ରାଜସ୍ଥାନରେ ବଢୁଛି ମହିଳା ବିରୋଧୀ ଅପରାଧ: ୨ ବର୍ଷରେ ୧୧,୩୦୭ ନାବାଳିକାଙ୍କୁ ଦୁଷ୍କର୍ମ

The Sakala Picture
Published On

ଜୟପୁର: ରାଜସ୍ଥାନରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ରାଜ୍ୟରେ ଦିନକୁ ଦିନ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ଶନିବାର କରୋଲିରେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଛି। ଏହାକୁ ନେଇ ଲୋକେ ଆଇନବ୍ୟବସ୍ଥାକୁ କାଠଗଡାକୁ ଟାଣିଛନ୍ତି। ଏପରି ସମୟରେ ଆଇନଶୃଙ୍ଖଳାକୁ ନେଇ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଗତ ୨୮ ମାସ (୨୦୨୦ରୁ ୨୦୨୨ ଏପ୍ରିଲ)ରେ ୧୩,୮୯୦ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିରେ ୧୧,୩୦୭ ନାବାଳିକା ଦୁଷ୍କର୍ମ ମାମଲା ସାମିଲ ରହିଛି। […]

ଜୟପୁର: ରାଜସ୍ଥାନରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ରାଜ୍ୟରେ ଦିନକୁ ଦିନ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ଶନିବାର କରୋଲିରେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଛି। ଏହାକୁ ନେଇ ଲୋକେ ଆଇନବ୍ୟବସ୍ଥାକୁ କାଠଗଡାକୁ ଟାଣିଛନ୍ତି। ଏପରି ସମୟରେ ଆଇନଶୃଙ୍ଖଳାକୁ ନେଇ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଗତ ୨୮ ମାସ (୨୦୨୦ରୁ ୨୦୨୨ ଏପ୍ରିଲ)ରେ ୧୩,୮୯୦ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିରେ ୧୧,୩୦୭ ନାବାଳିକା ଦୁଷ୍କର୍ମ ମାମଲା ସାମିଲ ରହିଛି। ୨ ବର୍ଷରେ ୧୨ ବର୍ଷରୁ କମ୍‌ ବୟସର ୧୭୦ ଶିଶୁ ଦୁଷ୍କର୍ମର ଶିକାର ହୋଇଛନ୍ତି। ସରକାର ୨୦୧୩ରେ ଏଭଳି ମାମଲାରେ ଫାଶୀ ଦେବାର ବ୍ୟବସ୍ଥା କରିଥିଲେ। ଏହା ସତ୍ତ୍ବେ ଏଭଳି ଅତିସମ୍ବେଦନଶୀଳ ମାମଲାରେ ପକ୍ସୋ କୋର୍ଟରେ ଚାପ ବଢ଼ିବାରେ ଲାଗିଛି। ଜୟପୁରର ୭ ପକ୍ସୋ କୋର୍ଟରେ ୭୦୦ ମାମଲା ପଡିରହିଛି। ୨୮ ମାସରେ ରାଜ୍ୟରେ ରୁଜୁ ହୋଇଥିବା ୪୫ ପ୍ରତିଶତ ଅର୍ଥାତ ୬୧୯୧ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ଏଥିରୁ ମାତ୍ର ୪.୪୬ ପ୍ରତିଶତଙ୍କୁ ଦଣ୍ଡମିଳିଛି। ୩ ବର୍ଷରେ ନାବାଳିକା ଦୁଷ୍କର୍ମ ମାମଲାରେ ୮ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ ପକ୍ସୋ କୋର୍ଟ ଗତ ୩ ବର୍ଷରେ ୮ ଦୋଷୀଙ୍କୁ ଫାଶୀ, ୧୩୭ରୁ ଊର୍ଦ୍ଧ୍ବଙ୍କୁ ଆଜୀବନ କାରାଦଣ୍ଡ, ୬୨୦ରୁ ଅଧିକ ଦୋଷୀଙ୍କ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ତେବେ ସତ ହେଲା ଏ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଇନାହିଁ।

ଆହୁରି ପଢ଼ନ୍ତୁ: ବିଚାରପତିଙ୍କ ଟେବୁଲ୍ ଉପରେ ମୃତ ଭ୍ରୂଣ ରଖିଲେ ବ୍ୟକ୍ତି: ମଧ୍ୟପ୍ରଦେଶ ହାଇକୋର୍ଟରେ ଚାଞ୍ଚଲ୍ୟ, ମାଗିଲେ ଇଚ୍ଛାମୃତ୍ୟୁ

31 May 2022 By The Sakala

ରାଜସ୍ଥାନରେ ବଢୁଛି ମହିଳା ବିରୋଧୀ ଅପରାଧ: ୨ ବର୍ଷରେ ୧୧,୩୦୭ ନାବାଳିକାଙ୍କୁ ଦୁଷ୍କର୍ମ

ଜୟପୁର: ରାଜସ୍ଥାନରେ ଆଇନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ରାଜ୍ୟରେ ଦିନକୁ ଦିନ ମହିଳା ଏବଂ ଶିଶୁ ବିରୋଧୀ ଅପରାଧ ବଢ଼ିବାରେ ଲାଗିଛି। ଶନିବାର କରୋଲିରେ ୪ ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଛି। ଏହାକୁ ନେଇ ଲୋକେ ଆଇନବ୍ୟବସ୍ଥାକୁ କାଠଗଡାକୁ ଟାଣିଛନ୍ତି। ଏପରି ସମୟରେ ଆଇନଶୃଙ୍ଖଳାକୁ ନେଇ ସାଂଘାତିକ ତଥ୍ୟ ସାମ୍‌ନାକୁ ଆସିଛି। ଗତ ୨୮ ମାସ (୨୦୨୦ରୁ ୨୦୨୨ ଏପ୍ରିଲ)ରେ ୧୩,୮୯୦ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏଥିରେ ୧୧,୩୦୭ ନାବାଳିକା ଦୁଷ୍କର୍ମ ମାମଲା ସାମିଲ ରହିଛି। ୨ ବର୍ଷରେ ୧୨ ବର୍ଷରୁ କମ୍‌ ବୟସର ୧୭୦ ଶିଶୁ ଦୁଷ୍କର୍ମର ଶିକାର ହୋଇଛନ୍ତି। ସରକାର ୨୦୧୩ରେ ଏଭଳି ମାମଲାରେ ଫାଶୀ ଦେବାର ବ୍ୟବସ୍ଥା କରିଥିଲେ। ଏହା ସତ୍ତ୍ବେ ଏଭଳି ଅତିସମ୍ବେଦନଶୀଳ ମାମଲାରେ ପକ୍ସୋ କୋର୍ଟରେ ଚାପ ବଢ଼ିବାରେ ଲାଗିଛି। ଜୟପୁରର ୭ ପକ୍ସୋ କୋର୍ଟରେ ୭୦୦ ମାମଲା ପଡିରହିଛି। ୨୮ ମାସରେ ରାଜ୍ୟରେ ରୁଜୁ ହୋଇଥିବା ୪୫ ପ୍ରତିଶତ ଅର୍ଥାତ ୬୧୯୧ ମାମଲା କୋର୍ଟ ପର୍ଯ୍ୟନ୍ତ ପହଞ୍ଚିଛି। ଏଥିରୁ ମାତ୍ର ୪.୪୬ ପ୍ରତିଶତଙ୍କୁ ଦଣ୍ଡମିଳିଛି। ୩ ବର୍ଷରେ ନାବାଳିକା ଦୁଷ୍କର୍ମ ମାମଲାରେ ୮ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ ଦିଆଯାଇଛି। କିନ୍ତୁ ଏ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଇ ନାହିଁ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଥିଲେ ଯେ ପକ୍ସୋ କୋର୍ଟ ଗତ ୩ ବର୍ଷରେ ୮ ଦୋଷୀଙ୍କୁ ଫାଶୀ, ୧୩୭ରୁ ଊର୍ଦ୍ଧ୍ବଙ୍କୁ ଆଜୀବନ କାରାଦଣ୍ଡ, ୬୨୦ରୁ ଅଧିକ ଦୋଷୀଙ୍କ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ତେବେ ସତ ହେଲା ଏ ପର୍ଯ୍ୟନ୍ତ କାହାକୁ ଫାଶୀ ଦିଆଯାଇନାହିଁ।

https://www.thesakala.in/national-international/rajasthans-rising-crime-against-women/article-12054
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର