ମମତାଙ୍କ ଉପରେ ମୋର ଭରସା ଅଛି, ସେ ସାହାସର ପ୍ରତୀକ ଅଟନ୍ତି : ମାର୍ଗାରେଟ୍ ଆଲଭା

The Sakala Picture
Published On

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ଶାସକ ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି।ହେଲେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଦୀ ଦଳଗୁଡ଼ିକ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଦାନରୁ ବିରତ ରହିବ ବୋଲି ଗତକାଲି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଘୋଷଣା କରିଥିଲା। ଆଉ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ମିଳିତ ମେଣ୍ଟର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ମାର୍ଗାରେଟ୍ […]

ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନ ପରେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି। ଶାସକ ଓ ବିରୋଧୀଙ୍କ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି।ହେଲେ ଏବେ ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବିରୋଦୀ ଦଳଗୁଡ଼ିକ ମଧ୍ୟରେ ଦ୍ୱନ୍ଦ୍ୱ ଦେଖାଦେଇଛି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଦାନରୁ ବିରତ ରହିବ ବୋଲି ଗତକାଲି ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଘୋଷଣା କରିଥିଲା। ଆଉ ଆଜି ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ବିରୋଧୀ ଦଳ ମିଳିତ ମେଣ୍ଟର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ମାର୍ଗାରେଟ୍ ଆଲ୍‌ଭା।

ଆହୁରି ପଢ଼ନ୍ତୁ: ଗଛ ଉପରୁ ‘ଟଙ୍କା ବର୍ଷା’ କଲା ମାଙ୍କଡ଼, ନୋଟ୍‌ ଗୋଟାଇବାକୁ ଲୋକଙ୍କ ଭିଡ଼

ଏକ ଟୁଇଟ୍ କରି ଆଲଭା ଲେଖିଛନ୍ତି ଯେ ଭୋଟଦାନରୁ ବିରତ ରହିବା ଲାଗି ଟିଏମସିର ନିଷ୍ପତ୍ତି ନୈରାଶ୍ୟଜନକ । ଏହା ରାଗ ବା ଅଭିମାନ ଦେଖାଇବାର ସମୟ ନୁହେଁ । ଏହା ସାହାସ, ନେତୃତ୍ବ ଓ ଏକତା ଦେଖାଇବାର ସମୟ ଅଟେ । ମମତା ବାନାର୍ଜୀଙ୍କ ଉପରେ ମୋର ଭରସା ଅଛି ଯିଏକି, ସାହାସର ପ୍ରତୀକ ଅଟନ୍ତି । ମୋର ବିଶ୍ବାସ ସେ ବିରୋଧ ପକ୍ଷ ସହିତ ଛିଡ଼ା ହେବେ ।

ମିଳିତ ବିରୋଧୀ ଦଳ ମାର୍ଗେଟ୍ ଆଲ୍‌ଭାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କରିଥିଲେ ବି କାହିଁକି ସେମାନେ ଟିଏମସି ସହ ଆଲୋଚନା କଲେ ନାହିଁ ସେନେ ମମତା ଗତାକିଲ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଣୁ ସେ ଉପରାଷ୍ଟ୍ରପତି ନିର୍ବାଚନରୁ ଦୂରେଇ ରହିବେ ବୋଲି ଘୋଷଣା କରିଥିଲେ। ଏନେଇ ମମତା କହିଥିଲେ “କୌଣସି ଦଳ ମୋ ସହ ଆଲୋଚନା କରି ନାହାନ୍ତି। ତେଣୁ ଅଲ୍‌ଭାଙ୍କୁ କିପରି ମେଣ୍ଟ ଦଳର ଉପରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ନିଆଗଲା ? ଏହା ଉଚିତ ନୁହେଁ।” ତେବେ ମମତାଙ୍କର ଅଲଭାଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଖୁବ ଭଲ ବୋଲି ସୂଚନା ମିଳିଛି। କିନ୍ତୁ କଂଗ୍ରେସ ଓ ଏନ୍‌ସିପି ପ୍ରାର୍ଥୀ ବାଛିବା ପୂର୍ବରୁ ତାଙ୍କୁ ସୂଚନା ନ ଦେଇଥିବାରୁ ସେ ଦୁଃଖିତ ବୋଲି ଜଣାପଡିଛି ।

22 Jul 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର