ଦେଶ ପାଳୁଛି ୭୫ତମ ଗଣଣତନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ

The Sakala Picture
Published On

ନୂଆଦିଲ୍ଲୀ: ଭାରତ ଆଜି ପାଳୁଛି  ୭୫ତମ ଗଣଣତନ୍ତ୍ର ଦିବସ । ଆଜିର ଏହି ପବିତ୍ର ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ ସହ ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ପ୍ରଧାମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିସହ ଦେଶର ବହୁ ବରିଷ୍ଠ ନେତା ତିନି ସେନାର […]

ନୂଆଦିଲ୍ଲୀ: ଭାରତ ଆଜି ପାଳୁଛି  ୭୫ତମ ଗଣଣତନ୍ତ୍ର ଦିବସ । ଆଜିର ଏହି ପବିତ୍ର ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ ସହ ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରୁ ଗଣତନ୍ତ୍ର ଦିବସ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ । ପ୍ରଧାମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ଏଥିସହ ଦେଶର ବହୁ ବରିଷ୍ଠ ନେତା ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ଗଣତନ୍ତ୍ର ଦିବସରେ ଉପସ୍ଥିତ ରହିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

କର୍ତ୍ତବ୍ୟ ପଥରେ ଭାରତୀୟ ସେନାର ଶୈର୍ଯ୍ୟ ପ୍ରଦର୍ଶନ। ରଙ୍ଗାରଙ୍ଗ ପରେଡ୍‌ରେ ବୀରତ୍ୱ ପ୍ରଦର୍ଶନ ଚାଲିଛି। ପରେଡ୍‌ରେ ଭାଗ ନେଲେ ଫ୍ରାନ୍ସରୁ ଆସିଥିବା ରେଜିମେଣ୍ଟ । ଏଥିସହ ଭାରତ- ଫ୍ରାନ୍ସ ଦ୍ବିପାଖିକ ସୁସମ୍ପର୍କ ପ୍ରମାଣ ଦେଇଛନ୍ତି। ସାମରିକ ଶକ୍ତି ପ୍ରଦର୍ଶନ କରୁଛନ୍ତି ଭାରତୀୟ ଯବାନ । ପ୍ରଥମ କରି ସାମିଲ୍ ହୋଇଛି BSF ମହିଳା ବ୍ରାସବ୍ୟାଣ୍ଡ । ନାରୀ ଶକ୍ତି ନାଁରେ ସାମିଲ୍ ହେଲା ମହିଳା ସୀମା ସୁରକ୍ଷା ବଳ ।  କର୍ତ୍ତବ୍ୟ ପଥରେ ପ୍ରଥମ କରି ଅଲ୍ ୱିମେନ ରେଜିମେଣ୍ଟ ସାମିଲ ହୋଇଛି। ୩ ବାହିନୀର ମହିଳା ଅଫିସରଙ୍କ ବୀରତ୍ୱ ପ୍ରଦର୍ଶନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଏହା ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରତିରକ୍ଷା ମନ୍ତ୍ରୀ ଓ ତିନି ବାହିନୀର ମୁଖ୍ୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ପରେ ପ୍ରଧାନମନ୍ତ୍ରୀ ମୋଦୀ ସହିଦ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର