୨୪ରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ, ଖାଲି ଆଖିରେ ଦେଖାଯିବ ୫ଟି ଗ୍ରହ

The Sakala Picture
Published On

ନୂଆଦିଲ୍ଲୀ : ମହାକାଶପ୍ରେମୀଙ୍କ ଲାଗି ଖୁସି ଖବର ଆସିଛି। ଚଳିତ ମାସରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ୨୪ ତାରିଖରେ ୫ଟି ଗ୍ରହଣ ଗୋଟିଏ ଧାଡିରେ ନଜର ଆସିବେ। ଏହି ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହକୁ ଗୋଟିଏ ଧାଡିରେ ଦେଖିବାକୁ ପାଇବେ। ଏହି ଦୃଶ୍ୟକୁ ଗ୍ରହ ପରେଡ (ପ୍ଲାନେଟ ପରେଡ) କୁହାଯାଏ। ଏହାର କୌଣସି ବୈଜ୍ଞାନିକ ପରିଭାଷା ନାହିଁ। ଏହି ଘଟଣାକୁ ଦର୍ଶାଇବା ପାଇଁ […]

ନୂଆଦିଲ୍ଲୀ : ମହାକାଶପ୍ରେମୀଙ୍କ ଲାଗି ଖୁସି ଖବର ଆସିଛି। ଚଳିତ ମାସରେ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ୨୪ ତାରିଖରେ ୫ଟି ଗ୍ରହଣ ଗୋଟିଏ ଧାଡିରେ ନଜର ଆସିବେ। ଏହି ଦୃଶ୍ୟକୁ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଏବଂ ଶନି ଗ୍ରହକୁ ଗୋଟିଏ ଧାଡିରେ ଦେଖିବାକୁ ପାଇବେ। ଏହି ଦୃଶ୍ୟକୁ ଗ୍ରହ ପରେଡ (ପ୍ଲାନେଟ ପରେଡ) କୁହାଯାଏ। ଏହାର କୌଣସି ବୈଜ୍ଞାନିକ ପରିଭାଷା ନାହିଁ। ଏହି ଘଟଣାକୁ ଦର୍ଶାଇବା ପାଇଁ ମହାକାଶବିଜ୍ଞାନୀମାନେ ଏପରି ନାମ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଋଷ ତୈଳ ଆମଦାନୀ ଉପରେ ଆମେରିକାର କଟକଣା: କଡ଼ା ଜବାବ ଦେଲା ଭାରତ

ମହାକାଶପ୍ରେମୀ ଏହି ସଂଯୋଗକୁ ବଡ଼ି ଭୋରରେ ଦେଖିପାରିବେ। ଉତ୍ତର ହେମସ୍ଫିୟର ଦେଶଗୁଡିକରେ ରହୁଥିବା ଲୋକ ଦକ୍ଷିଣ-ପୂର୍ବ ଦିଗରେ ଏବଂ ଦକ୍ଷିଣ ପୂର୍ବ ହେମସ୍ଫିୟରର ବାସିନ୍ଦା ଉତ୍ତର-ପୂର୍ବ ଦିଗରେ ଏହା ଦେଖିପାରିବେ। ସ୍କାଇ ଆଣ୍ଡ ଟେଲିସ୍କୋପ ମାଗାଜିନ ଅନୁଯାୟୀ ଏହି ଦୃଶ୍ୟ ଏକ ଘଣ୍ଟା ପର୍ଯ୍ୟନ୍ତ ଦୃଶ୍ୟମାନ ହେବ। ରିପୋର୍ଟ ଅନୁଯାୟୀ ଗ୍ରହମାନଙ୍କ ମଧ୍ୟରୁ ବୁଧଗ୍ରହକୁ ସହଜରେ ଦେଖିହେବ। ଚନ୍ଦ୍ର, ଶୁକ୍ର ଏବଂ ମଙ୍ଗଳ ମଝିରେ ରହିବେ। ଏହି ଦିନ ଚନ୍ଦ୍ର ଅର୍ଦ୍ଧଚନ୍ଦ୍ରାକାର ରହିବେ। ତେବେ ଏହି ଦିନ ବୁଧ ଏବଂ ଶନିଙ୍କ ମଧ୍ୟରେ ଦୂରତା ୧୦୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୦୦୪ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ଜୁନ୍‌ ୨୪ ପରେ ୨୦୪୦ରେ ଏଭଳି ବିରଳ ଦୃଶ୍ୟ ଦେଖିବାକୁ ମିଳିବ।

ଆହୁରି ପଢ଼ନ୍ତୁ: ମମତା ବାନାର୍ଜୀଙ୍କୁ ପୁଣି ଝଟକା: ନନ୍ଦିଗ୍ରାମ ପରେ ରେଜିନଗର ଉପନିର୍ବାଚନ ମଇଦାନରୁ ଓହରିଲେ ମମତା ଗୋଷ୍ଠୀର ପ୍ରାର୍ଥୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର