ଟିକା ନେବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍‌କୋର୍ଟଙ୍କୁ କହିଲେ କେନ୍ଦ୍ର ସରକାର

The Sakala Picture
Published On

ନୂଆଦିଲ୍ଲୀ : କୋଭିଡ୍ ମହାମାରୀର ଟିକାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ତେବେ କୋଭିଡ୍ ଟିକାକୁ ବାଧ୍ୟତାମୂଳକ କରାଯାଇ ନାହିଁ। କିନ୍ତୁ ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ କୋଭିଡ୍ ଟିକା ନେବା ଜରୁରୀ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସମ୍ମତି ବିନା କୌଣସି ବ୍ୟକ୍ତିଙ୍କୁ ବାଧ୍ୟ କରି ଟିକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ‘କୋଭିଡ୍‌-୧୯ ଟିକାକରଣ ଗାଇଡ୍‌ଲାଇନ୍‌’ରେ ଉଲ୍ଲେଖ ଥିବା କଥା […]

ନୂଆଦିଲ୍ଲୀ : କୋଭିଡ୍ ମହାମାରୀର ଟିକାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି। ତେବେ କୋଭିଡ୍ ଟିକାକୁ ବାଧ୍ୟତାମୂଳକ କରାଯାଇ ନାହିଁ। କିନ୍ତୁ ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ କୋଭିଡ୍ ଟିକା ନେବା ଜରୁରୀ ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ସମ୍ମତି ବିନା କୌଣସି ବ୍ୟକ୍ତିଙ୍କୁ ବାଧ୍ୟ କରି ଟିକା ଦିଆଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା ‘କୋଭିଡ୍‌-୧୯ ଟିକାକରଣ ଗାଇଡ୍‌ଲାଇନ୍‌’ରେ ଉଲ୍ଲେଖ ଥିବା କଥା କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି। ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ କୋଭିଡ୍‌-୧୯ ଟିକାକରଣ ସାର୍ଟିଫିକେଟ୍‌ ଦାଖଲ କରିବାରୁ ଛାଡ଼ କରାଯାଉ ବୋଲି ‘ଏନ୍‌ଜିଓ’ ‘ଏଭାରା ଫାଉଣ୍ଡେସନ୍‌’ ସୁପ୍ରିମ୍‌ କୋର୍ଟରେ କରିଥିବା ଆବେଦନର ଜବାବ ଦେଇ କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଉପରୋକ୍ତ କଥା କୁହାଯାଇଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି ଯେ, କୌଣସି କାର୍ଯ୍ୟ ନିମନ୍ତେ ବାଧ୍ୟତାମୂଳକ ଭାବେ ଟିକାକରଣ ସାର୍ଟିଫିକେଟ୍‌ ଦାଖଲ କରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ଏସ୍‌ଓପି’ ଜାରି କରିନାହିଁ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଫାଇଲ୍‌ କରିଥିବା ଉକ୍ତ ସତ୍ୟପାଠରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ସାମ୍ପ୍ରତିକ ମହାମାରୀ ପରିସ୍ଥିତି ଦୃଷ୍ଟିରୁ ଜନସାଧାରଣଙ୍କ ବୃହତ୍ତର ସ୍ବାର୍ଥ ନିମନ୍ତେ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଚାଲିଛି। ସମସ୍ତ ନାଗରିକ ଟିକା ନିଅନ୍ତୁ। ଏଥି ନିମନ୍ତେ ପ୍ରକ୍ରିୟା ଏବଂ ବ୍ୟବସ୍ଥା କରାଯାଇଛି । କିନ୍ତୁ, ଇଚ୍ଛା ବିରୋଧରେ କୌଣସି ବ୍ୟକ୍ତିବିଶେଷଙ୍କୁ ଟିକା ନେବା ପାଇଁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରି କହିଛି।

ଆହୁରି ପଢ଼ନ୍ତୁ: ଡୋଡା ଜଙ୍ଗଲରୁ ଜୈଶ୍ ଆତଙ୍କବାଦୀର ମୃତଦେହ ସହ ଆମେରିକୀୟ M4 କାର୍ବାଇନ୍ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର