ପାକିସ୍ତାନ ଆମର ଦ୍ବିତୀୟ ଘର, ଖୁବ୍‌ଶିଘ୍ର ଭାରତ ଦେଖିବ କେମିତି ଦେଶ ଚଳାଉଛି ତାଲିବାନ

The Sakala Picture
Published On

କାମୁଲ : ଆଫଗାନିସ୍ତାନ କବଜା କରିବା ପରେ ସେଠାରେ ଶାସନ କରିବାକୁ ପ୍ରସ୍ତୁତି ଚଳାଇଛି ତାଲିବାନ। ଆଫଗାନରେ ସରକାର ଗଠନ କରିବାକୁ ଯାଉଥିବା ତାଲିବାନ ସହ ଭାରତର ସମ୍ପର୍କ କିପରି ରହିବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏକ ମନ୍ତବ୍ୟକୁ ନେଇ ତାଲିବାନ ନେତା ଭାରତକୁ ଚେତାବନୀ ଦେଇଛନ୍ତି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିର ସହ ଜଡ଼ିତ ଅନେକ ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିବା […]

କାମୁଲ : ଆଫଗାନିସ୍ତାନ କବଜା କରିବା ପରେ ସେଠାରେ ଶାସନ କରିବାକୁ ପ୍ରସ୍ତୁତି ଚଳାଇଛି ତାଲିବାନ। ଆଫଗାନରେ ସରକାର ଗଠନ କରିବାକୁ ଯାଉଥିବା ତାଲିବାନ ସହ ଭାରତର ସମ୍ପର୍କ କିପରି ରହିବ ସେନେଇ କଳ୍ପନାଜଳ୍ପନା ଲାଗିରହିଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଏକ ମନ୍ତବ୍ୟକୁ ନେଇ ତାଲିବାନ ନେତା ଭାରତକୁ ଚେତାବନୀ ଦେଇଛନ୍ତି। ଗତ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦୀ ସୋମନାଥ ମନ୍ଦିର ସହ ଜଡ଼ିତ ଅନେକ ବିକାଶ କାର୍ଯ୍ୟର ଉଦଘାଟନ ଏବଂ ଶିଳାନ୍ୟାସ କରିବା ସମୟରେ କହିଥିଲେ ଯେ ଆତଙ୍କବାଦ ଆଧାରରେ ବିନାଶ କରୁଥିବା ଶକ୍ତି କିଛି ସମୟ ପାଇଁ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି କିନ୍ତୁ ସେମାନଙ୍କର ଅସ୍ତିତ୍ୱ କଦାପି ସ୍ଥାୟୀ ନୁହେଁ ଏବଂ ସେମାନେ ମାନବିକତାକୁ ଦମନ କରିପାରିବେ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ଏହି ବିବୃତ୍ତିକୁ ତାଲିବାନ ହଜମ କରିପାରୁନି।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ତାଲିବାନର ପ୍ରମୁଖ ନେତା ଶାହବୁଦ୍ଦିନ ଦିଲାଓ୍ବର ‘ରେଡିଓ ପାକିସ୍ତାନ’କୁ ସାକ୍ଷତକାରରେ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଆଫଗାନିସ୍ତାନର ଆଭ୍ୟନ୍ତରୀଣ ମାମଲାରେ ଦଖଲ ଦିଆନଯାଉ। ଏଥି ସହିତ ଶାହବୁଦ୍ଦିନ ଦିଲାଓ୍ବର  ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତବ୍ୟକୁ ଏକ ଆହ୍ବାନ ଭାବେ ଗ୍ରହଣ କରିବା ସହ ଦାବି କରିଛନ୍ତି ତାଙ୍କ ସଙ୍ଗଠନ ସଫଳ ହେବ । ପିଏମ ମୋଦୀଙ୍କ ମନ୍ତବ୍ୟକୁ ନେଇ ଦିଲାଓ୍ବର କହିଛନ୍ତି, ଦେଶକୁ ତାଲିବାନ ଭଲ ଭାବେ ଚଲାଇବ । ଏହାକୁ ଭାରତ ଖୁବଶୀଘ୍ର ଦେଖିପାରିବ ।ତାଲିବାନ ସମସ୍ତ ଦେଶ ସହ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନର ସମ୍ପର୍କ ରଖିବାକୁ ଚାହୁଁଛି ବୋଲି ତାଲିବାନୀ ନେତା ଶାହବୁଦ୍ଦିନ ଦିଲାଓ୍ବର କହିଛି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ଅନ୍ୟପଟେ ପାକିସ୍ତାନକୁ ନିଜର ଦ୍ବିତୀୟ ଘର ବୋଲି କହିଛି ତାଲିବାନ। ଯାହା  ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗକୁ ଖଣ୍ଡନ କରି ଆସୁଥିଲେ ପାକିସ୍ତାନର ଅସଲ ମୁଖା ପଦାରେ ପକାଇଛି। ‘ରେଡିଓ ପାକିସ୍ତାନ’କୁ ସାକ୍ଷତକାରରେ ତାଲିବାନର ପ୍ରମୁଖ ନେତା ଶାହବୁଦ୍ଦିନ ଦିଲାଓ୍ବର ପାକିସ୍ତାନକୁ ବନ୍ଧୁ ଦେଶ ବୋଲି କହିବା ସହ ୩୦ ଲକ୍ଷରୁ ଅଧିକ ଆଫଗାନ ଲୋକଙ୍କୁ ଶରଣ ଦେଇଥିବା କହି ଧନ୍ୟବାଦ ଦେଇଥିବା ବେଳେ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାର ଦେଇ ତାଲିବାନର ମୁଖପାତ୍ର ମୁଜାହିଦ୍ କହିଛି ପାକିସ୍ତାନ ଆଫଗାନିସ୍ତାନର ପଡୋଷୀ ଦେଶ । ପାକିସ୍ତାନ ସହିତ ଆଫଗାନିସ୍ତାନର ସୀମା ଲାଗିଛି । ଏଣୁ ଆମେ ପାକିସ୍ତାନ ସହିତ ରଣନୈତିକ ଓ କୂଟନୈତିକ ସମ୍ପର୍କ ରଖିବୁ । ପାକିସ୍ତାନ ତାଲିବାନର ଦ୍ୱିତୀୟ ଘର । ଦୁଇ ଦେଶର ଧର୍ମ ଗୋଟିଏ । ତେଣୁ ଆମେ ସେମାନଙ୍କ ସହିତ ମିଶିଯାଇଥାଉ । ତେଣୁ ଆମେ ଦୁଇ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନା ଚାହିଁବୁ।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର