ଅଢ଼େଇ ହଜାର ଛୁଇଁବ ଏଲପିଜି ସିଲିଣ୍ଡର ଦର !

The Sakala Picture
Published On

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ୍ ବା ଏଲ୍‌ପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ମହଙ୍ଗା ବଜାର ଭିତରେ ଦେଶରେ ଏବେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଅକାଶଛୁଆଁ ହୋଇଛି। ଦର ଏବେ ସିଲିଣ୍ଡର ପିଛା ଅଢ଼େଇ ହଜାର ଟଙ୍କା ଛୁଇଁବାକୁ ଯାଉଛି । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ରବିବାର ଦେଶରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୨୪୮୨ ଟଙ୍କା ୫୦ ପଇସାକୁ ବୃଦ୍ଧି ଘଟାଇଛନ୍ତି । ଏ ସମ୍ପର୍କରେ ଭାରତୀୟ ତୈଳ […]

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ୍ ବା ଏଲ୍‌ପିଜି ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର। ମହଙ୍ଗା ବଜାର ଭିତରେ ଦେଶରେ ଏବେ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ଅକାଶଛୁଆଁ ହୋଇଛି। ଦର ଏବେ ସିଲିଣ୍ଡର ପିଛା ଅଢ଼େଇ ହଜାର ଟଙ୍କା ଛୁଇଁବାକୁ ଯାଉଛି । ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକ ରବିବାର ଦେଶରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୨୪୮୨ ଟଙ୍କା ୫୦ ପଇସାକୁ ବୃଦ୍ଧି ଘଟାଇଛନ୍ତି । ଏ ସମ୍ପର୍କରେ ଭାରତୀୟ ତୈଳ ନିଗମ ଲିମିଟେଡ୍ (ଆଇଓସିଏଲ) ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ବର୍ତ୍ତମାନ ଘରୋଇ ବଜାରରେ ପେଟ୍ରୋଲ ଡିଜେଲ ଦର ସହ ତାଳ ଦେଇ ରନ୍ଧନ ଗ୍ୟାସ୍ ବା ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବାରେ ଲାଗିଛି । ଏହାକୁ ନେଇ ଖାଉଟିଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଦର ବୃଦ୍ଧି ପରେ ରାଜଧାନୀ ନୂଆଦିଲ୍ଲୀଠାରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୧୦୨ ଟଙ୍କା ୦୫ ପଇସା ବୃଦ୍ଧି ଘଟି ୨୩୫୫ ଟଙ୍କା ୫୦ ପଇସା ହୋଇଛି। ଏହି ଅନୁଯାୟୀ ଭୁବନେଶ୍ବରରେ ମଧ୍ୟ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର ପିଛା ୧୦୩ ଟଙ୍କା ୫୦ ପଇସା ବୃଦ୍ଧି ଘଟି ୨୪୮୨ ଟଙ୍କା ୫୦ ପଇସାରେ ପହଞ୍ଚିଛି। ପୂର୍ବରୁ ଏଠାରେ ବାଣିଜ୍ୟିକ ଏଲ୍‌ପିଜି ସିଲିଣ୍ଡର (୧୪.୨ କେଜି) ପିଛା ମୂଲ୍ୟ ୨୩୭୯ ଟଙ୍କା ରହିଥିଲା। ଅପରପକ୍ଷେ ଘରୋଇ (୧୪.୨ କେଜି ) ଏଲ୍‌ପିଜି ସିଲିଣ୍ଡର ମୂଲ୍ୟ ୯୭୬ ଟଙ୍କାରେ ଅପରିବର୍ତ୍ତିତ ରହିଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର