ମୁଁ ସମାଲୋଚନାକୁ ପସନ୍ଦ କରେ, ବେଳେ ବେଳେ ସମାଲୋଚକଙ୍କୁ ବହୁତ ମିସ୍‌ କରେ : ପ୍ରଧାନମନ୍ତ୍ରୀ ମୋଦୀ

The Sakala Picture
Published On

ନୂଆଦିଲ୍ଲୀ : ସମାଲୋଚନାକୁ ପସନ୍ଦ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ସେ ସବୁବେଳେ ସମାଲୋଚନାକୁ ଗୁରୁତ୍ୱର ସହ ନିଅନ୍ତି ଓ ଏହାକୁ ସମ୍ମାନ କରନ୍ତି। ବର୍ତ୍ତମାନ ସେ ତାଙ୍କର ସମାଲୋଚକମାନଙ୍କୁ ବହୁତ ମିସ କରୁଥିବା ମଧ୍ୟ ମୋଦୀ କହିଛନ୍ତି। ଏକ ମାଗାଜିନକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁଁ ସମାଲୋଚନାକୁ ବହୁତ ପସନ୍ଦ କରେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏବେ ସମାଲୋଚକଙ୍କ ସଂଖ୍ୟା ବହୁତ କମ୍ ଅଟେ। ଲୋକମାନେ ସମାଲୋଚନା ବଦଳରେ ଅତି […]

ନୂଆଦିଲ୍ଲୀ : ସମାଲୋଚନାକୁ ପସନ୍ଦ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହ ସେ ସବୁବେଳେ ସମାଲୋଚନାକୁ ଗୁରୁତ୍ୱର ସହ ନିଅନ୍ତି ଓ ଏହାକୁ ସମ୍ମାନ କରନ୍ତି। ବର୍ତ୍ତମାନ ସେ ତାଙ୍କର ସମାଲୋଚକମାନଙ୍କୁ ବହୁତ ମିସ କରୁଥିବା ମଧ୍ୟ ମୋଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ଏକ ମାଗାଜିନକୁ ସାକ୍ଷାତକାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମୁଁ ସମାଲୋଚନାକୁ ବହୁତ ପସନ୍ଦ କରେ। କିନ୍ତୁ ଦୁର୍ଭାଗ୍ୟବଶତଃ ଏବେ ସମାଲୋଚକଙ୍କ ସଂଖ୍ୟା ବହୁତ କମ୍ ଅଟେ। ଲୋକମାନେ ସମାଲୋଚନା ବଦଳରେ ଅତି ଶୀଘ୍ର ଅଭିଯୋଗ କରିବା ଆରମ୍ଭ କରନ୍ତି, ଏପରି ସମୟରେ ମୁଁ ସମାଲୋଚକଙ୍କୁ ବହୁତ ମିସ୍‌ କରେ ବୋଲି ମୋଦୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

ପ୍ରଧାନମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ସମାଲୋଚନା ଓ ଅଭିଯୋଗ ମଧ୍ୟରେ ବହୁତ ବଡ ପାର୍ଥକ୍ୟ ରହିଛି । ପ୍ରସଙ୍ଗକୁ ନେଇ ତଥ୍ୟ ଯାହା ପାଖରେ କମ୍ ରହିଛି ସେମାନେ ଅଭିଯୋଗ କରିଥାନ୍ତି । ସମାଲୋଚନା କରିବା ପାଇଁ ଅଧ୍ୟୟନ ସହ ପ୍ରସଙ୍ଗ ଉପରେ ଗଭୀର ଜ୍ଞାନ ଥିବା ଜରୁରୀ । ଏଥିରେ ବହୁତ ପରିଶ୍ରମ କରିବାକୁ ପଡେ । ସରକାର ଗବେଷଣାକୁ ପ୍ରାଥମିକତା ଦେଇଥାନ୍ତି । ସରକାର ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନରୁ ଆଗକୁ ଯାଇ ଜୟ ଯବାନ, ଜୟ କିଷାନ , ଜୟ ବିଜ୍ଞାନ ଓ ଜୟ ଅନୁସନ୍ଧାନ ନାରା ଦେଇଥିଲେ । ତେଣୁ ଦେଶ ଏବେ ଆତ୍ମନିର୍ଭର ହେବାରେ ଲାଗିଛି । ବିଶ୍ୱର ସବୁଠାରୁ ବଡ ଟିକାକରଣ ଭାରତରେ ଚାଲିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଆମ ଦେଶରେ ଆମେ ୨୦୨୦ ମେ’ ମାସରେ ହିଁ ଟିକାକରଣ ପାଇଁ ଯୋଜନା କରିଥିଲୁ। ଏହି ସମୟରେ କୌଣସି ଟିକା ବିଶ୍ୱର କେଉଁ ପ୍ରାନ୍ତରେ ମଧ୍ୟ ଅନୁମୋଦନ ଲାଭ କରି ନଥିଲା। ଆମେ ଶୀଘ୍ରରୁ ଶୀଘ୍ର ଟିକାକରଣ ପାଇଁ ବ୍ଲୁ ପ୍ରିଣ୍ଟ କରିଥିଲୁ। ପୂର୍ବରୁ ଟିକାକରଣ ପାଇଁ ବ୍ୟବହାର ହେଉଥିବା ଯୋଜନା ଅନୁସାରେ ଯଦି କାର୍ୟ୍ୟ କରାଯାଇ ଥାଆନ୍ତା, ତା’ହେଲେ ଟିକାକରଣ ସାରିବାକୁ ଦୀର୍ଘ ଦଶନ୍ଧି ଲାଗି ଥାଆନ୍ତା। ଆମେ ପ୍ରଭାବୀ, ଅବଧା ଓ ସମୟ ଅନୁଯାୟୀ ଟିକାକରଣ ଆରମ୍ଭ କରିବାକୁ ଯୋଜନା କରି ଏହାକୁ କାର୍ଯ୍ୟକାରୀ କରିଛୁ।” ଭାରତ ସରକାର ଡିସେମ୍ବର ସୁଦ୍ଧା ସବୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ୬୯% ଲୋକ ଅତିକମରେ ଟିକାର ଗୋଟିଏ ଡୋଜ୍‌ ନେଇ ସାରିଥିବା ବେଳେ କେବଳ ୨୫% ଲୋକ ଡବଲ ଡୋଜ୍‌ ନେଇଛନ୍ତି। ଏବେ ଦୈନିକ ପ୍ରାୟ ୧ କୋଟି ଡୋଜ୍‌ର ଟିକାକରଣ ହେଉଛି। ଏହାକୁ ମୋଦୀ ଏକ ସଫଳତା ବୋଲି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର