ମଶା କାମୁଡ଼ିବାରୁ ୪ ସପ୍ତାହ କୋମାରେ ରହିଲେ ରୋଗୀ; ୩୦ ଅସ୍ତ୍ରୋପଚାର ପରେ ବଞ୍ଚିଲା ଜୀବନ

The Sakala Picture
Published On

ରୋଡରମାର୍କ(ଏଜେନ୍ସି): ସାରା ବିଶ୍ବରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ମାରାତ୍ମକ ମଶା। ଏହା କାମୁଡିଲେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ହେବା ସ୍ବାଭାବିକ କଥା। କିନ୍ତୁ ଏବେ ଜର୍ମାନୀରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟାନକ ମାମଲା ସାମ୍‌ନାକୁ ଆସିଛି। ମଶା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି। ମଶା କାମୁଡିବାରୁ ସେ କୋମାକୁ ଚାଲି ଯାଇଛନ୍ତି। ତାଙ୍କର ହାର୍ଟ ଏବଂ କିଡ୍‌ନୀ ମଧ୍ୟ ଫେଲ୍‌ ହୋଇଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ୩୦ ଥର ଅସ୍ତ୍ରୋପଚାର […]

ରୋଡରମାର୍କ(ଏଜେନ୍ସି): ସାରା ବିଶ୍ବରେ ବିପଜ୍ଜନକ ସ୍ଥିତି ସୃଷ୍ଟି କରିଛି ମାରାତ୍ମକ ମଶା। ଏହା କାମୁଡିଲେ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି ରୋଗ ହେବା ସ୍ବାଭାବିକ କଥା। କିନ୍ତୁ ଏବେ ଜର୍ମାନୀରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟାନକ ମାମଲା ସାମ୍‌ନାକୁ ଆସିଛି। ମଶା ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁମୁଖକୁ ଠେଲି ଦେଇଛି। ମଶା କାମୁଡିବାରୁ ସେ କୋମାକୁ ଚାଲି ଯାଇଛନ୍ତି। ତାଙ୍କର ହାର୍ଟ ଏବଂ କିଡ୍‌ନୀ ମଧ୍ୟ ଫେଲ୍‌ ହୋଇଯାଇଛି। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରଙ୍କୁ ୩୦ ଥର ଅସ୍ତ୍ରୋପଚାର କରିବାକୁ ପଡିଛି। ସୂଚନା ଅନୁଯାୟୀ ରୋଡରମାର୍କର ବାସିନ୍ଦା ସେବାଷ୍ଟିୟନ ରୋସ୍‌କେଙ୍କୁ ୨୦୨୧ରେ ଏସିଆନ ଟାଇଗର ପ୍ରଜାତିର ଏକ ମଶା କାମୁଡି ଥିଲା। ପରେ ତାଙ୍କଠାରେ ଜ୍ବର ଆସିଥିଲା। ଡାକ୍ତରଙ୍କ ପରାମର୍ଶ ସତ୍ତ୍ବେ ତାଙ୍କ ସ୍ବାସ୍ଥ୍ୟା ଦିନକୁ ଦିନ ବିଗିଡିବାରେ ଲାଗିଥିଲା। ସେ ବିଞ୍ଛଣାରୁ ଉଠି ପାରୁ ନ ଥିଲେ କି ଠିକ୍‌ ସେ ଖାଇ ପାରୁ ନ ଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାଞ୍ଚରୁ ମଶା କାମୁଡିବାରୁ ତାଙ୍କ ରକ୍ତରେ ବିଷ ବ୍ୟାପି ଯାଇଥିବା ଜଣାପଡିଥିଲା। ଏଥିଯୋଗୁଁ ସେବାଷ୍ଟିୟନଙ୍କ ଜଙ୍ଘ ପ୍ରାୟ ୫୦ ପ୍ରତିଶତ ସଢ଼ି ଯାଇଥିଲା। ଏହା ସହିତ ଯକୃତ, କିଡ୍‌ନୀ, ଫୁସ୍‌ଫୁସ୍‌ ଏବଂ ହୃଦୟ କାମ କରିବା ବନ୍ଦ କରି ଦେଇଥିଲା।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ରିପୋର୍ଟ ଅନୁଯାୟୀ ରକ୍ତରେ ବିଷ ବ୍ୟାପିଯାଇଥିବାରୁ ସେ ୪ ସପ୍ତାହ ପର୍ଯ୍ୟନ୍ତ କୋମାରେ ଥିଲେ। ସେହିପରି ଗୋଡ ଠିକ୍‌ କରିବାକୁ ତାଙ୍କୁ ୩୦ ଥର ଅସ୍ତ୍ରୋପଚାର କରିବାକୁ ପଡିଥିଲା। ଏଥିଯୋଗୁ ତାଙ୍କର ଗୋଡର ୨ଟି ଆଙ୍ଗୁଠି ମଧ୍ୟ କାଟିବାକୁ ପଡିଥିଲା। ସେରେସିଆ ମାର୍ସେସେନ୍ସ ନାମକ ଜୀବାଣୁ ତାଙ୍କ ଜଙ୍ଘ ଖାଇ ଦେଇଥିଲା। ବିଦେଶ ଯାଇ ନ ଥିବାରୁ ସ୍ଥାନୀୟ ମଶା ତାଙ୍କୁ କାମୁଡିଥିଲା ବୋଲି ସେବାଷ୍ଟିୟନ କହିଛନ୍ତି। ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ସୂଚନାଯୋଗ୍ୟ ଯେ ଏସିଆନ ଟାଇଗର ମଶା ଦକ୍ଷିଣ ପୂର୍ବ ଏସିଆର ଉଷ୍ଣମଣ୍ଡଳୀୟ ଏବଂ ଉପ-ଉଷ୍ଣମଣ୍ଡଳୀୟ ଅଞ୍ଚଳରେ ଦେଖାଯାଆନ୍ତି। ସେଥିପାଇଁ ଏହାକୁ ଜଙ୍ଗଲୀ ମଶା ମଧ୍ୟ କୁହାଯାଏ। ଏହା ୟୁରୋପର ଅନେକ ଦେଶରେ ମଧ୍ୟ ଦେଖାଯାଏ। ଏହି ମଶା ଦିନରେ କାମୁଡି ଥାଏ। ଏହି ମଶାରେ କୌଣସି ଭୂତାଣୁ କିମ୍ବା ଜୀବାଣୁ ଥିଲେ ପେଟ ଦରଜ, ବାନ୍ତି, ମୁଣ୍ଡବିନ୍ଧା, ଯକୃତରେ ସମସ୍ୟା, ମଳରେ ରକ୍ତ, ଆଖି ଟାଣିବା ଏବଂ ଚର୍ମ କୁଣ୍ଡେଇ ହୋଇଥାଏ। ମଶା କାମୁଡିବାର ୩ରୁ ୭ ଦିନ ପରେ ଏହି ଲକ୍ଷଣ ଦେଖାଯାଇଥାଏ।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର