ବଜେଟ୍ ଅଧିବେଶନ ୨୦୨୨: ଅଭିଭାଷଣ ରଖିଲେ ରାଷ୍ଟ୍ରପତି; ଟିକାକରଣଙ୍କୁ କଲେ ପ୍ରଶଂସା, ଭାରତରେ ଇଣ୍ଟରନେଟ ସେବା ସବୁଠୁ ଶସ୍ତା
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମହାମାରୀ କରୋନା କାଳର ଏହା ତୃତୀୟ ବର୍ଷ । କରୋନା କାଳରେ ଆମେ ଭାରତୀୟଙ୍କ କର୍ତ୍ତବ୍ୟ ପରାୟଣ ଦେଖିଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପ୍ରଣାମ ଜଣାଇଛନ୍ତି । ସରକାର ଆଗାମୀ ୧୨୫ ବର୍ଷ […]
ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆଜିଠୁ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରୁ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ମହାମାରୀ କରୋନା କାଳର ଏହା ତୃତୀୟ ବର୍ଷ । କରୋନା କାଳରେ ଆମେ ଭାରତୀୟଙ୍କ କର୍ତ୍ତବ୍ୟ ପରାୟଣ ଦେଖିଛି । ଦେଶ ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରୁଛି । ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଷ୍ଟ୍ରପତି ପ୍ରଣାମ ଜଣାଇଛନ୍ତି ।
ସରକାର ଆଗାମୀ ୧୨୫ ବର୍ଷ ଲାଗି ମଜଭୁତ୍ ଭିତ୍ତିଭୂମି ଲାଗି କାମ କରୁଛନ୍ତି । ଶସକ୍ତ ଭାରତ ନିର୍ମାଣ ସହ ଆତ୍ମନିର୍ଭର ଭାରତ ଉପରେ କାମ କରୁଛି । କରୋନା ମହାମାରୀ ସାରା ବିଶ୍ୱକୁ ପ୍ରଭାବିତ କରିଛି । ଦେଶରେ ବହୁ ଲୋକ ସମ୍ପର୍କୀୟଙ୍କୁ ହରାଇଛନ୍ତି । କୋଭିଡକୁ ହରାଇବା ଲାଗି ସମସ୍ତେ ଏକାଠି କାମ କରୁଛନ୍ତି । ସରକାର ଓ ନାଗରିକଙ୍କ ମଧ୍ୟରେ ସମନ୍ୱୟ ଆମକୁ କରୋନା ମୁକାବିଲାରେ ସଫଳ କରାଇଛି । ଗୋଟିଏ ବର୍ଷ ମଧ୍ୟରେ ୧୫୦ କୋଟିରୁ ଅଧିକ ଡୋଜ୍ କୋଭିଡ୍ ଟିକାକରଣ ହୋଇଛି । ଟିକାକରଣ ଯୋଗୁ ନାଗରିକଙ୍କ ସୁରକ୍ଷା ସହ ମନୋବଳ ବଢ଼ିଛି । ଏବେ ସୁଦ୍ଧା ଭାରତ ୮ଟି ଭ୍ୟାକ୍ସିନ୍ ଜରୁରୀକାଳୀନ ବ୍ୟବହାର ଲାଗି ଅନୁମୋଦନ ଦେଇଛି । ଭାରତରେ ତିଆରି କୋଭିଡ୍ ଟିକା କେବଳ ଦେଶ ନୁହେଁ ବିଶ୍ୱସ୍ତରରେ ପ୍ରଂଶସିତ ହୋଇଛି ।
ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ଉପକୃତ ହେଉଛନ୍ତି । ୮ ହଜାରରୁ ଅଧିକ ଜନଷୌଧି କେନ୍ଦ୍ରରେ କମ ଦରରେ ଔଷଧ ମିଳୁଛି । କରୋନା କାଳରେ ଭାରତୀୟ ଫାର୍ମା ସେକ୍ଟର ଭଲ କାମ କରିଛି । ୧୮୦ ଦେଶରେ ଭାରତରେ ନିର୍ମିତ ଔଷଧ ବ୍ୟବହୃତ ହେଉଛି । ବିବିଧତାରେ ପୂର୍ଣ୍ଣ ଭାରତରେ ରାଷ୍ଟ୍ରସେବାରେ ସବୁ ବର୍ଗ କାମ କରୁଛନ୍ତି । ଗରିବ ଯେଭଳି ଭୋକରେ ନ ରହିବେ, ସେଥିପାଇଁ ସରକାର କାମ କରୁଛନ୍ତି । କରୋନା କାଳରେ ଗରିବଙ୍କ ରୋଜଗାର ଲାଗି ପ୍ରଧାନମନ୍ତ୍ର ସ୍ୱନିଧି ଯୋଜନା କରାଯାଇଛି । ଏଥିରେ ୨୮ ଲକ୍ଷ ଉଠା ଦୋକାନୀ ଉପକୃତ ହୋଇଛନ୍ତି । ଇଶ୍ରମ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି ।
୪୪ କୋଟିରୁ ଅଧିକ ଲୋକ ବ୍ୟାଙ୍କ ସିଷ୍ଟମ ସହ ଯୋଡ଼ି ହୋଇଛନ୍ତି । କରୋନା କାଳରେ ସେମାନଙ୍କୁ ଡିବିଟି ମାଧ୍ୟମରେ ସହାୟତା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆୱାସ ଯୋଜନାରେ ଗରିବଙ୍କୁ ୨ କୋଟିରୁ ଅଧିକ ଘର ଯୋଗାଇ ଦିଆଯାଇଛି । ପ୍ରତି ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ ଜଳ ମିଶନ ଆରମ୍ଭ ହୋଇଛି । ପ୍ରାୟ ୬ କୋଟି ଗ୍ରାମୀଣ ଘରକୁ ପିଇବା ପାଣି ମିଳୁଛି । ଗାଁରେ ସମ୍ପତ୍ତି ଦସ୍ତାବିଜ୍ ଦେବା ଲାଗି ସ୍ୱାମୀତ ଯୋଜନା ଲାଭଦାୟକ ହୋଇଛି । ଗ୍ରାମୀଣ ଅର୍ଥ ବ୍ୟବସ୍ଥା ଓ କୃଷକଙ୍କୁ ଆର୍ଥିକ ସ୍ୱଚ୍ଛଳ ଲାଗି ସରକାର କାମ କରୁଛନ୍ତି । ଅମଳ ବଢ଼ିବା ସହ ରପ୍ତାନୀ ବଢ଼ିଛି । କରୋନା କାଳରେ କୃଷି ଟ୍ରେନ୍ ଚାଲିଛି ।
ଦେଶର ୮୦ ପ୍ରତିଶତ କୃଷକ କ୍ଷୁଦ୍ର ଚାଷୀ । ୧୧ କୋଟିରୁ ଅଧିକ ଚାଷୀ ପରିବାରକୁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଦିଆଯାଇଛି । ଚାଷଜମି ନିକଟରେ ଜରୁରୀ ଭତ୍ତିଭୂମି ଲାଗି ସରକାର କାମ କରୁଛନ୍ତି । ଦେଶରେ ବର୍ଷା ଜଳକୁ ସଂରକ୍ଷଣ ଲାଗି ସରକାର ବିଶେଷ ଅଭିଯାନ ଚଳାଇଛନ୍ତି । ଗ୍ରାମୀଣ ଅର୍ଥନୀତି ବୃଦ୍ଧିରେ ମହିଳାଙ୍କ ଅବଦାନ ରହିଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅର୍ଥ ଦିଆଯାଉଛି । ଏସଏଚଜି ମହିଳାଙ୍କୁ ଟ୍ରେନିଂ ଦିଆଯାଇ ଗ୍ରାମାଞ୍ଚଳରେ ବ୍ୟାଙ୍କିଂ ସେବା ଯୋଗାଇ ଦିଆଯାଉଛି । ମହିଳା ଶସକ୍ତ ହେଉଛନ୍ତି । ବେଟି ବଚାଅ, ବେଟି ପଢ଼ାଅ ଅଭିଯାନ ସଫଳ ହୋଇଛି । ସରକାର ତିନି ତଲାକକୁ ବେଆଇନ୍ ଘୋଷଣା କରି ବଡ଼ ପଦକ୍ଷେପ ନେଇଛନ୍ତି ।
ରାଷ୍ଟ୍ରୀୟ ରକ୍ଷା ଏକାଡେମୀରେ ମହିଳାଙ୍କୁ ପ୍ରବେଶ ମିଳିଛି । ଦେଶରେ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଲାଗୁ କରାଯାଇଛି । ଏଥିରେ ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହନ ଦିଆଯାଇଛି । ସ୍କିଲ୍ ଇଣ୍ଡିଆ ମିଶନରେ ୨ କୋଟିରୁ ଅଧିକ ଯୁବକଙ୍କ କୌଶଳ ବିକଶିତ ହୋଇଛି । ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ୬ଟି ବିଶେଷ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଟୋକିଓ ଅଲମ୍ପିକରେ ଆମେ ଭାରତୀୟ ଯୁବଶକ୍ତିଙ୍କ କ୍ଷମତା ଦେଖିଛେ । ଅଲମ୍ପିକରେ ଭାରତର ଉପସ୍ଥିତି ମଜଭୁତ୍ ପାଇଁ ଖେଳୋ ଇଣ୍ଡିଆ କେନ୍ଦ୍ର ସ୍ଥାପିତ କରାଯାଉଛି ।
ଇଂଜିନିୟରିଂ କଲେଜରେ ୬ଟି ଭାରତୀୟ ଭାଷାରେ ପଢ଼ା ଆରମ୍ଭ ହୋଇଛି। ସାରା ବିଶ୍ୱରେ ଭାରତରେ ଇଣ୍ଟରନେଟ୍ ଶୁଳ୍କ ସବୁଠାରୁ ଶସ୍ତା । ଡିଜିଟାଲ ଇଣ୍ଡିଆ ପାଇଁ ଶସ୍ତା ଇଣ୍ଟରନେଟ ଲାଭଦାୟକ ହେବ । ୫ଜି ଉପରେ ତୀବ୍ର ଗତିରେ କାମ ଚାଲିଛି। ସେମିକଣ୍ଟକ୍ଟରରେ ଆତ୍ମନିର୍ଭର ହେବାକୁ ଉଦ୍ୟମ ଚାଲିଛି । ଚଳିତ ବର୍ଷ ୬୦୦୦ ପେଟେଣ୍ଟ ଲାଗି ରେଜିଷ୍ଟ୍ରେସନ ହୋଇଛି । ଭାରତ ବିଶ୍ବର ଦ୍ବିତୀୟ ସର୍ବବୃହତ୍ ମୋବାଇଲ ଫୋନ୍ ନିର୍ମାତା ବୋଲି ରାଷ୍ଟ୍ରପତି କହିଛନ୍ତି।
ସେହିପରି ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ୬୩୦ ବିଲିୟନ ଡଲାରକୁ ବୃଦ୍ଧି ପାଇଛି। ବିଶ୍ୱରେ ଭାରତ ଏବେ ଦ୍ରୁତ ବିକଶିତ ଆର୍ଥିକ ଶକ୍ତି ହୋଇପାରିଛି। ବିଶ୍ୱରେ ସର୍ବାଧିକ ମୋବାଇଲ ଉତ୍ପାଦନ ଏବେ ଭାରତରେ ହେଉଛି ଆଗକୁ ହାଇୱେ, ରେଲୱେ ଓ ଏୟାରୱେଜ ଏକାଠି କାମ କରିବେ। ଏବେ ଦେଶର ଜାତୀୟ ରାଜପଥ ୧.୪୦ ଲକ୍ଷ କିମିକୁ ବୃଦ୍ଧି ପାଇଛି।
ଲଦାଖରେ ବିଶ୍ୱର ସର୍ବାଧିକ ଉଚ୍ଚତାରେ ଚଳାଚଳ କ୍ଷମ ରାସ୍ତା କରାଯାଇଛି। ନୂଆ ରେଳ ଲାଇନ ଓ ବିଦ୍ୟୁତକରଣ କାର୍ଯ୍ଯ ଦ୍ରୁତ ଗତିରେ ଚାଲୁଛି। ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର ବଢୁଛି, ମେକ୍ ଇନ୍ ଇଣ୍ଡିଆକୁ ପ୍ରାଥମିକତା ଦିଆଯାଉଛି। ୨୮ଶହରୁ ଅଧିକ ପ୍ରତିରକ୍ଷା ଉପକରଣ ସୂଚୀ ଜାରି କରାଯାଇଛି। ଏହି ୨୮ଶହ ଉପକରଣ ବିଦେଶରୁ ନକିଣି ଦେଶରେ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି। ପୂର୍ବୋତ୍ତର ରାଜ୍ୟର ସବୁ ରାଜଧାନୀକୁ ରେଳ ଯୋଗାଯୋଗ ହୋଇଛି। ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ଖସି ୭୦ରେ ପହଞ୍ଚିଛି।