ନିୟମ ଭାଙ୍ଗିବାରୁ ୩ଶହ ଥର ଉଠବସ୍‌ କଲା ପୁଲିସ, ଚାଲିଗଲା ଯୁବକଙ୍କ ଜୀବନ

The Sakala Picture
Published On

କାଭିଟେ: କରୋନା ସଂକ୍ରମଣକୁ ନେଇ ଜାରି କରାଯାଇଥିବା କର୍ଫ୍ୟୁ ଉଲ୍ଲଙ୍ଘନକାରୀ ଜଣେ ଯୁବକଙ୍କୁ ଶେଷରେ ଜୀବନ ହାରିବାକୁ ପଡ଼ିବା ଭଳି ଏକ ସମ୍ବେଦନଶୀଳ ଘଟଣା ଫିଲିପାଇନ୍ସରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରିବାରୁ ସେଠାକାର ପୁଲିସ୍‌ ଜଣେ ଯୁବକଙ୍କୁ ୩ଶହ ଥର ଉଠବସ୍‌ କରାଇଥିଲା। କିନ୍ତୁ ଦଣ୍ଡ ପାଇ ଘରକୁ ଫେରିବା ପରେ ଯୁବକ ଜଣଙ୍କ ଶରୀରରେ ପ୍ରବଳ କଷ୍ଟ ଅନୁଭବ ହୋଇଥିଲା। ଏଭଳି କଷ୍ଟ ସହି ନ ପାରି ଯୁବକଜଣକ ଶେଷରେ ପ୍ରାଣ […]

କାଭିଟେ: କରୋନା ସଂକ୍ରମଣକୁ ନେଇ ଜାରି କରାଯାଇଥିବା କର୍ଫ୍ୟୁ ଉଲ୍ଲଙ୍ଘନକାରୀ ଜଣେ ଯୁବକଙ୍କୁ ଶେଷରେ ଜୀବନ ହାରିବାକୁ ପଡ଼ିବା ଭଳି ଏକ ସମ୍ବେଦନଶୀଳ ଘଟଣା ଫିଲିପାଇନ୍ସରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରିବାରୁ ସେଠାକାର ପୁଲିସ୍‌ ଜଣେ ଯୁବକଙ୍କୁ ୩ଶହ ଥର ଉଠବସ୍‌ କରାଇଥିଲା। କିନ୍ତୁ ଦଣ୍ଡ ପାଇ ଘରକୁ ଫେରିବା ପରେ ଯୁବକ ଜଣଙ୍କ ଶରୀରରେ ପ୍ରବଳ କଷ୍ଟ ଅନୁଭବ ହୋଇଥିଲା। ଏଭଳି କଷ୍ଟ ସହି ନ ପାରି ଯୁବକଜଣକ ଶେଷରେ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଫିଲିପାଇନ୍ସର କାଭିଟେ ପ୍ରଦେଶରେ ଏଭଳି ଘଟିଛି।

ଆହୁରି ପଢ଼ନ୍ତୁ: ବିହାରରେ ହାଇଭୋଲ୍ଟେଜ୍ ଡ୍ରାମା: ପ୍ରେମିକକୁ ବାହା ହେବା ଜିଦ୍‌ରେ ୨୦୦ ଫୁଟ୍ ଟାୱାର ଉପରକୁ ଚଢ଼ିଲେ ନାବାଳିକା

୨୮ ବର୍ଷୀୟ ଯୁବକ ଡାରେନ ମାନାଓଗ ସ୍ଥାନୀୟ ଷ୍ଟୋରରୁ ପାଣି କିଣିବାକୁ କର୍ଫ୍ୟୁ ସମୟରେ ଘରୁ ବାହାରିଥିଲେ। ପୁଲିସ୍‌ ତାଙ୍କୁ ଅଟକାଇବା ସହିତ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରି ସେ ବାହାରେ ବୁଲୁଥିବା ପୁଲିସ୍‌ କହି ଦଣ୍ଡ ସୂରୁପ ପ୍ରଥମେ ୧୦୦ ଥର ବସ୍‌ ଉଠ ହେବାକୁ କହିଥିଲା। ଡାରେନ୍‌ ୧୦୦ ଥର ବସ୍‌ ଉଠ ହେବା ବେଳେ ମଝିରେ ଅଟକି ଯାଇଥିଲେ। ଫଳରେ ପୁଲିସ୍‌ ତାଙ୍କୁ ପୁଣି ୧ରୁ ଗଣତି ଆରମ୍ଭ କରିବାକୁ କହିଥିଲା। ଏପରି ଭାବେ ସେ ମୋଟ୍‌ ୩୦୦ରୁ ଅଧିକ ଥର ବସ୍‌ ଉଠ ହେବା ପରେ ତାଙ୍କୁ ପୁଲିସ୍‌ ଛାଡ଼ିଥିଲା। ୩୦୦ରୁ ଅଧିକ ଥର ବସ୍‌ ଉଠ ହୋଇଥିବାରୁ ଡାରେନ ଠିକ୍‌ ଭାବେ ଚାଲି ପାରୁ ନଥିଲେ। ତା’ ପରଦିନ ସକାଳୁ ତାଙ୍କ କଷ୍ଟ ଆହୁରି ବଢ଼ିଥିଲା। ସେ ଘରେ ରହିଥିବା ବେଳେ ହଠାତ୍‌ ଅଚେତ୍‌ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ଝାଡ଼ଖଣ୍ଡରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୪ ନକ୍ସଲ ନିପାତ, ଘଟଣାସ୍ଥଳରୁ AK-47 ସହ ବିପୁଳ ବିସ୍ଫୋରକ ଜବତ

08 Apr 2021 By The Sakala

ନିୟମ ଭାଙ୍ଗିବାରୁ ୩ଶହ ଥର ଉଠବସ୍‌ କଲା ପୁଲିସ, ଚାଲିଗଲା ଯୁବକଙ୍କ ଜୀବନ

କାଭିଟେ: କରୋନା ସଂକ୍ରମଣକୁ ନେଇ ଜାରି କରାଯାଇଥିବା କର୍ଫ୍ୟୁ ଉଲ୍ଲଙ୍ଘନକାରୀ ଜଣେ ଯୁବକଙ୍କୁ ଶେଷରେ ଜୀବନ ହାରିବାକୁ ପଡ଼ିବା ଭଳି ଏକ ସମ୍ବେଦନଶୀଳ ଘଟଣା ଫିଲିପାଇନ୍ସରେ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ,କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରିବାରୁ ସେଠାକାର ପୁଲିସ୍‌ ଜଣେ ଯୁବକଙ୍କୁ ୩ଶହ ଥର ଉଠବସ୍‌ କରାଇଥିଲା। କିନ୍ତୁ ଦଣ୍ଡ ପାଇ ଘରକୁ ଫେରିବା ପରେ ଯୁବକ ଜଣଙ୍କ ଶରୀରରେ ପ୍ରବଳ କଷ୍ଟ ଅନୁଭବ ହୋଇଥିଲା। ଏଭଳି କଷ୍ଟ ସହି ନ ପାରି ଯୁବକଜଣକ ଶେଷରେ ପ୍ରାଣ ହରାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଫିଲିପାଇନ୍ସର କାଭିଟେ ପ୍ରଦେଶରେ ଏଭଳି ଘଟିଛି।

୨୮ ବର୍ଷୀୟ ଯୁବକ ଡାରେନ ମାନାଓଗ ସ୍ଥାନୀୟ ଷ୍ଟୋରରୁ ପାଣି କିଣିବାକୁ କର୍ଫ୍ୟୁ ସମୟରେ ଘରୁ ବାହାରିଥିଲେ। ପୁଲିସ୍‌ ତାଙ୍କୁ ଅଟକାଇବା ସହିତ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ କରି ସେ ବାହାରେ ବୁଲୁଥିବା ପୁଲିସ୍‌ କହି ଦଣ୍ଡ ସୂରୁପ ପ୍ରଥମେ ୧୦୦ ଥର ବସ୍‌ ଉଠ ହେବାକୁ କହିଥିଲା। ଡାରେନ୍‌ ୧୦୦ ଥର ବସ୍‌ ଉଠ ହେବା ବେଳେ ମଝିରେ ଅଟକି ଯାଇଥିଲେ। ଫଳରେ ପୁଲିସ୍‌ ତାଙ୍କୁ ପୁଣି ୧ରୁ ଗଣତି ଆରମ୍ଭ କରିବାକୁ କହିଥିଲା। ଏପରି ଭାବେ ସେ ମୋଟ୍‌ ୩୦୦ରୁ ଅଧିକ ଥର ବସ୍‌ ଉଠ ହେବା ପରେ ତାଙ୍କୁ ପୁଲିସ୍‌ ଛାଡ଼ିଥିଲା। ୩୦୦ରୁ ଅଧିକ ଥର ବସ୍‌ ଉଠ ହୋଇଥିବାରୁ ଡାରେନ ଠିକ୍‌ ଭାବେ ଚାଲି ପାରୁ ନଥିଲେ। ତା’ ପରଦିନ ସକାଳୁ ତାଙ୍କ କଷ୍ଟ ଆହୁରି ବଢ଼ିଥିଲା। ସେ ଘରେ ରହିଥିବା ବେଳେ ହଠାତ୍‌ ଅଚେତ୍‌ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର