ବିମାନ ଦୁର୍ଘଟଣା; ହୋମି ଜାହାଙ୍ଗୀର ଭାବାଙ୍କଠାରୁ ଜେନେରାଲ ବିପିନ ରାୱତଙ୍କ ପର୍ଯ୍ୟନ୍ତ…

The Sakala Picture
Published On

ହୋମି ଜାହାଙ୍ଗୀର ଭାବା: ମହାନ ବୈଜ୍ଞାନିକ ତଥା ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ପିତା କୁହାଯାଉଥିବା ହୋମି ଜାହାଙ୍ଗୀର ଭାବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୬୬ ଜାନୁଆରୀ ୨୪ରେ ଏୟାର ଇଣ୍ଡିଆ ବିମାନ ୧୦୧ ଜେନେଭା ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବରଫ ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିପିନ ରାୱତ: ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ୍‌‌) ଜେନେରାଲ ବିପିନ ରାୱତ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୨୧ ଡ଼ିସେମ୍ବର ୮ରେ ସେ ସୁଲୁରରୁ […]

ହୋମି ଜାହାଙ୍ଗୀର ଭାବା: ମହାନ ବୈଜ୍ଞାନିକ ତଥା ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ପିତା କୁହାଯାଉଥିବା ହୋମି ଜାହାଙ୍ଗୀର ଭାବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୬୬ ଜାନୁଆରୀ ୨୪ରେ ଏୟାର ଇଣ୍ଡିଆ ବିମାନ ୧୦୧ ଜେନେଭା ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବରଫ ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ବିପିନ ରାୱତ: ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ୍‌‌) ଜେନେରାଲ ବିପିନ ରାୱତ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୨୧ ଡ଼ିସେମ୍ବର ୮ରେ ସେ ସୁଲୁରରୁ ୱେଲିଂଟନ ଯାଉଥିବା ସମୟରେ ତାମିଲନାଡୁର କୁନୁରରେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ମଧ୍ୟ ବିମାନରେ ଥିଲେ।
ୱାଇଏସ୍‌‌ ରାଜଶେଖର ରେଡ୍ଡୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୨ ସେପ୍‌‌ଟେମ୍ବର ୨୦୦୯ରେ ଖରାପ ପାଗ ଯୋଗୁଁଁ ତାଙ୍କର ହେଲିକପ୍ଟର ଆନ୍ଧ୍ରର ନଲ୍ଲାମଲ ପର୍ବତରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଡୋର୍ଜି ଖାଣ୍ଡୁ: ଅରୁଣାଚଳ ପ୍ରଦେଶର ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ଡୋର୍ଜି ଖାଣ୍ଡୁ ୨୦୧୧ ଏପ୍ରିଲ ୩୦ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ନିୟନ୍ତ୍ରଣ ହରାଇ ତାଙ୍କର ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ପାଞ୍ଚ ଦିନ ପରେ ତୱାଙ୍ଗରେ ଏହାର ଭଗ୍ନାବଶେଷ ମିଳିଥିଲା।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଓପି ଜିନ୍ଦଲ ଏବଂ ସୁରେନ୍ଦର ସିଂହ: ପ୍ରସିଦ୍ଧ ଶିଳ୍ପପତି ତଥା ହରିୟାଣା ଶକ୍ତି ମନ୍ତ୍ରୀ ଓପି ଜିନ୍ଦଲ ଏବଂ କୃଷି ମନ୍ତ୍ରୀ ସୁରେନ୍ଦର ସିଂହ ୨୦୦୫ ରେ ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର କିଙ୍ଗ କୋବ୍ରା ହେଲିକପ୍ଟର ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିବା ବେଳେ ଉତ୍ତରପ୍ରଦେଶର ସହାରନପୁରରେ ଦୁର୍ଘଟଣାର ଶିକାର ହୋଇଥିଲା।

ମାଧବରାଓ ସିନ୍ଧିଆ: ପୂର୍ବତନ ରେଳମନ୍ତ୍ରୀ ମାଧବରାଓ ସିନ୍ଧିଆ ୩୦ ସେପ୍‌‌ଟେମ୍ବର ୨୦୦୧ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କାନପୁରରେ ଏକ ରାଜନୈତିକ ରାଲିକୁ ଯାଉଥିବା ସମୟରେ ତାଙ୍କ ବିମାନ ଦୁର୍ଘଟଣାରେ ହୋଇଥିଲା।

ସଞ୍ଜୟ ଗାନ୍ଧୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀଙ୍କର ବିମାନ ଦୁର୍ଘଟଣା ଯୋଗୁଁଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ୨୩ ଜୁନ୍‌‌ ୧୯୮୦ରେ ଘଟିଥିଲା। ଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ସେ ଚଳାଉଥିବା ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଜିଏମ୍‌‌ ସି ବାଲାଯୋଗୀ: ଲୋକସଭା ବାଚସ୍ପତି ତଥା ତେଲୁଗୁ ଦେଶମ ନେତା ଜିଏମ୍‌‌ ସି ବାଲାଯୋଗୀଙ୍କ ୩ ମାର୍ଚ୍ଚ ୨୦୦୨ରେ ଆନ୍ଧ୍ର ପ୍ରଦେଶରେ ଏକ ହେଲିକପ୍‌‌ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁର୍ବଳ ଦୃଶ୍ୟମାନତା ଯୋଗୁଁଁ ପୋଖରୀକୁ ମାଟି ଭାବି ପାଇଲଟ ବେଲ୍‌‌ ୨୦୬ ହେଲିକପ୍ଟରକୁ ଅବତରଣ କରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ମୋହନ କୁମାରମଙ୍ଗଲମ: କଂଗ୍ରେସ ନେତା ମୋହନ କୁମାରମଙ୍ଗଲମ ୧୯୭୩ରେ ନୂଆଦିଲ୍ଲୀ ନିକଟରେ ଏକ ଇଣ୍ଡିଆନ୍‌‌ ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
ସୁରେନ୍ଦ୍ର ନାଥ: ୧୯୯୪ ଜୁଲାଇ ୯ ତାରିଖରେ ହିମାଚଳ ପ୍ରଦେଶରେ ସରକାରଙ୍କ ସୁପର-କିଙ୍ଗ୍‌‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପଞ୍ଜାବ ରାଜ୍ୟପାଳ ସୁରେନ୍ଦ୍ର ନାଥ ଓ ତାଙ୍କ ପରିବାରର ନଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

13 Jun 2025 By The Sakala

ବିମାନ ଦୁର୍ଘଟଣା; ହୋମି ଜାହାଙ୍ଗୀର ଭାବାଙ୍କଠାରୁ ଜେନେରାଲ ବିପିନ ରାୱତଙ୍କ ପର୍ଯ୍ୟନ୍ତ…

ହୋମି ଜାହାଙ୍ଗୀର ଭାବା: ମହାନ ବୈଜ୍ଞାନିକ ତଥା ଭାରତୀୟ ପରମାଣୁ କାର୍ଯ୍ୟକ୍ରମର ପିତା କୁହାଯାଉଥିବା ହୋମି ଜାହାଙ୍ଗୀର ଭାବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୧୯୬୬ ଜାନୁଆରୀ ୨୪ରେ ଏୟାର ଇଣ୍ଡିଆ ବିମାନ ୧୦୧ ଜେନେଭା ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ବରଫ ପାହାଡ଼ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିପିନ ରାୱତ: ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ (ସିଡ଼ିଏସ୍‌‌) ଜେନେରାଲ ବିପିନ ରାୱତ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୨୧ ଡ଼ିସେମ୍ବର ୮ରେ ସେ ସୁଲୁରରୁ ୱେଲିଂଟନ ଯାଉଥିବା ସମୟରେ ତାମିଲନାଡୁର କୁନୁରରେ ତାଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନରେ ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ମଧ୍ୟ ବିମାନରେ ଥିଲେ।
ୱାଇଏସ୍‌‌ ରାଜଶେଖର ରେଡ୍ଡୀ: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ୍‌‌ ରାଜଶେଖର ରେଡ୍ଡୀ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ୨ ସେପ୍‌‌ଟେମ୍ବର ୨୦୦୯ରେ ଖରାପ ପାଗ ଯୋଗୁଁଁ ତାଙ୍କର ହେଲିକପ୍ଟର ଆନ୍ଧ୍ରର ନଲ୍ଲାମଲ ପର୍ବତରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଡୋର୍ଜି ଖାଣ୍ଡୁ: ଅରୁଣାଚଳ ପ୍ରଦେଶର ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ଡୋର୍ଜି ଖାଣ୍ଡୁ ୨୦୧୧ ଏପ୍ରିଲ ୩୦ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ନିୟନ୍ତ୍ରଣ ହରାଇ ତାଙ୍କର ପବନ ହଂସ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ପାଞ୍ଚ ଦିନ ପରେ ତୱାଙ୍ଗରେ ଏହାର ଭଗ୍ନାବଶେଷ ମିଳିଥିଲା।

ଓପି ଜିନ୍ଦଲ ଏବଂ ସୁରେନ୍ଦର ସିଂହ: ପ୍ରସିଦ୍ଧ ଶିଳ୍ପପତି ତଥା ହରିୟାଣା ଶକ୍ତି ମନ୍ତ୍ରୀ ଓପି ଜିନ୍ଦଲ ଏବଂ କୃଷି ମନ୍ତ୍ରୀ ସୁରେନ୍ଦର ସିଂହ ୨୦୦୫ ରେ ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କର କିଙ୍ଗ କୋବ୍ରା ହେଲିକପ୍ଟର ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିବା ବେଳେ ଉତ୍ତରପ୍ରଦେଶର ସହାରନପୁରରେ ଦୁର୍ଘଟଣାର ଶିକାର ହୋଇଥିଲା।

ମାଧବରାଓ ସିନ୍ଧିଆ: ପୂର୍ବତନ ରେଳମନ୍ତ୍ରୀ ମାଧବରାଓ ସିନ୍ଧିଆ ୩୦ ସେପ୍‌‌ଟେମ୍ବର ୨୦୦୧ରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। କାନପୁରରେ ଏକ ରାଜନୈତିକ ରାଲିକୁ ଯାଉଥିବା ସମୟରେ ତାଙ୍କ ବିମାନ ଦୁର୍ଘଟଣାରେ ହୋଇଥିଲା।

ସଞ୍ଜୟ ଗାନ୍ଧୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ତଥା ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ଗାନ୍ଧୀଙ୍କର ବିମାନ ଦୁର୍ଘଟଣା ଯୋଗୁଁଁ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ୨୩ ଜୁନ୍‌‌ ୧୯୮୦ରେ ଘଟିଥିଲା। ଦିଲ୍ଲୀର ସଫଦରଜଙ୍ଗ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ସେ ଚଳାଉଥିବା ଗ୍ଲାଇଡର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଜିଏମ୍‌‌ ସି ବାଲାଯୋଗୀ: ଲୋକସଭା ବାଚସ୍ପତି ତଥା ତେଲୁଗୁ ଦେଶମ ନେତା ଜିଏମ୍‌‌ ସି ବାଲାଯୋଗୀଙ୍କ ୩ ମାର୍ଚ୍ଚ ୨୦୦୨ରେ ଆନ୍ଧ୍ର ପ୍ରଦେଶରେ ଏକ ହେଲିକପ୍‌‌ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଦୁର୍ବଳ ଦୃଶ୍ୟମାନତା ଯୋଗୁଁଁ ପୋଖରୀକୁ ମାଟି ଭାବି ପାଇଲଟ ବେଲ୍‌‌ ୨୦୬ ହେଲିକପ୍ଟରକୁ ଅବତରଣ କରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ମୋହନ କୁମାରମଙ୍ଗଲମ: କଂଗ୍ରେସ ନେତା ମୋହନ କୁମାରମଙ୍ଗଲମ ୧୯୭୩ରେ ନୂଆଦିଲ୍ଲୀ ନିକଟରେ ଏକ ଇଣ୍ଡିଆନ୍‌‌ ଏୟାରଲାଇନ୍ସ ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।
ସୁରେନ୍ଦ୍ର ନାଥ: ୧୯୯୪ ଜୁଲାଇ ୯ ତାରିଖରେ ହିମାଚଳ ପ୍ରଦେଶରେ ସରକାରଙ୍କ ସୁପର-କିଙ୍ଗ୍‌‌ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ପଞ୍ଜାବ ରାଜ୍ୟପାଳ ସୁରେନ୍ଦ୍ର ନାଥ ଓ ତାଙ୍କ ପରିବାରର ନଅ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

https://www.thesakala.in/national-international/plane-crash-from-homi-jahangirs-to-general-bipin-rawat/article-41139
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର