ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଲେ ଅଜିତ ଡୋଭାଲ; ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା

The Sakala Picture
Published On

ମସ୍କୋ: ଭାରତର ଜେମ୍‌ସ ବଣ୍ଡ ଭାବେ ପରିଚିତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ସେ ପୁତିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଛନ୍ତି। ରୁଷ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଡୋଭାଲ ଲସ୍କର-ଇ-ତୋଏବା (ଏଲଇଟି), ଜୈଶ-ଇ-ମହମ୍ମଦ (ଜେଇଏମ) ଏବଂ ଦାଏସ ଭଳି ଆତଙ୍କବାଦୀ ସଂଗଠନର ମୁକାବିଲା ପାଇଁ ଗୁଇନ୍ଦା ଏବଂ ସୁରକ୍ଷା ସହଯୋଗ ଉପରେ ଜୋର୍‌ ଦେଇଥିଲେ। ରଣନୈତିକ […]

ମସ୍କୋ: ଭାରତର ଜେମ୍‌ସ ବଣ୍ଡ ଭାବେ ପରିଚିତ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଭେଟିଛନ୍ତି। ସେ ପୁତିନଙ୍କ ସହ ବିଭିନ୍ନ ଦ୍ବିପାକ୍ଷୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଚର୍ଚ୍ଚା କହିଛନ୍ତି। ରୁଷ୍‌ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଡୋଭାଲ ଲସ୍କର-ଇ-ତୋଏବା (ଏଲଇଟି), ଜୈଶ-ଇ-ମହମ୍ମଦ (ଜେଇଏମ) ଏବଂ ଦାଏସ ଭଳି ଆତଙ୍କବାଦୀ ସଂଗଠନର ମୁକାବିଲା ପାଇଁ ଗୁଇନ୍ଦା ଏବଂ ସୁରକ୍ଷା ସହଯୋଗ ଉପରେ ଜୋର୍‌ ଦେଇଥିଲେ। ରଣନୈତିକ ସହଯୋଗକୁ କାର୍ଯ୍ୟକାରୀ କରିବା ପାଇଁ କାମ କରାବାକୁ ଉଭୟେ ସହମତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ଡୋଭାଲ ଆଫଗାନିସ୍ତାନ ଉପରେ ସୁରକ୍ଷା ପରିଷଦ ସଚିବଙ୍କ ପଞ୍ଚମ ବୈଠକ ପାଇଁ ମସ୍କୋ ଗସ୍ତରେ ଯାଇଛନ୍ତି।ଏହା ପୂର୍ବରୁ ସେ ଭାରତୀୟ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀମଣ୍ଡଳ ସହ ଆମେରିକା ଯାଇଥିଲେ। ଏହି ଗସ୍ତରେ ଆଧୁନିକ ଜ୍ଞାନକୌଶଳ ପାଇଁ ମିଳିତ କାମ କରିବାକୁ ସହମତି ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର