ଚୀନର ନୂଆ ମାନଚିତ୍ର ଜାରି ପରେ କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ, କହିଲେ ସମଗ୍ର ଲଦାଖ ଜାଣିଛି… ଚୀନ୍ ଆମର ଜମି ନେଇଛି….
ନୂଆଦିଲ୍ଲୀ : ସୋମବାର ଚୀନ୍ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି। ଅରୁଣାଚଳକୁ ଦକ୍ଷିଣ ତିବ୍ବତ ଭାବେ ନିଜର ଅଞ୍ଚଳ ଦେଖାଇଛି। ଖାଲି ଅରୁଣାଚଳପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ବି ଚୀନ୍ ନୂଆ ମାନଚିତ୍ରରେ ସ୍ଥାନିତ କରିଛି। ଚୀନ୍ର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ବାରା ଏହି ମାନଚିତ୍ର ଜାରି ହୋଇଛି। ସୋମବାର ଦିନ ସର୍ଭେଇଙ୍ଗ ଆଣ୍ଡ୍ ମ୍ୟାପିଂ […]
ନୂଆଦିଲ୍ଲୀ : ସୋମବାର ଚୀନ୍ ସରକାରୀ ଭାବେ ଏକ ନୂଆ ମାନଚିତ୍ର ଜାରି କରିଛି। ଏଥିରେ ଭାରତର ଅରୁଣାଚଳପ୍ରଦେଶକୁ ନିଜର ଅଞ୍ଚଳ ଦର୍ଶାଇଛି। ଅରୁଣାଚଳକୁ ଦକ୍ଷିଣ ତିବ୍ବତ ଭାବେ ନିଜର ଅଞ୍ଚଳ ଦେଖାଇଛି। ଖାଲି ଅରୁଣାଚଳପ୍ରଦେଶ ନୁହେଁ ଅକ୍ସାଇ ଚୀନ୍, ତାଇୱାନ ଏବଂ ବିବାଦୀୟ ଦକ୍ଷିଣ ଚୀନ୍ ସାଗରକୁ ବି ଚୀନ୍ ନୂଆ ମାନଚିତ୍ରରେ ସ୍ଥାନିତ କରିଛି। ଚୀନ୍ର ପ୍ରାକୃତିକ ସମ୍ପଦ ମନ୍ତ୍ରାଳୟ ଦ୍ବାରା ଏହି ମାନଚିତ୍ର ଜାରି ହୋଇଛି। ସୋମବାର ଦିନ ସର୍ଭେଇଙ୍ଗ ଆଣ୍ଡ୍ ମ୍ୟାପିଂ ପବ୍ଲିସିଟି ଡେ ଆଣ୍ଡ୍ ଦି ନେସନାଲ ମ୍ୟାପିଂ ଆୱାରନେସ ପବ୍ଲିସିଟି ୱିକ୍ ଅବସରରେ ଚୀନ୍ ଏହା ଜାରି କରିଛି। ତେବେ ଚୀନ୍ର ମାନଚିତ୍ର ଆସିବା ପରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।
ଚୀନର ମ୍ୟାପ୍ ଆସିବା ପରେ ରାହୁଲ କହିଛନ୍ତି ‘ମୁଁ ବର୍ଷ ବର୍ଷ ଧରି ଏହା କହୁଛି। ଚୀନ୍ ଆମର ଇଞ୍ଚେ ଜମି ବି ନେଇ ନାହିଁ ବୋଲି କେନ୍ଦ୍ର ସରକାର ଯେଉଁ ଦୃଢୋକ୍ତି ଦେଉଛନ୍ତି ତାହା ମିଛ। ସମଗ୍ର ଲଦାଖ ଜାଣିଛି… ଚୀନ୍ ଆମର ଜମି ନେଇଛି। ମାନଚିତ୍ରର ବିଷୟ ଅତ୍ୟନ୍ତ ଗମ୍ଭୀର, କିନ୍ତୁ ଚୀନ୍ ପୂର୍ବରୁ ଆମ ଜମି ନେଇସାରିଛି। ପ୍ରଧାନମନ୍ତ୍ରୀଙ୍କୁ ଏ ବାବଦରେ ପ୍ରତିକ୍ରିୟା ରଖିବା ଉଚିତ୍ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି।
ସେପଟେ ଚୀନର ନୂଆ ମାନଚିତ୍ରରେ ଯେଉଁ ଦାବି କରାଯାଇଛି ତାହାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଚୀନ୍ ପ୍ରଥମ ଥର ପାଇଁ ଏଭଳି ଉଦ୍ୟମ କରିନାହିଁ। ବାରମ୍ବାର ଚୀନ୍ ଏଭଳି ଦାବି କରିଆସୁଛି। ଆମେ ଏହାକୁ ପ୍ରତ୍ୟାଖ୍ୟାନ କରୁଛୁ। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଂଶ ଥିଲା, ରହିଛି ଏବଂ ଆଗକୁ ମଧ୍ୟ ରହିବ। ଉଲ୍ଲେଖଯୋଗ୍ୟ ଯେ ଚୀନ୍ ଗତ ଏପ୍ରିଲରେ ମଧ୍ୟ ଅରୁଣାଚଳପ୍ରଦେଶର ୧୧ଟି ଅଞ୍ଚଳକୁ ପୁନର୍ନାମିତ କରିବାପାଇଁ ଚେଷ୍ଟା କରିଥିଲା। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା।
ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି, ଏଭଳି ମାନଚିତ୍ର ଜାରି କରିବା ଚୀନ୍ର ପୁରୁଣା ଅଭ୍ୟାସ। ଅନ୍ୟ ରାଷ୍ଟ୍ରର ଅଞ୍ଚଳକୁ ନିଜ ଦେଶର ମାନଚିତ୍ରରେ ସ୍ଥାନିତ କରିବାର ମାନେ କିଛି ନାହିଁ। ଚୀନ୍ ବାରମ୍ବାର ଏମିତି କିଛି ଅଞ୍ଚଳକୁ ମାନଚିତ୍ରରେ ରଖୁଛି ଯାହା ଚୀନ୍ର ନୁହେଁ। ଏହା ଚୀନ୍ର ପୁରୁଣା ଅଭ୍ୟାସ। ତେବେ ଖାଲି ଭାରତର ଅଂଶକୁ ମାନଚିତ୍ରରେ ରଖିଦେଲେ କୌଣସି ସ୍ଥିତି ବଦଳିଯିବନି। ଆମ ଅଞ୍ଚଳକୁ ନେଇ ଆମ ସରକାର ସମ୍ପୂର୍ଣ୍ଣ ସ୍ପଷ୍ଟ। ଏଭଳି ହାସ୍ୟାସ୍ପଦ ଦାବି କରିବା ଦ୍ବାରା ଅନ୍ୟ ଅଞ୍ଚଳ ଚୀନ୍ର ହେଇଯିବନି ବୋଲି ଜୟଶଙ୍କର କହିଛନ୍ତି।