ପାକିସ୍ତାନୀ ମହିଳା ନେଲେ ଭାରାତରେ ଟିକା, ପୂର୍ବରୁ ଟିକା ନବାକୁ ଯାଇ ଡାକ୍ତରଖାନାରୁ ଫେରିଥିଲେ

The Sakala Picture
Published On

କୋଲକାତାରେ ରହୁଥିବା ଜଣେ ପାକିସ୍ତାନୀ  ମହିଳାଙ୍କୁ କରୋନା ଟିକା ଦିଆଯାଇଛି। ଉକ୍ତ ମହିଳାଙ୍କ ନାଁ ସହର କେସିଆର। ସେ  ସ୍ଫୁଟନିକର ପ୍ରଥମ ଡୋଜ ନେଇଛନ୍ତି। ଏହାପୂର୍ବରୁ ସାହାର କେସିଆର ଅଭିଯୋଗ କରିଥିଲେ ଯେ, କୋଲକାତାର ମେଡିକାଲ ସୁପର ସ୍ପେସିଆଲିଟି ହସ୍ପିଟାଲ ତାଙ୍କୁ ଟିକା ଦେବା ପାଇଁ ମନା କରିଥିଲେ। ସେ ଜୁଲାଇ ୯ ତାରିଖରେ ସ୍ପୁଟନିକ ଟିକା ନେବା ପାଇଁ ମେଡିକାଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଯାଇଥିଲେ। ସେଠାରେ ଅଧିକାରୀମାନେ ତାଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ଡକ୍ୟୁମେଣ୍ଟରେ […]

କୋଲକାତାରେ ରହୁଥିବା ଜଣେ ପାକିସ୍ତାନୀ  ମହିଳାଙ୍କୁ କରୋନା ଟିକା ଦିଆଯାଇଛି। ଉକ୍ତ ମହିଳାଙ୍କ ନାଁ ସହର କେସିଆର। ସେ  ସ୍ଫୁଟନିକର ପ୍ରଥମ ଡୋଜ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ଅଦାଲତରେ ମିଥ୍ୟା ବୟାନ ଦେଇଥିବା ୬ ସିବିଆଇ ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମାମଲା

ଏହାପୂର୍ବରୁ ସାହାର କେସିଆର ଅଭିଯୋଗ କରିଥିଲେ ଯେ, କୋଲକାତାର ମେଡିକାଲ ସୁପର ସ୍ପେସିଆଲିଟି ହସ୍ପିଟାଲ ତାଙ୍କୁ ଟିକା ଦେବା ପାଇଁ ମନା କରିଥିଲେ। ସେ ଜୁଲାଇ ୯ ତାରିଖରେ ସ୍ପୁଟନିକ ଟିକା ନେବା ପାଇଁ ମେଡିକାଲ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ଯାଇଥିଲେ। ସେଠାରେ ଅଧିକାରୀମାନେ ତାଙ୍କର ଡକ୍ୟୁମେଣ୍ଟ ଯାଞ୍ଚ କରିଥିଲେ। ଡକ୍ୟୁମେଣ୍ଟରେ ସନ୍ତୁଷ୍ଟ ନ ହୋଇଥିବାରୁ ତାଙ୍କୁ ଟିକା କେନ୍ଦ୍ରରୁ ଫେରାଇ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇବେ ହେନେରୀ ବି କାଗନ ଓ କେନ୍ସୋ ସୋଆଇ

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ମହିଳା ତାଙ୍କ ପାସପୋର୍ଟ ଆଧାରରେ କୋୱିନ ଆପରେ ପଞ୍ଜୀକୃତ କରି ଟିକା ପାଇଁ ବୁକ୍ କରିଥିଲେ। ଏହା ପରେ ସେ ଟିକା ନବା ପାଇଁ ଯାଇଥିଲେ।  ହେଲେ ଘରୋଇ ଡାକ୍ତରଖାନା ତାଙ୍କୁ ଟିକାକରଣ କରିବାକୁ ମନା କରିଦେଇଥିଲେ। ଡାକ୍ତରଖାନା ପରିଚାଳକ କହିବା ଅନୁଯାୟୀ, ବିଦେଶୀ ଡକ୍ୟୁମେଣ୍ଟ ଥିବା ବ୍ୟକ୍ତିଙ୍କୁ ଟିକା ଦେବା ପାଇଁ ଅନୁମତି ନାହିଁ। ଏହି କାରଣରୁ ତାଙ୍କୁ  ମଧ୍ୟ ଟିକା ଦିଆଯାଇ ନ ଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ CJPର ବିଶାଳ ବିକ୍ଷୋଭ: ୧୭୦ଟି ପାସେଞ୍ଜର ଟ୍ରେନ୍ ବାତିଲ, ଯାତ୍ରୀଙ୍କ ପାଇଁ ସମସ୍ୟା

ଟିକାକରଣ ପରେ ପାକିସ୍ତାନୀ ମହିଳା ସହର କହିଛନ୍ତି ଯେ, ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ ଆରାମ ଅନୁଭବ କରୁଛନ୍ତି। କରୋନା ଟିକା  ନେଇ ନ ଥିବା କାରଣରୁ ଘର ଏବଂ ସମାଜରେ ଅନେକ ଅସୁବିଧା ହୋଇଥିଲା । ଟିକାକରଣ ପରେ ମୋ ପରିବାର ଖୁସି ଏବଂ ଆମେ ସମସ୍ତେ ସୁରକ୍ଷିତ। କାରଣ ଯଦି ଜଣେ ବ୍ୟକ୍ତି ଅସୁରକ୍ଷିତ ତେବେ ସମଗ୍ର ସମ୍ପ୍ରଦାୟ ଅସୁରକ୍ଷିତ ଅଟେ।

ସୂଚନା ଅନୁଯାୟୀ, ପାକିସ୍ତାନୀ ମହିଳା ସହର  ୨୦୧୩ରେ  ଜଣେ ଭାରତୀୟଙ୍କୁ ବିବାହ କରିଥିଲେ। ସେ କୋଲକାତାରେ ବାସିନ୍ଦା ଭିସାରେ ରହୁଛନ୍ତି। ସେମାନଙ୍କୁ ପ୍ରତି ଦୁଇ ବର୍ଷରେ ଭିସା ନବୀକରଣ କରିବାକୁ ପଡିଥାଏ।  ନିୟମ ଅନୁଯାୟୀ, ସେ ଭାରତରେ ୧୦ବର୍ଷ ପୂରଣ କରିବା ପରେ ଭାରତୀୟ ନାଗରିକତ୍ୱ ପାଇଁ ଆବେଦନ କରିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର