙ୍କା ନମିଳେ ସେ ତାଙ୍କର ଦିବ୍ୟ ବାଣୀ ଦ୍ୱାରା ଦୁର୍ଭିକ୍ଷ ଆଣିଦେବେ ବୋଲି କହୁଛନ୍ତି ।

ଆହୁରି ପଢ଼ନ୍ତୁ: ଗୋଟିଏ ମଣ୍ଡପ, ଜଣେ କନ୍ୟା ଆଉ ଦୁଇ ଜଣ ବର! ଏହି ନିଆରା ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ

ଜୁଲାଇ ୧ ତାରିଖ ଦିନ ଜଳ ସମ୍ପଦ ବିଭାଗର ସଚିବଙ୍କୁ ଲେଖିଥିବା ଚିଠିରେ ପଫେର୍ କହିଛନ୍ତି ଯେ ସରକାରରେ ଥିବା ରାକ୍ଷସମାନେ ତାଙ୍କୁ ଗ୍ରାଚ୍ୟୁଇଟି ଏବଂ ଏକ ବର୍ଷର ବେତନ ହିସାବରେ ୧୬ ଲକ୍ଷ ଟଙ୍କା ନଦେଇ ତାଙ୍କୁ ହଇରାଣ କରୁଛନ୍ତି । ଆଉ ଅଜବ ଧମକ ଦେଉଛନ୍ତି ଯେ ଯଦି ଏହି ଟଙ୍କା ତାଙ୍କୁ ନ ମିଳେ ତେବେ ସେ ପୃଥିବୀରେ ଭୟଙ୍କର ମରୁଡ଼ି ଆଣିବେ କାରଣ ସେ ପ୍ରଭୁ ବିଷ୍ଣୁଙ୍କ ଦଶମ ଅବତାର ଯିଏ କି ସତ୍ୟଯ଼ୁଗରେ ଶାସନ କରିଥିଲେ ।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

ପଫେର୍ ଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷକ ଇଞ୍ଜିନିୟର ଭାବରେ ଭଦୋଦରା କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଥିଲା । ଦୀର୍ଘ ଆଠ ମାସ ମଧ୍ୟରେ ମାତ୍ର ୧୬ ଦିନ ଅଫିସକୁ ଆସିଥିଲେ ସେ । ତେଣୁ ବିଭାଗ ତାଙ୍କୁ ନୋଟିସ ଜାରି କରିଥିଲେ । ଜଳ ସମ୍ପଦ ବିଭାଗର ସଚିବ ଏମ.କେ ଯାଦବ କହିଛନ୍ତି ଯେ ରମେଶ ପଫେର୍ ସେମାନଙ୍କୁ ବୋକା ବନାଉଛନ୍ତି, “ପଫେର୍ ଅଫିସକୁ ନ ଆସି ଦରମା ଦାବି କରୁଛନ୍ତି । ସେ କହୁଛନ୍ତି ଯେ ସେ କୁଆଡେ ‘କଳକୀ’ ଅବତାର ଏବଂ ପୃଥିବୀରେ ବର୍ଷା ଆଣିବା ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ଦିଆଯିବା ଉଚିତ । ପଫେର୍ ଏମିତି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କଳ୍କୀ ଅବତାର ଆକାରରେ ପୃଥିବୀରେ ତାଙ୍କର ଉପସ୍ଥିତି ଥିବାରୁ ଭାରତକୁ ଭଲ ବର୍ଷା ହୋଇଛି ।

05 Jul 2021 By The Sakala

‘ମୋ ଗ୍ରାଚ୍ୟୁଇଟି ଟଙ୍କା ଦିଅ ନ ହେଲେ ମୁଁ ପୃଥିବୀରେ ପ୍ରଳୟ ଆଣିବି’ – ଆତ୍ମଘୋଷିତ କଳ୍କୀ ଅବତାରଙ୍କ ଧମକ

ଅହମଦାବାଦ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ କଳ୍କୀ ଅବତାର ତଥା ରମେଶଚନ୍ଦ୍ର ପଫେର୍ । ପୂର୍ବରୁ ନିଜକୁ କଳ୍କୀ ଅବତାର (ଭଗବାନ ବିଷ୍ଣୁଙ୍କ ଶେଷ ଅବତାର) କହୁଥିଲେ । ତାଙ୍କୁ ଯଦି ତାଙ୍କ ଦରମା ନ ମିଳେ ତେବେ ସେ ପୃଥିବୀରେ ପ୍ରଳୟ ଆଣିବେ ବୋଲି ଧମକ ଦେଇଛନ୍ତି । ଗ୍ରାଚ୍ୟୁଟି ନଦେଲେ ସେ ପୃଥିବୀକୁ ଦୁର୍ଭିକ୍ଷ ନେଇଆସିବି । କାରଣ ସେ କୁଆଡେ ଠାକୁରଙ୍କର କଳ୍କୀ ଅବତାର । ପୃଥିବୀରେ ତାଙ୍କ ପାଇଁ ହିଁ ଭଲ ବର୍ଷା ହେଉଛି ଆଉ ଏଥିପାଇଁ ସେ କୁଆଡେ କାମ କରୁଛନ୍ତି । ସେଥିପାଇଁ ତାଙ୍କୁ ଦରମା ଦେବାର ଆବଶ୍ୟକତା ରହିଛି । ପାଠକ ବନ୍ଧୁ ଏକଥା ଆମେ କହୁନୁ କି ଏ ମନୋଭାବ କୌଣସି ସାଧୁସନ୍ଥ ବା ଭଣ୍ଡ ବାବାଙ୍କର ନୁହେଁ । ଏ ହେଉଛି ଜଣେ ସରକାରୀ କର୍ମଚାରୀଙ୍କ ବିଳାପ । ଯେ କି ଅଫିସ୍ ନଯାଇ ଦାବି କରୁଛନ୍ତି ଦରମା ଟଙ୍କା, ଆଉ ଏଭଳି ଫମ୍ପା ଧମକ ମଧ୍ୟ ଦେଉଛନ୍ତି ।

ସୂଚନା ଅନୁସାରେ ପ୍ରାୟ ଦୁଇ ବର୍ଷ ତଳେ ଗୁଜୁରାଟର ଜଳ ସମ୍ପଦ ବିଭାଗର ଅଧୀକ୍ଷକ ରମେଶଚନ୍ଦ୍ର ପଫେର୍ ନିଜକୁ ନିଜେ ଭଗବାନ ବିଷ୍ଣୁଙ୍କ ଅବତାର ବୋଲି କହିଥିଲେ । ସେ ଅଧୀକ୍ଷକ ଥିଲେ କିନ୍ତୁ ମାନସିକ ଅବସ୍ଥା ଦେଖି ସରକାର ତାଙ୍କୁ ଆଗୁଆ ଅବସର ଦେଇଥିଲେ । ବର୍ତ୍ତମାନ ସେ କହୁଛନ୍ତି ତାଙ୍କର ଗ୍ରାଚ୍ୟୁଇଟି ଟଙ୍କା ନ ମିଳିଲେ ପୃଥିବୀରେ ଦୁର୍ଭିକ୍ଷ ଆଣିଦେବେ । ନିଜକୁ କଳ୍କୀ ଅବତାର ବୋଲାଉଥିବା ରମେଶଚନ୍ଦ୍ର ଏବେ ଟଙ୍କା ନମିଳେ ସେ ତାଙ୍କର ଦିବ୍ୟ ବାଣୀ ଦ୍ୱାରା ଦୁର୍ଭିକ୍ଷ ଆଣିଦେବେ ବୋଲି କହୁଛନ୍ତି ।

ଜୁଲାଇ ୧ ତାରିଖ ଦିନ ଜଳ ସମ୍ପଦ ବିଭାଗର ସଚିବଙ୍କୁ ଲେଖିଥିବା ଚିଠିରେ ପଫେର୍ କହିଛନ୍ତି ଯେ ସରକାରରେ ଥିବା ରାକ୍ଷସମାନେ ତାଙ୍କୁ ଗ୍ରାଚ୍ୟୁଇଟି ଏବଂ ଏକ ବର୍ଷର ବେତନ ହିସାବରେ ୧୬ ଲକ୍ଷ ଟଙ୍କା ନଦେଇ ତାଙ୍କୁ ହଇରାଣ କରୁଛନ୍ତି । ଆଉ ଅଜବ ଧମକ ଦେଉଛନ୍ତି ଯେ ଯଦି ଏହି ଟଙ୍କା ତାଙ୍କୁ ନ ମିଳେ ତେବେ ସେ ପୃଥିବୀରେ ଭୟଙ୍କର ମରୁଡ଼ି ଆଣିବେ କାରଣ ସେ ପ୍ରଭୁ ବିଷ୍ଣୁଙ୍କ ଦଶମ ଅବତାର ଯିଏ କି ସତ୍ୟଯ଼ୁଗରେ ଶାସନ କରିଥିଲେ ।

ପଫେର୍ ଙ୍କୁ ରାଜ୍ୟ ଜଳ ସମ୍ପଦ ବିଭାଗର ସର୍ଦ୍ଦାର ସରୋବର ପୁନର୍ବାସ ଏଜେନ୍ସିରେ ଅଧୀକ୍ଷକ ଇଞ୍ଜିନିୟର ଭାବରେ ଭଦୋଦରା କାର୍ଯ୍ୟାଳୟରେ ପୋଷ୍ଟ କରାଯାଇଥିଲା । ଦୀର୍ଘ ଆଠ ମାସ ମଧ୍ୟରେ ମାତ୍ର ୧୬ ଦିନ ଅଫିସକୁ ଆସିଥିଲେ ସେ । ତେଣୁ ବିଭାଗ ତାଙ୍କୁ ନୋଟିସ ଜାରି କରିଥିଲେ । ଜଳ ସମ୍ପଦ ବିଭାଗର ସଚିବ ଏମ.କେ ଯାଦବ କହିଛନ୍ତି ଯେ ରମେଶ ପଫେର୍ ସେମାନଙ୍କୁ ବୋକା ବନାଉଛନ୍ତି, “ପଫେର୍ ଅଫିସକୁ ନ ଆସି ଦରମା ଦାବି କରୁଛନ୍ତି । ସେ କହୁଛନ୍ତି ଯେ ସେ କୁଆଡେ ‘କଳକୀ’ ଅବତାର ଏବଂ ପୃଥିବୀରେ ବର୍ଷା ଆଣିବା ପାଇଁ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ଦିଆଯିବା ଉଚିତ । ପଫେର୍ ଏମିତି ମଧ୍ୟ ଚିଠିରେ ଲେଖିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ କଳ୍କୀ ଅବତାର ଆକାରରେ ପୃଥିବୀରେ ତାଙ୍କର ଉପସ୍ଥିତି ଥିବାରୁ ଭାରତକୁ ଭଲ ବର୍ଷା ହୋଇଛି ।

https://www.thesakala.in/national-international/reliese-my-gratuity-money-otherwise-i-will-destroy-the-earth/article-3502
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର