ଅଜିତ ଡୋଭାଲଙ୍କ ଚେତାବନୀ : ବଦଳିଯାଇଛି ଯୁଦ୍ଧର କୌଶଳ

The Sakala Picture
Published On

ହାଇଦରାବାଦ : ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବଡ଼ ଚେତାବନୀ ଦେଇଛନ୍ତି। ଏବେ ଯୁଦ୍ଧର କୌଶଳ ବଦଳି ଯାଇଛି ବୋଲି ସେ କହିଛନ୍ତି। ଯୁଦ୍ଧର ନୂଆ ଅସ୍ତ୍ର ଭାବେ ସିଭିଲ ସୋସାଇଟି ଅର୍ଥାତ୍‌ ସମାଜକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି। ପ୍ରଶିକ୍ଷାର୍ଥୀ ଆଇପିଏସ୍‌ ଅଫିସରଙ୍କ ଦୀକ୍ଷାନ୍ତ ସମାରୋହରେ ସାମିଲ ହୋଇ ଅଜିତ ଡୋଭାଲ ଏହା କହିଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ଏବଂ ସାମରିକ ସ୍ବାର୍ଥ ହାସଲ ପାଇଁ ଏବେ ଯୁଦ୍ଧ ଅଧିକ ପ୍ରଭାବୀ ହୋଇ […]

ହାଇଦରାବାଦ : ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲ ବଡ଼ ଚେତାବନୀ ଦେଇଛନ୍ତି। ଏବେ ଯୁଦ୍ଧର କୌଶଳ ବଦଳି ଯାଇଛି ବୋଲି ସେ କହିଛନ୍ତି। ଯୁଦ୍ଧର ନୂଆ ଅସ୍ତ୍ର ଭାବେ ସିଭିଲ ସୋସାଇଟି ଅର୍ଥାତ୍‌ ସମାଜକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି। ପ୍ରଶିକ୍ଷାର୍ଥୀ ଆଇପିଏସ୍‌ ଅଫିସରଙ୍କ ଦୀକ୍ଷାନ୍ତ ସମାରୋହରେ ସାମିଲ ହୋଇ ଅଜିତ ଡୋଭାଲ ଏହା କହିଛନ୍ତି। ସେ କହିଛନ୍ତି ଯେ ରାଜନୈତିକ ଏବଂ ସାମରିକ ସ୍ବାର୍ଥ ହାସଲ ପାଇଁ ଏବେ ଯୁଦ୍ଧ ଅଧିକ ପ୍ରଭାବୀ ହୋଇ ରହିନାହିଁ। ବାସ୍ତବରେ ଯୁଦ୍ଧ ବହୁତ ମହଙ୍ଗା ହୋଇଥାଏ। ସବୁ ଦେଶ ଏହା କରିବାରେ ସକ୍ଷମ ହୁଅନ୍ତି ନାହିଁ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ଯୁଦ୍ଧର ଫଳାଫଳରେ ମଧ୍ୟ ସବୁବେଳେ ଅନିଶ୍ଚିତତା ଲାଗି ରହିଥାଏ। ତେଣୁ ସମାଜକୁ ଭାଗ ଭାଗ କରି, ଭ୍ରାନ୍ତ ଧାରଣା ସୃଷ୍ଟକରି ଏବଂ ମିଥ୍ୟା ପ୍ରଚାରପ୍ରସାର ଦ୍ବାରା ଦେଶର କ୍ଷତି କରାଯାଇପାରେ। ଲୋକ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଏଥିପାଇଁ ଯୁଦ୍ଧର ଚତୁର୍ଥ ପିଢି ଭାବେ ନୂଆ ମୋର୍ଚ୍ଚା ଖୋଲିଛି। ଏଥିରେ ସମାଜକୁ ଟାର୍ଗେଟ କରାଯାଉଛି। ପାକିସ୍ତାନ, ଚୀନ୍‌, ମିଆଁମାର ଏବଂ ବାଂଲାଦେଶକୁ ଲାଗି ଆମର ୧୫ ହଜାର କିମିର ସୀମା ରହିଛି। ଏହି ସୀମା ପରିଚାଳନାରେ ପୁଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ଉଚିତ୍‌।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଡୋଭାଲ ଆଇପିଏସ ଅଫିସରଙ୍କୁ କହିଛନ୍ତି ଯେ ଭାରତ ଭିତରର ୩୨ ଲକ୍ଷ ବର୍ଗକିମି ଅଞ୍ଚଳର ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ବ ପୁଲିସ ଫୋର୍ସର। କିନ୍ତୁ ଏବେ ଏହା ଆହୁରି ବୃଦ୍ଧି ପାଇବ। ୧୫ ହଜାର ବର୍ଗ କିମି ବିଶିଷ୍ଟ ସୀମାରେ ଅଲଗା ଅଲଗା ସମସ୍ୟା ରହିଛି। ଭବିଷ୍ୟତରେ ଦେଶର ସୀମା ପରିଚାଳନା ପାଇଁ ମଧ୍ୟ ଆପଣ ଦାୟୀ ରହିବେ। ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ) କ୍ଷମତା ପରିସର ବୃଦ୍ଧିକୁ ବିରୋଧର କରି ପଞ୍ଜାବ ବିଧାନସଭାରେ ସଙ୍କଳ୍ପ ପାରିତ ହେବାର କିଛି ଦିନ ପରେ ଡୋଭାଲଙ୍କ ଏହି ମନ୍ତବ୍ୟ ଆସିଛି।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର