ଆତଙ୍କବାଦ ବିରୋଧରେ ଏକାଠି ମିଶି ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି

The Sakala Picture
Published On

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର ଦଶନବଠାରେ ଆୟୋଜିତ ଏହି ବୈଠକରେ ଜାରି କରାଯାଇଛି ମିଳିତ ଘୋଷଣାନାମା। ଏହା ସହ ବୈଠକରେ ଆଫଗାନିସ୍ତାନର ସାମରିକ ଓ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା […]

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର ଦଶନବଠାରେ ଆୟୋଜିତ ଏହି ବୈଠକରେ ଜାରି କରାଯାଇଛି ମିଳିତ ଘୋଷଣାନାମା। ଏହା ସହ ବୈଠକରେ ଆଫଗାନିସ୍ତାନର ସାମରିକ ଓ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ପାକିସ୍ତାନ ପ୍ରତିପକ୍ଷ ମୋୟିଦ ୟୁସୁଫ ବିଭିନ୍ନ ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ: ସାମ୍ବାଦିକ ଛତ୍ରପତି ହତ୍ୟା ମାମଲାରେ ଡେରା ମୁଖ୍ୟ ରାମ ରହିମ ନିର୍ଦ୍ଦୋଷରେ ଖଲାସ, କିନ୍ତୁ ଜେଲରୁ ମିଳିବନି ମୁକ୍ତି

ଏସସିଓର ୧୬ତମ ବୈଠକ ଅବସରରେ ତାଜିକସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଡୋଭାଲ ଆଲୋଚନା କରିଥିଲେ । ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ସମେତ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରାଚାଲାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସମସ୍ତ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଉପରୋକ୍ତ ପ୍ରସଙ୍ଗରେ ସହମତି ଆସିବା ସହ ମିଳିତ ଭାବେ ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସହମତି ପ୍ରକାଶ ପାଇଛି ବୋଲି କହିଛନ୍ତି ଏସସିଓର ଅଧ୍ୟକ୍ଷ ରାଷ୍ଚ୍ର ତାଜକିସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନ । ଆଞ୍ଚଳିକ ନିରାପତ୍ତା, ବିଭିନ୍ନ ଚାଲେଞ୍ଜର ମୁକାବିଲା ଲାଗି ସମସ୍ତେ ଏକ ହେବେ ବୋଲି କହିଛି ରିଜିଓନାଲ ଆଣ୍ଟିଟେରରିଷ୍ଟ ଷ୍ଟ୍ରକ୍ଚର ବା ରାଟସ୍ । ବୈଠକରେ ବିଭିନ୍ନ ଅଞ୍ଚଳରେ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବା ଅବସରରେ ଏହା କହିଛି ରାଟସ । ବୈଠକରେ ସୂଚନାଗତ ନିରାପତ୍ତା, ସାଇବରକ୍ରାଇମ, ଖାଦ୍ୟ ଓ ଜୈବିକ ନିରାପତ୍ତା, କରୋନା ଭାଇରସର ମୁକାବିଲା ଆଦି ପ୍ରସଙ୍ଗରେ ଏକ ମିଳିତ ଘୋଷଣାନାମା ଜାରି ହୋଇଛି । ବୈଠକରେ ଭାରତ, ପାକିସ୍ତାନ, ତାଜିକସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ, ରୁଷ, ଉଜବେକିସ୍ତାନର ପ୍ରତିନିଧି ଯୋଗଦେଇଥିଲେ । ତେବେ ଚୀନର କୌଣସି ପ୍ରତିନିଧି ବୈଠକରେ ଯୋଗଦେଇ ନଥିଲେ । ଏହା ସହ ରୁଷ ଓ ଭାରତ ମଧ୍ୟରେ ନିରାପତ୍ତା, ଏସୀୟ ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା, ବିଭିନ୍ନ ପ୍ରସଙ୍ଗରେ ଭାବବିନିମୟ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଆହୁରି ପଢ଼ନ୍ତୁ: ୬ ବର୍ଷ ପରେ ଆକାଶ ଛୁଇଁଲା ଏୟାର ଇଣ୍ଡିଆର ‘ବୋଇିଂ ୭୭୭’, ନାଗପୁରରୁ ଉଡି ଅହମ୍ମଦାବାଦରେ କଲା ଲ୍ୟାଣ୍ଡିଂ

24 Jun 2021 By The Sakala

ଆତଙ୍କବାଦ ବିରୋଧରେ ଏକାଠି ମିଶି ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ଆଦି ବିରୋଧରେ ମିଳିତ ସଂଗ୍ରାମ କରିବା ଲାଗି ଭାରତ ଓ ପାକିସ୍ତାନ ମଧ୍ୟରେ ସହମତି। ତାଜିକସ୍ତାନରେ ଆୟୋଜିତ ସାଂଘାଇ କୋପରେସନ ଅର୍ଗାନାଇଜେସନ ବା ଏସସିଓର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ସହମତି ହୋଇଛି। ତାଜିକସ୍ତାନର ଦଶନବଠାରେ ଆୟୋଜିତ ଏହି ବୈଠକରେ ଜାରି କରାଯାଇଛି ମିଳିତ ଘୋଷଣାନାମା। ଏହା ସହ ବୈଠକରେ ଆଫଗାନିସ୍ତାନର ସାମରିକ ଓ ରାଜନୈତିକ ସ୍ଥିତି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଛି । ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ଓ ପାକିସ୍ତାନ ପ୍ରତିପକ୍ଷ ମୋୟିଦ ୟୁସୁଫ ବିଭିନ୍ନ ପ୍ରସଙ୍ଗରେ ସହମତି ପ୍ରକାଶ କରିଛନ୍ତି ।

ଏସସିଓର ୧୬ତମ ବୈଠକ ଅବସରରେ ତାଜିକସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନଙ୍କ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଡୋଭାଲ ଆଲୋଚନା କରିଥିଲେ । ଅନ୍ତର୍ଜାତୀୟ ଆତଙ୍କବାଦ, ବିଚ୍ଛିନ୍ନତାବାଦ, ଧାର୍ମିକ ମୌଳବାଦ ସମେତ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚୋରାଚାଲାଣ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସମସ୍ତ ସଦସ୍ୟ ରାଷ୍ଟ୍ର ମଧ୍ୟରେ ଉପରୋକ୍ତ ପ୍ରସଙ୍ଗରେ ସହମତି ଆସିବା ସହ ମିଳିତ ଭାବେ ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ସହମତି ପ୍ରକାଶ ପାଇଛି ବୋଲି କହିଛନ୍ତି ଏସସିଓର ଅଧ୍ୟକ୍ଷ ରାଷ୍ଚ୍ର ତାଜକିସ୍ତାନ ରାଷ୍ଟ୍ରପତି ଇମୋମାଲି ରହମନ । ଆଞ୍ଚଳିକ ନିରାପତ୍ତା, ବିଭିନ୍ନ ଚାଲେଞ୍ଜର ମୁକାବିଲା ଲାଗି ସମସ୍ତେ ଏକ ହେବେ ବୋଲି କହିଛି ରିଜିଓନାଲ ଆଣ୍ଟିଟେରରିଷ୍ଟ ଷ୍ଟ୍ରକ୍ଚର ବା ରାଟସ୍ । ବୈଠକରେ ବିଭିନ୍ନ ଅଞ୍ଚଳରେ ନିରାପତ୍ତା ପ୍ରସଙ୍ଗରେ ଆଲୋଚନା ହେବା ଅବସରରେ ଏହା କହିଛି ରାଟସ । ବୈଠକରେ ସୂଚନାଗତ ନିରାପତ୍ତା, ସାଇବରକ୍ରାଇମ, ଖାଦ୍ୟ ଓ ଜୈବିକ ନିରାପତ୍ତା, କରୋନା ଭାଇରସର ମୁକାବିଲା ଆଦି ପ୍ରସଙ୍ଗରେ ଏକ ମିଳିତ ଘୋଷଣାନାମା ଜାରି ହୋଇଛି । ବୈଠକରେ ଭାରତ, ପାକିସ୍ତାନ, ତାଜିକସ୍ତାନ, କାଜାଖସ୍ତାନ, କିରଗୀଜସ୍ତାନ, ରୁଷ, ଉଜବେକିସ୍ତାନର ପ୍ରତିନିଧି ଯୋଗଦେଇଥିଲେ । ତେବେ ଚୀନର କୌଣସି ପ୍ରତିନିଧି ବୈଠକରେ ଯୋଗଦେଇ ନଥିଲେ । ଏହା ସହ ରୁଷ ଓ ଭାରତ ମଧ୍ୟରେ ନିରାପତ୍ତା, ଏସୀୟ ପ୍ରଶାନ୍ତ ଅଞ୍ଚଳରେ ସ୍ଥିରତା, ବିଭିନ୍ନ ପ୍ରସଙ୍ଗରେ ଭାବବିନିମୟ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

https://www.thesakala.in/national-international/nsa-ajit-doval-attends-sco-meeting-in-tajikistan/article-3200
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର