ପତନାଭିମୁଖୀ ମହାଅଘାଡ଼ି ସରକାର, ଇସ୍ତଫା ଦେବାକୁ ପ୍ରସ୍ତୁତ: ଉଦ୍ଧବ

The Sakala Picture
Published On

ମୁମ୍ବାଇ : ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବିରୋଧରେ ଉଠିଥିବା ବିଦ୍ରୋହ ମହାଅଘାଡି ସରକାରର ପତନର କାରଣ ହେବାକୁ ଯାଉଛି। ଗତ ଦୁଇ ଦିନର ଘଟଣାକ୍ରମକୁ ନେଇ ବିଚଳିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିଲେ ହେଁ ନିଜ ସରକାରର ପତନ ଅବଶ୍ୟମ୍ଭାବୀ ଜାଣି ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଫେସବୁକ୍‌ ଲାଇଭରେ ଅତ୍ୟନ୍ତ ଭାବପ୍ରବଣ ଭାବେ ସେ ରାଜ୍ୟବାସୀଙ୍କୁ ସାମ୍ବୋଧÒତ କରି ଏହା […]

ମୁମ୍ବାଇ : ମହାରାଷ୍ଟ୍ରର ଉଦ୍ଧବ ସରକାରଙ୍କ ବିରୋଧରେ ଉଠିଥିବା ବିଦ୍ରୋହ ମହାଅଘାଡି ସରକାରର ପତନର କାରଣ ହେବାକୁ ଯାଉଛି। ଗତ ଦୁଇ ଦିନର ଘଟଣାକ୍ରମକୁ ନେଇ ବିଚଳିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବୁଧବାର ସନ୍ଧ୍ୟାରେ ବିଧାୟକ ଦଳ ବୈଠକ ଡାକି ରଣନୀତି ପ୍ରସ୍ତୁତ କରିଥିଲେ ହେଁ ନିଜ ସରକାରର ପତନ ଅବଶ୍ୟମ୍ଭାବୀ ଜାଣି ସେ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ଫେସବୁକ୍‌ ଲାଇଭରେ ଅତ୍ୟନ୍ତ ଭାବପ୍ରବଣ ଭାବେ ସେ ରାଜ୍ୟବାସୀଙ୍କୁ ସାମ୍ବୋଧÒତ କରି ଏହା କହିଥିଲା ବେଳେ ସେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଆଦୌ ଲାଳାୟିତ ନୁହନ୍ତି ବୋଲି କହିଛନ୍ତି। ସେ କେବେ ମଧ୍ୟ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନଥିଲେ ବରଂ ଏନସିପି ସହ ମେଣ୍ଟ ହେବା ପରେ ଏହି ଦଳର ମୁଖିଆ ଶରଦ ପାୱାରଙ୍କ ପରାମର୍ଶକ୍ରମେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

କିନ୍ତୁ ସେ କ୍ଷମତାକୁ କେବେ ବି ଅଗ୍ରାଧିକାର ଦେଇ ନାହାନ୍ତି ବୋଲି କହିଛନ୍ତି। ସେପଟେ ନିଜ ଦଳର ବିଦ୍ରୋହୀ ନେତାଙ୍କ ଉଦ୍ଦେଶ୍ୟରେ ଉଦ୍ଧବ କହିଛନ୍ତି ଯେ, ତାଙ୍କ ସରକାର ଶିବସେନାର ମୂଳାଧାର ଅର୍ଥାତ୍‌ ହିନ୍ଦୁତ୍ବ ଠାରୁ ଦୂରେଇ ଯାଉଛି ବୋଲି ଯାହା ଅଭିଯୋଗ ଉଠୁଛି ତାହା ସମ୍ପୂର୍ଣ୍ଣ ଭୁଲ। ହିନ୍ଦୁତ୍ବ ଏବଂ ଶିବସେନା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ଉଦ୍ଧବ କହିଛନ୍ତି। ତେବେ ଯଦି କିଛି କାରଣକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ କିଛି ଅସନ୍ତୋଷ ରହିଛି ତେବେ ସେମାନେ ଗୌହାଟୀରେ ନ ବସି ତାଙ୍କ ସମ୍ମୁଖକୁ ଆସନ୍ତୁ ଏବଂ ତାହାର ସମାଧାନ କରନ୍ତୁ ବୋଲି ଉଦ୍ଧବ ବିଦ୍ରୋହୀ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି। ଆଜି ସନ୍ଧ୍ୟାରେ ଉଦ୍ଧବ ବିଗତ ଦୁଇ ଦିନର ଘଟଣାକ୍ରମକୁ ନେଇ ସନ୍ଧ୍ୟାରେ ବିଧାୟକମାନଙ୍କୁ ନିଜ ବାସଭବନକୁ ଡକାଇ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

କିନ୍ତୁ ସେଠାରେ ମାତ୍ର ୨୧ ଜଣ ବିଧାୟକ ଉପସ୍ଥିତ ଥିବା କୁହାଯାଉଛି। ପରେ ପରେ ସେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ ସେଠାରୁ ସେଭଳି କିଛି ଫଳ ମିଳିନାହିଁ। ବରଂ ବିରୋଧୀ ଭୂମିକା ନିଭାଇବାକୁ ଏନସିପି ପ୍ରସ୍ତୁତ ଅଛି ବୋଲି ଶରଦ କହିଥିବା ଜାଣିବାକୁ ମିଳିଛି। ଏଭଳି ସ୍ଥିତିରେ ଉଦ୍ଧବ ସରକାର ପତନ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ନିଜକୁ ଦଳୀୟ ନେତା ଭାବେ ଦାବି କରିଛନ୍ତି। ସେ ବୁଧବାର ସନ୍ଧ୍ୟାରେ ମହାରାଷ୍ଟ୍ର ରାଜ୍ୟପାଳଙ୍କୁ ଚିଠି ଲେଖି ତାଙ୍କ ପ୍ରତି ୪୦ ବିଧାୟକଙ୍କ ସମର୍ଥନ ରହିଛି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳେ ଏକନାଥଙ୍କ ନେତୃତ୍ବରେ ୨୬ ବିଧାୟକ ଗୌହାଟୀରେ ପହଞ୍ଚିଥିଲା ବେେଳ ପରେ ପରେ ଆଉ କିଛି ବିଧାୟକ ମଧ୍ୟ ଏକନାଥଙ୍କ କ୍ୟାମ୍ପରେ ଯୋଗ ଦେଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଏକନାଥଙ୍କ ନେତୃତ୍ବରେ ଗୌହାଟୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କ୍ୟାମ୍ପରେ ଆଉ କିଛି ବିଧାୟକ ଯୋଗ ଦେବାକୁ ଯାଉଛନ୍ତି ବୋଲି ଘୋଷଣା କରାଯାଇଥିଲା। ଏକନାଥଙ୍କ ସମର୍ଥନରେ ରହିଥିବା ବିଧାୟକମାନେ ଉଦ୍ଧବଙ୍କୁ ବିରୋଧ କରୁନାହାନ୍ତି ,ବରଂ ଶିବସେନା ସହ କଂଗ୍ରେସ ଏବଂ ଏନସିପିର ମେଣ୍ଟକୁ ହଜମ କରିପାରୁ ନଥିବା କୁହାଯାଉଛି। ଏପରିକି ଏନସିପି ଶିବସେନକୁ ତଳିତଳାନ୍ତ କରିବାରେ ଲାଗିଛି ବୋଲି ଏହି ବିଧାୟକମାନେ କହିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ନିଜ ଦଳରେ ସଂଖ୍ୟାଲଘୁ ହୋଇପଡ଼ିଛନ୍ତି। ସେପେଟେ ଏକନାଥଙ୍କ ନିକଟରେ ୩୦ରୁ ଅଧିକ ବିଧାୟକ ରହିଥÒବାରୁ ତାଙ୍କ ବିରୋଧରେ ଦଳ ବିରୋଧୀ ଅଭିଯୋଗ ଲାଗିପାରିବ ନାହିଁ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର