ପବ୍‌ରେ ରାହୁଲ ଗାନ୍ଧୀ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

The Sakala Picture
Published On

ନୂଆଦିଲ୍ଲୀ: ପବ୍‌ରେ ରାହୁଲ ଗାନ୍ଧୀ। ନେପାଳ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ପବ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ରାହୁଲ ପବ୍‌ରେ ପାର୍ଟି କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ନେଇ ଏବେ ବିଜେପି କଂଗ୍ରେସକୁ ଘେରିଛି। ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ନେପାଳରେ ଜଣେ ସାଙ୍ଗ ସୁମ୍ନିମା ଉଦାସଙ୍କ ବାହାଘରରେ ସାମିଲ ହେବାକୁ କାଠମାଣ୍ଡୁ ଆସିଛନ୍ତି। ସୁମ୍ନିମାଙ୍କ ବାପା ଭୀମ ଉଦାସ କହିଛନ୍ତି- ଆମେ ରାହୁଲ ଗାନ୍ଧୀଙ୍କୁ […]

ନୂଆଦିଲ୍ଲୀ: ପବ୍‌ରେ ରାହୁଲ ଗାନ୍ଧୀ। ନେପାଳ ଗସ୍ତରେ ଯାଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏକ ପବ୍‌ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ରାହୁଲ ପବ୍‌ରେ ପାର୍ଟି କରୁଥିବା ଦେଖାଯାଇଛି। ଏହି ଭିଡିଓକୁ ନେଇ ଏବେ ବିଜେପି କଂଗ୍ରେସକୁ ଘେରିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ସୂଚନା ଅନୁଯାୟୀ, ରାହୁଲ ଗାନ୍ଧୀ ନେପାଳରେ ଜଣେ ସାଙ୍ଗ ସୁମ୍ନିମା ଉଦାସଙ୍କ ବାହାଘରରେ ସାମିଲ ହେବାକୁ କାଠମାଣ୍ଡୁ ଆସିଛନ୍ତି। ସୁମ୍ନିମାଙ୍କ ବାପା ଭୀମ ଉଦାସ କହିଛନ୍ତି- ଆମେ ରାହୁଲ ଗାନ୍ଧୀଙ୍କୁ ଝିଅ ବିବାହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲୁ। ଭୀମ ଉଦାସ ମିଆଁମାରରେ ନେପାଳର ରାଷ୍ଟ୍ରଦୂତ ଭାବେ କାମ କରୁଛନ୍ତି। ତାଙ୍କ ଝିଅ ସୁମ୍ନିମା ସିଏନ୍‌ଏନ୍‌ରେ ପୂର୍ବ ସାମ୍ବାଦିକା ଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧୀ ସୋମବାର ଦିନ କାଠମାଣ୍ଡୁରେ ପହଞ୍ଚିଥିଲେ। କାଲି ସେ ସୁମ୍ନିମା ଉଦାସଙ୍କ ବିବାହ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ। ଆଜି ବିବାହ ହେବ ଓ ସ୍ୱାଗତ ସମାରୋହ ମେ’ ୫ରେ ଅନୁଷ୍ଠିତ ହେବ। ସୁମ୍ନିମାଙ୍କ ବିବାହ ନିମା ମାର୍ଟିନ ଶେରପାଙ୍କ ସହ ହେଉଛି। କେତେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାଇରାଲ ହେଉଥିବା ଭିଡିଓରେ ରାହୁଲ ଏକ ନାଇଟ୍‌ କ୍ଲବ୍‌ରେ କିଛି ଲୋକଙ୍କ ସହ ପାର୍ଟି କରୁଥିବା ଦେଖାଯାଇଛି। ରାହୁଲଙ୍କ ଆଖପାଖରେ ଲୋକ ମଦ ପିଉଛନ୍ତି। ତେବେ ବର୍ତ୍ତମାନ ଦେଶରେ କଂଗ୍ରେସ ନେତୃତ୍ୱ ସଙ୍କଟ ମଧ୍ୟରେ ଗତି କରୁଥିବା ବେଳେ ରାହୁଲ ଗାନ୍ଧୀଙ୍କର ପବ୍‌ ଭିଡିଓ ଭାଇରାଲ ହୋଇଛି, ଯାହା ଦଳର ସ୍ଥିତିକୁ ଆହୁରି ଖରାପ କରି ଦେଇଛି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ


ରାହୁଲଙ୍କ ଭାଇରାଲ ଭିଡିଓକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ପାର୍ଟି ପ୍ରବକ୍ତା ଶହଜାଦ ପୁନାଓ୍ଵାଲା କହିଛନ୍ତି- ରାହୁଲ ଗାନ୍ଧୀ କଣ କରୁଛନ୍ତି, ତାହା ତାଙ୍କ ବ୍ୟକ୍ତିଗତ ମାମଲା। କିନ୍ତୁ ଯେତେବେଳେ ରାଜସ୍ଥାନର ଯୋଧପୁରରେ ହିଂସା ହେଉଥିଲା, ରାଜସ୍ଥାନରେ କଂଗ୍ରେସ ସରକାର ଥିଲା ଓ ରାଜସ୍ଥାନ ଜଳୁଥିଲା। ଏ ନେଇ ଚିନ୍ତା ବ୍ୟକ୍ତ କରିବା ପରିବର୍ତ୍ତେ  ରାହୁଲ ଗାନ୍ଧୀ ନେପାଳରେ ନାଇଟ୍‌ କ୍ଲବ୍‌ରେ ପାର୍ଟି କରୁଥିବାର ନଜର ଆସିଛନ୍ତି। ତାଙ୍କୁ ଭାରତୀୟଙ୍କ ସମସ୍ୟା ବିଷୟରେ ବୁଝିବାକୁ ହେବ। କଂଗ୍ରେସ ପାର୍ଟି ନଷ୍ଟ ହୋଇଗଲାଣି, କିନ୍ତୁ ରାହୁଲ ଗାନ୍ଧିଙ୍କୁ ପାର୍ଟି ସେମିତି ଚାଲୁଥିବ। ସେ ରାଜନୀତିରେ ଆଦୌ ସିରିୟସ୍‌ ନୁହଁନ୍ତି ବୋଲି କହିଛି ବିଜେପି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର