ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ‌ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

The Sakala Picture
Published On

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ ।ଦୀର୍ଘ ୧୨ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହେବେ । ଫେବୃଆରୀ ୨୪ରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଫେବୃଆରୀ ୨୬ରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ କଥା […]

ନୂଆଦିଲ୍ଲୀ: ରୁଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ମହାଯୁଦ୍ଧ ।ଦୀର୍ଘ ୧୨ ଦିନ ହେବ କ୍ରମାଗତ ଆକ୍ରମଣ ଫଳରେ ୟୁକ୍ରେନର ମୁଖ୍ୟ ସହର ଗୁଡିକ ଧ୍ୱଂସ ସ୍ତୁପରେ ପରିଣତ ହୋଇସାରିଲାଣି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହେବେ । ଫେବୃଆରୀ ୨୪ରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଫେବୃଆରୀ ୨୬ରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ ସହ କଥା ହୋଇଥିଲେ। ମିଳିତ ଜାତିସଂଘରେ ରୁଷ୍ ବିରୋଧରେ ହୋଇଥିବା ଭୋଟରୁ ଭାରତ ଦୂରେଇ ରହିବା ପରେ ଜେଲେନସ୍କି ଏବଂ ମୋଦିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ୟୁକ୍ରେନକୁ ଭାରତ ସମର୍ଥନ କରୁ ବୋଲି ଜେଲେନସ୍କି ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ଯୁଦ୍ଧ ଗ୍ରସ୍ତ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଅପରେସନ୍ ଗଙ୍ଗା ଆରମ୍ଭ କରିଛନ୍ତି। ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର ପାଇଁ ଏକ ସୁରକ୍ଷିତ କରିଡର ନିଶ୍ଚିତ କରିବାକୁ ୟୁକ୍ରେନକୁ ପୂର୍ବରୁ ଭାରତ ତରଫରୁ ଅନୁରୋଧ କରାଯାଇଛି। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ କହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ରୁଷ-ୟୁକ୍ରେନ ଯୁଦ୍ଧରେ ଭାରତର ଆଭିମୁଖ୍ୟ ଗୁରୁତ୍ୱପୂର୍ଣ୍ଣ। ୟୁକ୍ରେନ ନାଗରିକଙ୍କ ସୁରକ୍ଷାକୁ ନେଇ ଭାରତର ଚିନ୍ତା ବ୍ୟକ୍ତ କରିଛି ଏବଂ ୟୁକ୍ରେନକୁ ମାନବିକ ସହାୟତା ପଠାଇଛି । କିନ୍ତୁ ମିଳିତ ଜାତିସଂଘରେ ରୁଷ ବିରୋଧରେ ହୋଇଥିବା ଭୋଟରୁ ଭାରତ ଏପର୍ଯ୍ୟନ୍ତ ଦୂରେଇ ରହିଛି। ଭାରତରୁ ରାଜନୈତିକ ସମର୍ଥନ ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଦାବି ଉପରେ ଭାରତ ଶାନ୍ତିପୂର୍ଣ୍ଣ ପ୍ରୟାସ ଦିଗରେ ଭାରତ ଯୋଗଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଏବଂ ଯୁଦ୍ଧ ତୁରନ୍ତ ବନ୍ଦ କରିବାକୁ ନିବେଦନ କରିଥିଲେ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର