ପାକିସ୍ତାନର ଅଜବ ଅଭିଯୋଗ: ପେଗାସସ୍ ଜରିଆରେ ଇମ୍ରାନ ଖାନଙ୍କ ଫୋନ୍ ହ୍ଯାକ କରିଛି ଭାରତ

The Sakala Picture
Published On

ଇସ୍‌ଲାମାବାଦ୍: ଭାରତ ସମେତ ଦୁନିଆର ବହୁ ଦେଶକୁ ଦୋହଲାଇ ଦେଇଥିବା ପେଗାସସ୍ ଫୋନ୍ ଟ୍ୟାପିଂ ମାମଲା ଜୋର ଧରିଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚାହିଁବସିଛି ପାକିସ୍ତାନ। ଇସ୍ରାଏଲ୍ ସଫ୍ଟଓ୍ୱେୟାର ପେଗାସସ୍ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍ ହ୍ଯାକ ହୋଇଛି। ଆଉ ଏ ନେଇ ଭାରତକୁ ଦାୟୀ କରିଛି ପାକିସ୍ତାନ । ଭାରତ ଇମ୍ରାନ୍‌ଙ୍କ ଫୋନ୍ ହ୍ୟାକ୍ କରି ଗୁଇନ୍ଦାଗିରି ଚଳାଇଥିବା ଅଭିଯୋଗ କରିଛି ପାକିସ୍ତାନ । ଏଥିସହିତ ହ୍ୟାକିଂର ସବିଶେଷ ରିପୋର୍ଟ ଆସିଲା […]

ଇସ୍‌ଲାମାବାଦ୍: ଭାରତ ସମେତ ଦୁନିଆର ବହୁ ଦେଶକୁ ଦୋହଲାଇ ଦେଇଥିବା ପେଗାସସ୍ ଫୋନ୍ ଟ୍ୟାପିଂ ମାମଲା ଜୋର ଧରିଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚାହିଁବସିଛି ପାକିସ୍ତାନ। ଇସ୍ରାଏଲ୍ ସଫ୍ଟଓ୍ୱେୟାର ପେଗାସସ୍ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍ ହ୍ଯାକ ହୋଇଛି। ଆଉ ଏ ନେଇ ଭାରତକୁ ଦାୟୀ କରିଛି ପାକିସ୍ତାନ । ଭାରତ ଇମ୍ରାନ୍‌ଙ୍କ ଫୋନ୍ ହ୍ୟାକ୍ କରି ଗୁଇନ୍ଦାଗିରି ଚଳାଇଥିବା ଅଭିଯୋଗ କରିଛି ପାକିସ୍ତାନ । ଏଥିସହିତ ହ୍ୟାକିଂର ସବିଶେଷ ରିପୋର୍ଟ ଆସିଲା ପରେ ଏହାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରାଯିବା ବୋଲି ସେଠାକାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାଓ୍ୱଦ ହୁସେନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ସିଗାରେଟ୍ ଚେଙ୍କ, ମୁଣ୍ଡରେ ଗଭୀର ଆଘାତ: କେରଳରେ ମାଆ ଓ ପ୍ରେମିକଙ୍କ ନିର୍ମମ ଅତ୍ୟାଚାରରେ ଶିଶୁପୁତ୍ରର ମୃତ୍ୟୁ

ଏହା ପୂର୍ବରୁ ଫାଓ୍ୱଦ ହୁସେନ୍ ଟ୍ୱିଟ୍ କରି ଏହି ପ୍ରସଂଗରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଭାରତ ସରକାର ଦ୍ୱାରା ଇସ୍ରାଏଲ୍ ସଫ୍ଟଓ୍ୱେୟାର ବ୍ୟବହାର କରି ସାମ୍ୱାଦିକ, ବିରୋଧୀ ଦଳ ନେତା ଏବଂ ଶାସକ ଦଳ ନେତାଙ୍କ ଗୁଇନ୍ଦାଗିରି କରାଯିବା ବଡ଼ ଚିନ୍ତାଜନକ ଘଟଣା । ଏନେଇ ପାକିସ୍ତାନ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ହ୍ୟାକ୍ କରାଯାଇଥିବା ଫୋନ୍ ମଧ୍ୟରେ ଇମ୍ରାନ୍‌ଙ୍କ ମଧ୍ୟ ଫୋନ୍ ରହିଛି।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଇମ୍ରାନଙ୍କ ଫୋନ୍ ହ୍ୟାକିଂର ସବିଶେଷ ତଥ୍ଯ  ଆସିଯିବ ଏହାକୁ ଉଚିତ୍ ମଞ୍ଚରେ ଉଠାଯିବା । ଏକ ଦାବି ମୁତାବକ ଭାରତ ସମେତ ବହୁ ଦେଶର ସରକାର ୧୫୦ରୁ ଅଧିକ ସାମ୍ୱାଦିକ ମାନବାଧିକାର କର୍ମକର୍ତ୍ତା ଏବଂ ଅନ୍ୟ ସାମାଜିକ କର୍ମୀଙ୍କ ଗୁଇନ୍ଦାଗିରି ଚଳାଇଛନ୍ତି ।

20 Jul 2021 By The Sakala

ପାକିସ୍ତାନର ଅଜବ ଅଭିଯୋଗ: ପେଗାସସ୍ ଜରିଆରେ ଇମ୍ରାନ ଖାନଙ୍କ ଫୋନ୍ ହ୍ଯାକ କରିଛି ଭାରତ

ଇସ୍‌ଲାମାବାଦ୍: ଭାରତ ସମେତ ଦୁନିଆର ବହୁ ଦେଶକୁ ଦୋହଲାଇ ଦେଇଥିବା ପେଗାସସ୍ ଫୋନ୍ ଟ୍ୟାପିଂ ମାମଲା ଜୋର ଧରିଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚାହିଁବସିଛି ପାକିସ୍ତାନ। ଇସ୍ରାଏଲ୍ ସଫ୍ଟଓ୍ୱେୟାର ପେଗାସସ୍ ଜରିଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫୋନ୍ ହ୍ଯାକ ହୋଇଛି। ଆଉ ଏ ନେଇ ଭାରତକୁ ଦାୟୀ କରିଛି ପାକିସ୍ତାନ । ଭାରତ ଇମ୍ରାନ୍‌ଙ୍କ ଫୋନ୍ ହ୍ୟାକ୍ କରି ଗୁଇନ୍ଦାଗିରି ଚଳାଇଥିବା ଅଭିଯୋଗ କରିଛି ପାକିସ୍ତାନ । ଏଥିସହିତ ହ୍ୟାକିଂର ସବିଶେଷ ରିପୋର୍ଟ ଆସିଲା ପରେ ଏହାକୁ ଉପଯୁକ୍ତ ମଞ୍ଚରେ ଉପସ୍ଥାପନ କରାଯିବା ବୋଲି ସେଠାକାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଫାଓ୍ୱଦ ହୁସେନ କହିଛନ୍ତି ।

ଏହା ପୂର୍ବରୁ ଫାଓ୍ୱଦ ହୁସେନ୍ ଟ୍ୱିଟ୍ କରି ଏହି ପ୍ରସଂଗରେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଭାରତ ସରକାର ଦ୍ୱାରା ଇସ୍ରାଏଲ୍ ସଫ୍ଟଓ୍ୱେୟାର ବ୍ୟବହାର କରି ସାମ୍ୱାଦିକ, ବିରୋଧୀ ଦଳ ନେତା ଏବଂ ଶାସକ ଦଳ ନେତାଙ୍କ ଗୁଇନ୍ଦାଗିରି କରାଯିବା ବଡ଼ ଚିନ୍ତାଜନକ ଘଟଣା । ଏନେଇ ପାକିସ୍ତାନ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ହ୍ୟାକ୍ କରାଯାଇଥିବା ଫୋନ୍ ମଧ୍ୟରେ ଇମ୍ରାନ୍‌ଙ୍କ ମଧ୍ୟ ଫୋନ୍ ରହିଛି।

ପାକିସ୍ତାନ ସୂଚନା ଓ ପ୍ରସାରଣ ମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ଇମ୍ରାନଙ୍କ ଫୋନ୍ ହ୍ୟାକିଂର ସବିଶେଷ ତଥ୍ଯ  ଆସିଯିବ ଏହାକୁ ଉଚିତ୍ ମଞ୍ଚରେ ଉଠାଯିବା । ଏକ ଦାବି ମୁତାବକ ଭାରତ ସମେତ ବହୁ ଦେଶର ସରକାର ୧୫୦ରୁ ଅଧିକ ସାମ୍ୱାଦିକ ମାନବାଧିକାର କର୍ମକର୍ତ୍ତା ଏବଂ ଅନ୍ୟ ସାମାଜିକ କର୍ମୀଙ୍କ ଗୁଇନ୍ଦାଗିରି ଚଳାଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର