ମନୋରଞ୍ଜନ
ଓଡ଼ିଶା
ରାଜ୍ୟ ପାଇଁ ୧୦୦ ଟଙ୍କା କମିଲା ‘କୋଭିଶିଲ୍ଡ’ ଦର
ମୁମ୍ବଇ: ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭିଶିଲ୍ଡର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି। ଏ ନେଇ ଏସଆଇଆଇ ମୁଖ୍ୟ ଅଦର ପୁନାୱାଲା ବୁଧବାର ଘୋଷଣା କରିଛନ୍ତି। As a philanthropic gesture on behalf of @SerumInstIndia, I hereby reduce the price to the states from Rs.400 to Rs.300 per dose, effective immediately; this will save thousands of crores […]
ମୁମ୍ବଇ: ସେରମ ଇନ୍ଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ) ଦ୍ବାରା ପ୍ରସ୍ତୁତ କରୋନା ଟିକା କୋଭିଶିଲ୍ଡର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରାଯାଇଛି। ଏ ନେଇ ଏସଆଇଆଇ ମୁଖ୍ୟ ଅଦର ପୁନାୱାଲା ବୁଧବାର ଘୋଷଣା କରିଛନ୍ତି।
As a philanthropic gesture on behalf of @SerumInstIndia, I hereby reduce the price to the states from Rs.400 to Rs.300 per dose, effective immediately; this will save thousands of crores of state funds going forward. This will enable more vaccinations and save countless lives.
ଆହୁରି ପଢ଼ନ୍ତୁ: ବଲିଉଡ୍ ଅଭିନେତା ରାଜପାଲ ଯାଦବଙ୍କୁ ଝଟକା: ଫେବୃଆରୀ ୪ ସୁଦ୍ଧା ଆତ୍ମସମର୍ପଣ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ— Adar Poonawalla (@adarpoonawalla) April 28, 2021
ଆହୁରି ପଢ଼ନ୍ତୁ: ଫେବୃଆରୀ ୧୭ରୁ ବିଧାନସଭା ଅଧିବେଶନ, ୨୦ରେ ହେବ ବଜେଟ ଉପସ୍ଥାପନ
ପୂର୍ବରୁ ରାଜ୍ୟଗୁଡ଼ିକ ପାଇଁ ଟିକା ଦର ୪୦୦ ଟଙ୍କା ଘୋଷଣା କରାଯାଇଥିଲା। ଏଥିରେ ୧୦୦ ଟଙ୍କା ହ୍ରାସ କରାଯିବା ପରେ ଏବେ ରାଜ୍ୟଗୁଡ଼ିକୁ ୩୦୦ ଟଙ୍କାରେ କୋଭିଶିଲ୍ଡ ଟିକା ବିକ୍ରି କରିବ ଏସଆଇଆଇ।
ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟଗୁଡ଼ିକ ପାଇଁ ୪୦୦ ଏବଂ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ୬୦୦ ଟଙ୍କାରେ ଟିକା ଦିଆଯିବ ବୋଲି ସେରମ ପକ୍ଷରୁ କୁହାଯାଇଥିଲା। ରାଜ୍ୟ ପାଇଁ ଟିକା ଦର ହ୍ରାସ ପାଇଥିଲାବେଳେ ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି।





