ସ୍ୱାଧୀନତା ଦିବସ ପୂର୍ବରୁ ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇବା ଲାଗି ଯୋଜନା କରୁଛି ଆଇଏସଆଇ !

The Sakala Picture
Published On

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଅଘଟଣ ଘଟାଇବାକୁ ହୀନ ଯୋଜନା କରୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆଶଙ୍କା କରାଯାଉଛି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ନୂଆ ଆତଙ୍କବାଦୀ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ଯୋଜନା କରିଛନ୍ତି ପାକିସ୍ତାନ ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଏହା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ କ୍ରିୟାଶୀଳ କରିବା ଲାଗି ବି କରାଯାଇଛି ଯୋଜନା। ଏହି ଖବର ପ୍ରକାଶ ପାଇବା […]

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଅଘଟଣ ଘଟାଇବାକୁ ହୀନ ଯୋଜନା କରୁଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଜାମ୍ମୁ ଓ କାଶ୍ମୀରରେ ରକ୍ତପାତ ଘଟାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିବା ଆଶଙ୍କା କରାଯାଉଛି। ପାକ୍ ଅଧିକୃତ କାଶ୍ମୀର ଅଞ୍ଚଳରେ ନୂଆ ଆତଙ୍କବାଦୀ କଣ୍ଟ୍ରୋଲ ରୁମ୍ ଖୋଲିବାକୁ ଯୋଜନା କରିଛନ୍ତି ପାକିସ୍ତାନ ଓ ଗୁଇନ୍ଦା ସଂସ୍ଥା ଆଇଏସଆଇ। ଏହା ସହ ବିଭିନ୍ନ ଆତଙ୍କବାଦୀ ସଂଗଠନକୁ କ୍ରିୟାଶୀଳ କରିବା ଲାଗି ବି କରାଯାଇଛି ଯୋଜନା। ଏହି ଖବର ପ୍ରକାଶ ପାଇବା ପରେ ଜାମ୍ମୁ ଓ କାଶ୍ମୀର ସୀମାନ୍ତ ଅଞ୍ଚଳରେ ନିରାପତ୍ତା ବାହିନୀ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ଗୁଇନ୍ଦା ଓ ନିରାପତ୍ତା ବିଭାଗ ରିପୋର୍ଟ ଅନୁସାରେ ଆତଙ୍କବାଦୀ କାର୍ଯ୍ୟକଳାପ ଲାଗି ଲସକର-ଏ-ତଏବା, ଜୈସ-ଏ-ମହମ୍ମଦ, ଚେଲାବନ୍ଦୀ ମୁଜାଫରବାଦ ଓ ଅଲ ବାଦର ସଂଗଠନର ବୈଠକ ହୋଇଛି। ସୀମାରେ ଅନୁପ୍ରବେଶ, ବିଭିନ୍ନ ସ୍ଥାନରେ ଆତଙ୍କବାଦୀ କାଣ୍ଡ ଘଟାଇବା, ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ଘଟାଇବା ଆଦି କାର୍ଯ୍ୟରେ ଆତଙ୍କବାଦୀ ସଂଗଠନ ନିୟୋଜିତ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ନିୟନ୍ତ୍ରଣ ରେଖାର ବିଭିନ୍ନ ନୂଆ ୮ଟି ରାସ୍ତାରେ ଅନୁପ୍ରବେଶ ଯୋଜନା କରାଯାଉଛି ବୋଲି ଗୁଇନ୍ଦା ସୂତ୍ରରୁ ପ୍ରକାଶ।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର