ଅନ୍‌ଲାଇନରେ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସିବିଆଇ ଚଢ଼ାଉ

The Sakala Picture
Published On

ନୂଆଦିଲ୍ଲୀ : ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ନେଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)।ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୮୩ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଯାଇଛି। ଯାହାର ତଦନ୍ତ ଏବେ ଆରମ୍ଭ […]

ନୂଆଦିଲ୍ଲୀ : ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ନେଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)।ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୮୩ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଯାଇଛି। ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି। ତଦନ୍ତ ସମାପ୍ତ ହେବା ପରେ ଘଟଣାକୁ ନେଇ ଅଧିକ ସୂଚନା ମିଳିବ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତା ଶର୍ମାଙ୍କ କୋର୍ଟରେ ହାଜର ନହେବାକୁ ଅରବିନ୍ଦ କେଜ୍ରିୱାଲଙ୍କ ଘୋଷଣା, ଉଠାଇଲେ 'ସ୍ୱାର୍ଥର ସଂଘାତ' ଅଭିଯୋଗ

ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ ଦେଶର ବିଭିନ୍ନ ରାଜ୍ୟର ୭୬ ସହରରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ଦିନ ପୂର୍ବେ ସିବିଆଇ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲା । ଆଜି ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଘରେ ତନଖି କରିଛି ସିବିଆଇ । ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଭିନ୍ନ ଭିନ୍ନ ସହରରେ କରାଯାଇଥିବା ଏହି ରେଡ୍‌ରେ ମଧ୍ୟପ୍ରଦେଶର ୩ ବଡ଼ ସହରର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଆମେରିକା ଫେରନ୍ତାଙ୍କ ଉନ୍ମତ୍ତ କାଣ୍ଡ: କଲମା ପଢ଼ି ନପାରିବାରୁ ୨ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ପରିସଂଖ୍ୟାନ ମୁତାବକ ସାରା ଦେଶରେ ଶିଶୁଙ୍କ ବିରୋଧରେ ସାଇବର କ୍ରାଇମ ୨୦୧୯ ତୁଳନାରେ ୨୦୨୦ରେ ୪ଶହ ପ୍ରତିଶତ ଠାରୁ ଅଧିକ ବଢ଼ିସାରିଛି । ଏଥିରେ ଅଧିକାଂଶ ମାମଲା ଯୌନ କାର୍ଯ୍ୟରେ ପିଲାଙ୍କୁ ଦେଖାଯାଇଥିବା ସାମଗ୍ରୀର ପ୍ରକାଶନ ଓ ପ୍ରସାରଣ ସମ୍ପର୍କିତ ରହିଛି ।

ଆହୁରି ପଢ଼ନ୍ତୁ: ବଦଳିବ ଇନ୍ଧନ ଗେମ୍... ଏବେ ପେଟ୍ରୋଲରେ ମିଶିବ ୮୫% ଇଥାନଲ! କେନ୍ଦ୍ର ସରକାର ଜାରି କଲେ ଡ୍ରାଫ୍ଟ ନୋଟିଫିକେସନ୍

ଏନସିଆରର ୨୦୨୦ ପରିସଂଖ୍ୟାନ ଅନୁଯାୟୀ ପିଲାଙ୍କ ବିରୋଧରେ ହୋଇଥିବା ଅନଲାଇନ କ୍ରାଇମ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୧୭୦ ମାମଲା ରୁଜୁ ହୋଇଛି । ଏହା ପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ରହିଛି । ଏଠାରେ ଶିଶୁଙ୍କ ବିରୋଧରେ ଯଥାକ୍ରମେ ୧୪୪ ଏବଂ ୧୩୭ଟି ମାମଲା ରୁଜୁ ହୋଇଛି । ସେହିଭଳି କେରଳାରେ ୧୦୭ ଏବଂ ଓଡ଼ିଶାରେ ୭୧ଟି ମାମଲା ରୁଜୁ ହୋଇଛି ।

16 Nov 2021 By The Sakala

ଅନ୍‌ଲାଇନରେ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ସମେତ ୧୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ : ଅନଲାଇନ ଶିଶୁ ଯୌନ ନିର୍ଯ୍ୟାତନା ଓ ଶୋଷଣକୁ ନେଇ ଦେଶର ୧୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାୟ ୭୬ଟି ସ୍ଥାନରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ)।ସିବିଆଇ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ମୁତାବକ ୧୪ ନଭେମ୍ୱରରେ ଏହି ମାମଲାରେ ମୋଟ ୮୩ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୮୩ଅଭିଯୁକ୍ତଙ୍କ ବିରୋଧରେ ୨୩ଟି ପୃଥକ ମାମଲା ରୁଜୁ କରିଯାଇଛି। ଯାହାର ତଦନ୍ତ ଏବେ ଆରମ୍ଭ କରାଯାଇଛି। ତଦନ୍ତ ସମାପ୍ତ ହେବା ପରେ ଘଟଣାକୁ ନେଇ ଅଧିକ ସୂଚନା ମିଳିବ ଆସିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ସିବିଆଇ ଅଧିକାରୀଙ୍କ ସୂଚନା ମୁତାବକ ଦେଶର ବିଭିନ୍ନ ରାଜ୍ୟର ୭୬ ସହରରେ ଏହି ସର୍ଚ୍ଚ ଅପରେସନ ଜାରି ରହିଛି । ଦୁଇ ଦିନ ପୂର୍ବେ ସିବିଆଇ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିଥିଲା । ଆଜି ସକାଳେ ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ଦିଲ୍ଳୀ, ଉତ୍ତର ପ୍ରଦେଶ, ପଞ୍ଜାବ, ବିହାର, ଓଡ଼ିଶା, ତାମିଲନାଡ଼ୁ, ରାଜସ୍ଥାନ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶରେ ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କ ଘରେ ତନଖି କରିଛି ସିବିଆଇ । ୧୪ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଭିନ୍ନ ଭିନ୍ନ ସହରରେ କରାଯାଇଥିବା ଏହି ରେଡ୍‌ରେ ମଧ୍ୟପ୍ରଦେଶର ୩ ବଡ଼ ସହରର ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି ।

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ପକ୍ଷରୁ ଜାରି ପରିସଂଖ୍ୟାନ ମୁତାବକ ସାରା ଦେଶରେ ଶିଶୁଙ୍କ ବିରୋଧରେ ସାଇବର କ୍ରାଇମ ୨୦୧୯ ତୁଳନାରେ ୨୦୨୦ରେ ୪ଶହ ପ୍ରତିଶତ ଠାରୁ ଅଧିକ ବଢ଼ିସାରିଛି । ଏଥିରେ ଅଧିକାଂଶ ମାମଲା ଯୌନ କାର୍ଯ୍ୟରେ ପିଲାଙ୍କୁ ଦେଖାଯାଇଥିବା ସାମଗ୍ରୀର ପ୍ରକାଶନ ଓ ପ୍ରସାରଣ ସମ୍ପର୍କିତ ରହିଛି ।

ଏନସିଆରର ୨୦୨୦ ପରିସଂଖ୍ୟାନ ଅନୁଯାୟୀ ପିଲାଙ୍କ ବିରୋଧରେ ହୋଇଥିବା ଅନଲାଇନ କ୍ରାଇମ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ୧୭୦ ମାମଲା ରୁଜୁ ହୋଇଛି । ଏହା ପରେ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ରହିଛି । ଏଠାରେ ଶିଶୁଙ୍କ ବିରୋଧରେ ଯଥାକ୍ରମେ ୧୪୪ ଏବଂ ୧୩୭ଟି ମାମଲା ରୁଜୁ ହୋଇଛି । ସେହିଭଳି କେରଳାରେ ୧୦୭ ଏବଂ ଓଡ଼ିଶାରେ ୭୧ଟି ମାମଲା ରୁଜୁ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର