ଆନ୍ଦୋଳନକାରୀଙ୍କ କବଜାରେ ରାଷ୍ଟ୍ରପତି ଭବନ, କିଏ ସୁଇମିଂ ପୁଲରେ ଗାଧୋଉଛି ତ କିଏ ବେଡରୁମରେ…

The Sakala Picture
Published On

କଲୋମ୍ବୋ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଶ୍ରୀଲଙ୍କାର ସ୍ଥିତି। ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ରାଜଧାନୀ କଲମ୍ବୋରେ ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ଧସେଇ ପଶିଛନ୍ତି। ଥରେ ଜନତା ରାଗିଲେ ସେମାନେ କେଉଁ ସ୍ତରକୁ ଯାଇ ପାରନ୍ତି ତାହାର ଉଦାହରଣ ଆଜି ଦେଖିବାକୁ ମିଳିଛି ଶ୍ରୀଲଙ୍କାରେ । ଏଠାରେ ଦୀର୍ଘଦିନ ହେବ ଆର୍ଥିକ ସ୍ଥିତି ଓ ମହାଙ୍ଗା ମାଡରେ ଅସ୍ତବ୍ୟସ୍ତ ଲୋକ ଆଜି […]

କଲୋମ୍ବୋ: ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ଶ୍ରୀଲଙ୍କାର ସ୍ଥିତି। ଦେଶର ଆର୍ଥିକ ସ୍ଥିତି ବିଗିଡ଼ିବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ରାଜଧାନୀ କଲମ୍ବୋରେ ଶନିବାର ହଜାର ହଜାର ବିକ୍ଷୋଭକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କ ସରକାରୀ ବାସଭବନରେ ଧସେଇ ପଶିଛନ୍ତି।

ଆହୁରି ପଢ଼ନ୍ତୁ: କାନାଡାରୁ ଡିପୋର୍ଟ ହେଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଘନିଷ୍ଠ ସହଯୋଗୀ କରମବୀର ଦେଓ, ଦିଲ୍ଲୀ ଏୟାରପୋର୍ଟରୁ ଗିରଫ

ଥରେ ଜନତା ରାଗିଲେ ସେମାନେ କେଉଁ ସ୍ତରକୁ ଯାଇ ପାରନ୍ତି ତାହାର ଉଦାହରଣ ଆଜି ଦେଖିବାକୁ ମିଳିଛି ଶ୍ରୀଲଙ୍କାରେ । ଏଠାରେ ଦୀର୍ଘଦିନ ହେବ ଆର୍ଥିକ ସ୍ଥିତି ଓ ମହାଙ୍ଗା ମାଡରେ ଅସ୍ତବ୍ୟସ୍ତ ଲୋକ ଆଜି ସିଧା ସଳଖ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେଙ୍କୁ ତାଙ୍କ ବାସଭବନରେ ଘେରିଥିଲେ । ଏହାପରେ ରାଷ୍ଟ୍ରପତି ତାଙ୍କ ବାସଭବନ ଛାଡି କେଉଁଆଡେ ପଳାଇଯାଇଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ରାଜପକ୍ଷେ ଏକ ସୁରକ୍ଷିତ ସ୍ଥାନକୁ ପଳାଇଛନ୍ତି। ତେବେ ସେ କେଉଁଠାରେ ଅଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ନାହିଁ। କଲମ୍ବୋରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ବିକ୍ଷୋଭକାରୀଙ୍କୁ ଅଟକାଇବା ପାଇଁ ସେନା ମୁତୟନ କରାଯାଇଛି। ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଅନ୍ୟପେଟ ପ୍ରଧାନମନ୍ତ୍ରୀ ରନିଲ ୱିକ୍ରେମେସିଂଘେ ଦଳୀୟ ନେତାଙ୍କ ଜରୁରୀ ବୈଠକ ଡାକିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: T-72 ଓ T-90 ଟ୍ୟାଙ୍କ ପାଇଁ ୫୮୬ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର

ଖବର ଅନୁଯାୟୀ ପୁଲିସର କାର୍ଯ୍ୟାନୁଷ୍ଠାନରେ ଅନେକ ଲୋକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାମ୍ନାକୁ ଆସିଥିବା କିଛି ଭିଡିଓ ଫୁଟେଜରେ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନରେ ଚେୟାରରେ ବସିଥିବା ଏବଂ ସୁଇମିଂ ପୁଲରେ ଗାଧୋଉଥିବା ଦେଖିବାକୁ ମିଳୁଛି ।

ବିକ୍ଷୋଭ ପ୍ରଦର୍ଶନ ବେଳେ ଶ୍ରୀଲଙ୍କା ପୁଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଏଥିରେ ପ୍ରାୟ ୧୦୦ଜଣ ଲୋକ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ ସ୍ଥିତି ଖରାପ ହେଉଥିବ‌ାରୁ ଜୁଲାଇ ୧୫ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ କରାଯାଇଥିବା ବେଳେ ଅର୍ଥନୈତିକ ଅବସ୍ଥା ଖରାପ ହେତୁ ଶ୍ରୀଲଙ୍କା ଅତି କମରେ ଚାରିଟି ରାଜ୍ୟ ବିଶ୍ୱବିଦ୍ୟାଳୟକୁ ସାମୟିକ ଭାବେ ବନ୍ଦ କରିଛି। ଏହି ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଶ୍ରୀଲଙ୍କାର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମିସିଙ୍ଘେ ଦଳର ନେତାଙ୍କ ଜରୁରୀ ବୈଠକ ଡାକିଛନ୍ତି। ଏହା ସହ ସଂସଦ ଅଧିବେଶନ ଡକାଇବାକୁ ସେ ବାଚସ୍ପତିଙ୍କୁ ମଧ୍ୟ ନିବେଦନ କରିଛନ୍ତି। ଏହି ସମୟରେ ଶ୍ରୀଲଙ୍କା ପୋଦୁଜାନା ପେରାମୁନାର ୧୬ସାଂସଦ ଏକ ଚିଠି ଲେଖି ରାଷ୍ଟ୍ରପତି ଗୋଟାବାୟାଙ୍କୁ ତୁରନ୍ତ ଇସ୍ତଫା ଦେବାକୁ ଅନୁରୋଧ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର