ମୋଦୀଙ୍କ ବିମାନକୁ ନିଜ ବାୟୁସୀମାରେ ଉଡାଣ ଅନୁମତି ଦେଇନଥିଲା ପାକିସ୍ତାନ କିନ୍ତୁ ଇମ୍ରାନଙ୍କ ବିମାନକୁ ଅନୁମତି ଦେଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ବାୟୁସୀମା ବ୍ୟବହାର କରିବାର ଅନୁମତି ଦେଇଛି ଭାରତ। ଦିନେ ଯେଉଁ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ନିଜ ବାୟୁସୀମା ମଧ୍ୟରେ ଉଡାଣର ଅନୁମତି ଦେଇନଥିଲା, ଆଜି ସେହି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିମାନକୁ ଭାରତ ବାୟୁସୀମା ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ସୂଚନାଅନୁସାରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶ୍ରୀଲଙ୍କା ଗସ୍ତ କରିବେ । ବିମାନ ଯୋଗେ […]

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ବାୟୁସୀମା ବ୍ୟବହାର କରିବାର ଅନୁମତି ଦେଇଛି ଭାରତ। ଦିନେ ଯେଉଁ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ନିଜ ବାୟୁସୀମା ମଧ୍ୟରେ ଉଡାଣର ଅନୁମତି ଦେଇନଥିଲା, ଆଜି ସେହି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିମାନକୁ ଭାରତ ବାୟୁସୀମା ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।

ଆହୁରି ପଢ଼ନ୍ତୁ: 'ଅପରେସନ୍ ସିନ୍ଦୂର'ରେ ଭାରତୀୟ ବାୟୁସେନାର ଏକଚାଟିଆ ଆଧିପତ୍ୟ: ୟୁରୋପୀୟ ରିପୋର୍ଟ ଓ ଯୁଦ୍ଧ ବିଶେଷଜ୍ଞ ଜନ୍ ସ୍ପେନ୍ସର୍‌ଙ୍କ ବଡ଼ ଖୁଲାସା

ଆହୁରି ପଢ଼ନ୍ତୁ: ତାମିଲନାଡୁରେ ବିଜୟଙ୍କ ଧମାକା: ଛୋଟ ଦଳଙ୍କୁ ନେଇ ସରକାର ଗଠନ ପାଇଁ ବଢିଲା ଅଙ୍କକଷା, DMK-AIDMK ମେଣ୍ଟ ଚର୍ଚ୍ଚା

ସୂଚନାଅନୁସାରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶ୍ରୀଲଙ୍କା ଗସ୍ତ କରିବେ । ବିମାନ ଯୋଗେ ଶ୍ରୀଲଙ୍କା ଯିବେ ଇମ୍ରାନ ଖାନ୍ । ତେବେ ପାକିସ୍ତାନ, ଭାରତର ଆକାଶପଥ ସୀମା ବ୍ୟବହାର କରିବାକୁ ଅନୁମତି ମାଗିଥିଲା । ଭାରତ ସରକାର ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ବାୟୁମଣ୍ଡଳ ଦେଇ ଯିବାକୁ ଅନୁମତି ଦେଇଛନ୍ତି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୨୩ ଫେବୃଆରୀରୁ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଇମ୍ରାନ ଖାନଙ୍କ ସହ କ୍ୟାବିନେଟର ଏକ ବଡ଼ ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀ ଯୋଗଦେବେ। ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଭେଟିବେ। ପାକିସ୍ତାନ ଅର୍ଥନୀତି ଏବଂ ଆଭ୍ୟନ୍ତରୀଣ ସମସ୍ୟାର ସମ୍ମୁଖିନ ହେଉଥିବା ସମୟରେ ଇମ୍ରାନ ଖାନ୍ ଶ୍ରୀଲଙ୍କା ଯାଉଛନ୍ତି ।

ଆହୁରି ପଢ଼ନ୍ତୁ: ବେଜିଂରେ ଟ୍ରମ୍ପ-ଜିନପିଙ୍ଗ୍ ମହାବୈଠକ: ବାଣିଜ୍ୟ, ଏଆଇ ଓ ଇରାନ ଯୁଦ୍ଧ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ସୂଚନାଯୋଗ୍ୟ ୨୦୧୯ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ପାକିସ୍ତାନ ବାୟୁସୀମାରେ ଉଡ଼ାଣ ଲାଗି ଅନୁମତି ଦେଇନଥିଲେ ଇମ୍ରାନ ସରକାର। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଏବଂ ସାଉଦି ଆବର ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାକିସ୍ତାନ ସେହି ସମୟରେ ନିଜ  ବାୟୁସୀମା ଖୋଲିବାକୁ ମନା କରିବା ସହ କାଶ୍ମୀରରେ କଥିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା।  ସାଧାରଣ ପରିସ୍ଥିତିରେ ଭିଭିଆଇପି ବିମାନ ଉଡାଣ ପାଇଁ ଦେଶଗୁଡିକୁ ଅନୁମତି ଅଛି । ତେବେ ଭିଭିଆଇପି ବିମାନକୁ ଅନୁମତିକୁ ପାକିସ୍ତାନର ମନା କରିବା ଅପମାନଜନକ ଥିଲା। ପରେ ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ନିକଟରେ ଭାରତ ଅଭିଯୋଗ କରିଥିଲା।

23 Feb 2021 By The Sakala

ମୋଦୀଙ୍କ ବିମାନକୁ ନିଜ ବାୟୁସୀମାରେ ଉଡାଣ ଅନୁମତି ଦେଇନଥିଲା ପାକିସ୍ତାନ କିନ୍ତୁ ଇମ୍ରାନଙ୍କ ବିମାନକୁ ଅନୁମତି ଦେଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ବାୟୁସୀମା ବ୍ୟବହାର କରିବାର ଅନୁମତି ଦେଇଛି ଭାରତ। ଦିନେ ଯେଉଁ ପାକିସ୍ତାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ନିଜ ବାୟୁସୀମା ମଧ୍ୟରେ ଉଡାଣର ଅନୁମତି ଦେଇନଥିଲା, ଆଜି ସେହି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ବିମାନକୁ ଭାରତ ବାୟୁସୀମା ବ୍ୟବହାର କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।

ସୂଚନାଅନୁସାରେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶ୍ରୀଲଙ୍କା ଗସ୍ତ କରିବେ । ବିମାନ ଯୋଗେ ଶ୍ରୀଲଙ୍କା ଯିବେ ଇମ୍ରାନ ଖାନ୍ । ତେବେ ପାକିସ୍ତାନ, ଭାରତର ଆକାଶପଥ ସୀମା ବ୍ୟବହାର କରିବାକୁ ଅନୁମତି ମାଗିଥିଲା । ଭାରତ ସରକାର ଇମ୍ରାନ ଖାନଙ୍କ ବିମାନକୁ ଭାରତୀୟ ବାୟୁମଣ୍ଡଳ ଦେଇ ଯିବାକୁ ଅନୁମତି ଦେଇଛନ୍ତି।  ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୨୩ ଫେବୃଆରୀରୁ ଦୁଇ ଦିନିଆ ଶ୍ରୀଲଙ୍କା ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ଇମ୍ରାନ ଖାନଙ୍କ ସହ କ୍ୟାବିନେଟର ଏକ ବଡ଼ ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀ ଯୋଗଦେବେ। ତାଙ୍କର ଦୁଇ ଦିନିଆ ଗସ୍ତ ସମୟରେ ସେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଭେଟିବେ। ପାକିସ୍ତାନ ଅର୍ଥନୀତି ଏବଂ ଆଭ୍ୟନ୍ତରୀଣ ସମସ୍ୟାର ସମ୍ମୁଖିନ ହେଉଥିବା ସମୟରେ ଇମ୍ରାନ ଖାନ୍ ଶ୍ରୀଲଙ୍କା ଯାଉଛନ୍ତି ।

ସୂଚନାଯୋଗ୍ୟ ୨୦୧୯ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ପାକିସ୍ତାନ ବାୟୁସୀମାରେ ଉଡ଼ାଣ ଲାଗି ଅନୁମତି ଦେଇନଥିଲେ ଇମ୍ରାନ ସରକାର। ସେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଏବଂ ସାଉଦି ଆବର ଗସ୍ତ କରିବା କାର୍ଯ୍ୟକ୍ରମ ଥିଲା। କିନ୍ତୁ ପାକିସ୍ତାନ ସେହି ସମୟରେ ନିଜ  ବାୟୁସୀମା ଖୋଲିବାକୁ ମନା କରିବା ସହ କାଶ୍ମୀରରେ କଥିତ ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଆଣିଥିଲା।  ସାଧାରଣ ପରିସ୍ଥିତିରେ ଭିଭିଆଇପି ବିମାନ ଉଡାଣ ପାଇଁ ଦେଶଗୁଡିକୁ ଅନୁମତି ଅଛି । ତେବେ ଭିଭିଆଇପି ବିମାନକୁ ଅନୁମତିକୁ ପାକିସ୍ତାନର ମନା କରିବା ଅପମାନଜନକ ଥିଲା। ପରେ ଏହି ଘଟଣାକୁ ନେଇ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ ନିକଟରେ ଭାରତ ଅଭିଯୋଗ କରିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର