ପହଲଗାମ୍ ହମ୍‌ଲା : ଭାରତ ସ୍ତବ୍ଧ ବେଳେ ଦିଲ୍ଲୀରେ କେକ୍‌ କାଟୁଛନ୍ତି ପାକିସ୍ତାନ ହାଇକମିଶନ…ଦେଖନ୍ତୁ ଭିଡିଓ

The Sakala Picture
Published On

ନୂଆଦିଲ୍ଳୀ : ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣ ଓ ୨୬ ଜଣ ପର୍ଯ୍ୟଟକଙ୍କୁ ଜଘନ୍ୟ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ହତ୍ୟାକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶରେ ସ୍ୱର ଜୋର୍‌ ଧରିଥିବା ବେଳେ ଭାରତ ସରକାର ଗତକାଲି ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ପାକିସ୍ତାନ ସହିତ ୧୯୬୦ ମସିହାରେ ଜାତିସଂଘ ମଧ୍ୟସ୍ଥତାରେ ସ୍ୱାକ୍ଷରିତ ସିନ୍ଧୁ ନଦୀଜଳ ଚୁକ୍ତିକୁ ବାତିଲ କରାଯାଇଛି। ସୀମାପାର ଆତଙ୍କବାଦକୁ ସମର୍ଥନ […]

ନୂଆଦିଲ୍ଳୀ : ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣ ଓ ୨୬ ଜଣ ପର୍ଯ୍ୟଟକଙ୍କୁ ଜଘନ୍ୟ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ହତ୍ୟାକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶରେ ସ୍ୱର ଜୋର୍‌ ଧରିଥିବା ବେଳେ ଭାରତ ସରକାର ଗତକାଲି ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ପାକିସ୍ତାନ ସହିତ ୧୯୬୦ ମସିହାରେ ଜାତିସଂଘ ମଧ୍ୟସ୍ଥତାରେ ସ୍ୱାକ୍ଷରିତ ସିନ୍ଧୁ ନଦୀଜଳ ଚୁକ୍ତିକୁ ବାତିଲ କରାଯାଇଛି। ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଭାରତ ଘୋଷଣା କରିଛି। ସେହିପରି ତିନି ସେନାକୁ ଆଲର୍ଟ ରହିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ମୁହୂର୍ତ୍ତରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଭୋଟର ଲିଷ୍ଟରୁ ୯.୮ ଲକ୍ଷ ଭୋଟର୍ ବାଦ୍ ପଡ଼ିବା ପ୍ରସଙ୍ଗ: ସିଇଓଙ୍କ ଅଫିସ ଆଗରେ ବିଜେଡିର ପ୍ରତିବାଦ

ଏଥି ସହିତ ଭାରତକୁ ଆସିଥିବା ପାକ୍‌ ନାଗରିକମାନଙ୍କୁ ତୁରନ୍ତ ଭାରତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭାରତ ଗସ୍ତ ପାଇଁ ପାକିସ୍ତାନୀ ନାଗରିକମାନଙ୍କୁ ମିଳିଥିବା ସାର୍କ ଭିସାକୁ ମଧ୍ୟ ବାତିଲ କରାଯାଇଛି। ଅନୁରୂପ ଭାବରେ ଭାରତରେ ଥିବା ପାକ୍‌ ହାଇକମିଶନର ଅଫିସରେ କାର୍ଯ୍ୟ କରୁଥିବା ପରାମର୍ଶଦାତାମାନଙ୍କୁ ଅବାଞ୍ଛିତ ବ୍ୟକ୍ତି ରୂପେ ଘୋଷଣା କରାଯାଇଛି ଓ ୭ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରେ ଭାରତୀୟ ସାମରିକ ଉପଦେଷ୍ଟାମାନଙ୍କୁ ଫେରି ଆସିବା ଲାଗି ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: "ମୋ ପାଖରେ ଅଲୌକିକ ଶକ୍ତି ଅଛି...": ନାସିକରେ 'ଭଣ୍ଡ ବାବା' ମହେଶଗିରିର କଳାକାରନାମା, ଯୁବତୀଙ୍କୁ ଦୁଷ୍କର୍ମ ପରେ କରୁଥିଲା ବ୍ଲାକମେଲ୍

ଭାରତ ସରକାର ପାକିସ୍ତାନ ହାଇକମିଶନଙ୍କୁ ଦେଶ ଛାଡିବାକୁ ଗତକାଲି ନିର୍ଦ୍ଦେଶ ଦେବା ପରେ ଗୁରୁବାର ସକାଳେ, ପୁଲିସ ପାକିସ୍ତାନ ହାଇକମିସନ ବାହାରେ ଥିବା ବ୍ୟାରିକେଡ୍ ହଟାଇବା ପାଇଁ ପହଞ୍ଚିଥିଲା। ଏହି ସମୟରେ, ହାଇ କମିଶନର ଜଣେ କର୍ମଚାରୀ କେକ୍ ନେଇ ଯାଉଥିବାର ଦେଖାଯାଇଥିଲା।

ପହଲଗାମ ଆକ୍ରମଣ ପରେ ସାରା ଭାରତରେ ଶୋକର ବାତାବରଣ ରହିଛି। କିନ୍ତୁ ପାକିସ୍ତାନ ତାର ନିର୍ଲଜ୍ଜତା ଛାଡ଼ୁନାହିଁ। ପହଲଗାମ ଆକ୍ରମଣର ଦୁଃଖ ମଧ୍ୟରେ, ଜଣେ କର୍ମଚାରୀ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଏକ କେକ୍ ବୋହି ଯାଉଥିବାର ଦେଖାଯାଉଛି। କେକ୍ ବହନ କରୁଥିବା କର୍ମଚାରୀଙ୍କ ଭିଡିଓ ଭାଇରାଲ ହେବା ପରେ, ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯେତେବେଳେ କର୍ମଚାରୀଙ୍କୁ କେକ୍ ନେବାର କାରଣ ଗଣମାଧ୍ୟମ କର୍ମଚାରୀ ପଚାରିଥିଲେ, ସେ କୌଣସି ଉତ୍ତର ଦେଇପାରିଲେ ନାହିଁ।ଯେତେବେଳେ କର୍ମଚାରୀଙ୍କୁ ପଚରାଗଲା ଯେ ପାକିସ୍ତାନ ହାଇକମିଶନରେ ଆକ୍ରମଣର ଉତ୍ସବ ପାଳନ କରାଯାଉଛି କି, ସେ ମୁଣ୍ଡ ତଳକୁ କରି କେକ୍ ଧରି ହାଇକମିଶନ ଭିତରକୁ ଚାଲିଗଲେ।

24 Apr 2025 By The Sakala

ପହଲଗାମ୍ ହମ୍‌ଲା : ଭାରତ ସ୍ତବ୍ଧ ବେଳେ ଦିଲ୍ଲୀରେ କେକ୍‌ କାଟୁଛନ୍ତି ପାକିସ୍ତାନ ହାଇକମିଶନ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଳୀ : ଜମ୍ମୁ-କଶ୍ମୀରରେ ମଙ୍ଗଳବାର ଆତଙ୍କବାଦୀଙ୍କ ଆକ୍ରମଣ ଓ ୨୬ ଜଣ ପର୍ଯ୍ୟଟକଙ୍କୁ ଜଘନ୍ୟ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ହତ୍ୟାକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସାରା ଦେଶରେ ସ୍ୱର ଜୋର୍‌ ଧରିଥିବା ବେଳେ ଭାରତ ସରକାର ଗତକାଲି ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ପାକିସ୍ତାନ ସହିତ ୧୯୬୦ ମସିହାରେ ଜାତିସଂଘ ମଧ୍ୟସ୍ଥତାରେ ସ୍ୱାକ୍ଷରିତ ସିନ୍ଧୁ ନଦୀଜଳ ଚୁକ୍ତିକୁ ବାତିଲ କରାଯାଇଛି। ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ଭାରତ ଘୋଷଣା କରିଛି। ସେହିପରି ତିନି ସେନାକୁ ଆଲର୍ଟ ରହିବାକୁ ମଧ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଯେକୌଣସି ମୁହୂର୍ତ୍ତରେ ସାମରିକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

ଏଥି ସହିତ ଭାରତକୁ ଆସିଥିବା ପାକ୍‌ ନାଗରିକମାନଙ୍କୁ ତୁରନ୍ତ ଭାରତ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଭାରତ ଗସ୍ତ ପାଇଁ ପାକିସ୍ତାନୀ ନାଗରିକମାନଙ୍କୁ ମିଳିଥିବା ସାର୍କ ଭିସାକୁ ମଧ୍ୟ ବାତିଲ କରାଯାଇଛି। ଅନୁରୂପ ଭାବରେ ଭାରତରେ ଥିବା ପାକ୍‌ ହାଇକମିଶନର ଅଫିସରେ କାର୍ଯ୍ୟ କରୁଥିବା ପରାମର୍ଶଦାତାମାନଙ୍କୁ ଅବାଞ୍ଛିତ ବ୍ୟକ୍ତି ରୂପେ ଘୋଷଣା କରାଯାଇଛି ଓ ୭ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଇସଲାମାବାଦରେ ଥିବା ଭାରତୀୟ ହାଇକମିସନରେ ଭାରତୀୟ ସାମରିକ ଉପଦେଷ୍ଟାମାନଙ୍କୁ ଫେରି ଆସିବା ଲାଗି ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଭାରତ ସରକାର ପାକିସ୍ତାନ ହାଇକମିଶନଙ୍କୁ ଦେଶ ଛାଡିବାକୁ ଗତକାଲି ନିର୍ଦ୍ଦେଶ ଦେବା ପରେ ଗୁରୁବାର ସକାଳେ, ପୁଲିସ ପାକିସ୍ତାନ ହାଇକମିସନ ବାହାରେ ଥିବା ବ୍ୟାରିକେଡ୍ ହଟାଇବା ପାଇଁ ପହଞ୍ଚିଥିଲା। ଏହି ସମୟରେ, ହାଇ କମିଶନର ଜଣେ କର୍ମଚାରୀ କେକ୍ ନେଇ ଯାଉଥିବାର ଦେଖାଯାଇଥିଲା।

ପହଲଗାମ ଆକ୍ରମଣ ପରେ ସାରା ଭାରତରେ ଶୋକର ବାତାବରଣ ରହିଛି। କିନ୍ତୁ ପାକିସ୍ତାନ ତାର ନିର୍ଲଜ୍ଜତା ଛାଡ଼ୁନାହିଁ। ପହଲଗାମ ଆକ୍ରମଣର ଦୁଃଖ ମଧ୍ୟରେ, ଜଣେ କର୍ମଚାରୀ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ହାଇକମିଶନରେ ଏକ କେକ୍ ବୋହି ଯାଉଥିବାର ଦେଖାଯାଉଛି। କେକ୍ ବହନ କରୁଥିବା କର୍ମଚାରୀଙ୍କ ଭିଡିଓ ଭାଇରାଲ ହେବା ପରେ, ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଯେତେବେଳେ କର୍ମଚାରୀଙ୍କୁ କେକ୍ ନେବାର କାରଣ ଗଣମାଧ୍ୟମ କର୍ମଚାରୀ ପଚାରିଥିଲେ, ସେ କୌଣସି ଉତ୍ତର ଦେଇପାରିଲେ ନାହିଁ।ଯେତେବେଳେ କର୍ମଚାରୀଙ୍କୁ ପଚରାଗଲା ଯେ ପାକିସ୍ତାନ ହାଇକମିଶନରେ ଆକ୍ରମଣର ଉତ୍ସବ ପାଳନ କରାଯାଉଛି କି, ସେ ମୁଣ୍ଡ ତଳକୁ କରି କେକ୍ ଧରି ହାଇକମିଶନ ଭିତରକୁ ଚାଲିଗଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର