ନୀତିନ ଗଡକରୀଙ୍କ ବଡ଼ ଘୋଷଣା, ଗୋଟିଏ ବର୍ଷ ମଧ୍ୟରେ ହାଇୱେରୁ ହଟିବ ଟୋଲ ଗେଟ

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଲୋକସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ସେତିକି ଟୋଲ ଦେୟ ଦେବେ ଯେତିକି ସେମାନେ ସଡକ ଉପରେ ଗମନା ଗମନ କରିବେ। ସୂଚନାନୁସାରେବିଏସପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା […]

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଲୋକସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ସେତିକି ଟୋଲ ଦେୟ ଦେବେ ଯେତିକି ସେମାନେ ସଡକ ଉପରେ ଗମନା ଗମନ କରିବେ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ବଢ଼ିଲା ଉତ୍ତେଜନା: ଇରାନ ଉପରେ ଇସ୍ରାଏଲର ପାଲଟା ମିସାଇଲ ମାଡ଼, ତେହେରାନରେ ଥରିଲା ଛାତି

ସୂଚନାନୁସାରେବିଏସପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା ସଡକରେ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା ଥିବା କଥା ସଂସଦରେ ଉଠାଇଥିଲେ । ମ୍ୟୁନିସିପାଲିଟି ସୀମାକ୍ଷେତ୍ରରେ କେମିତି ଟୋଲ୍ ପ୍ଲାଜା ବସିଲା ଓ କେମିତି ଲୋକଙ୍କଠାରୁ ଟୋଲ ଆଦାୟ କରାଯାଉଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ ପୂର୍ବ ସରକାରରେ ସଡକ ପରିଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏହି ରାସ୍ତାରେ ଟୋଲ୍ ପ୍ଲାଜା ନିର୍ମାଣ କରିଥିଲେ । ଯାହା ନଗର ନିଗମ ସୀମାରେ ରହିଛି । ଏହା ନିଶ୍ଚିତ ଭାବେ ଠିକ୍ ନୁହେଁ । ଏବେ ଯଦି ଟୋଲ୍ ପ୍ଲାଜାକୁ ଉଚ୍ଛେଦ କରାଯିବ ତେବେ ସଡକ ତିଆରି କରିଥିବା କମ୍ପାନୀ କ୍ଷତିପୂରଣ ମାଗାଯିବ ।

ଆହୁରି ପଢ଼ନ୍ତୁ: ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ

ଏଥି ସହିତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ଦେଶରୁ ସମସ୍ତ ଟୋଲ୍ ପ୍ଲାଜା ହଟାଇ ଦିଆଯିବା ଉପରେ ଫୋକସ୍ କରୁଛନ୍ତି । କେବଳ ସେତିକି ନୁହେଁ ସେ କହିଥିଲେ କି ଯେତେବେଳେ ଆପଣ ଜାତୀୟ ରାଜପଥ ଉପରେ ଚଢିବେ ଟେକ୍ନୋଲୋଜି ସହାୟତାରେ ଆପଣଙ୍କ ଫଟୋ ଉଠିଯିବ ଓ ଆପଣ ଯେତେବେଳେ ଜାତୀୟ ରାଜପଥରୁ ଉହ୍ଳାଇବେ ସେତେବେଳେ ବି ଆପଣଙ୍କ ଫଟୋ ଉଠିଯିବ । ତେଣୁ ଆପଣ ଜାତୀୟ ରାଜପଥର ଯେତିକି ରାସ୍ତା ଅତିକ୍ରମ କରିବେ ଆପଣଙ୍କୁ ସେତିକି ଦେୟ ଦେବାକୁ ହେବ ।

ଆହୁରି ପଢ଼ନ୍ତୁ: ଭାରତରୁ ଆମ୍ବ ଆମଦାନୀ ଉପରେ କଟକଣା ଲଗାଇଲା ନେପାଳ, କୀଟନାଶକ ପ୍ରୟୋଗକୁ ନେଇ ଆଶଙ୍କା

18 Mar 2021 By The Sakala

ନୀତିନ ଗଡକରୀଙ୍କ ବଡ଼ ଘୋଷଣା, ଗୋଟିଏ ବର୍ଷ ମଧ୍ୟରେ ହାଇୱେରୁ ହଟିବ ଟୋଲ ଗେଟ

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଗୁରୁବାର ଲୋକସଭାରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ ସମସ୍ତ ଟୋଲପ୍ଲାଜା ବନ୍ଦ କରିବା ପାଇଁ ସରକାର ଯୋଜନା କରୁଛନ୍ତି । ଆଗାମୀ ଦିନରେ ପ୍ରଯୁକ୍ତି ବିଦ୍ୟା ସହାୟତାରେ ଲୋକମାନେ ସେତିକି ଟୋଲ ଦେୟ ଦେବେ ଯେତିକି ସେମାନେ ସଡକ ଉପରେ ଗମନା ଗମନ କରିବେ।

ସୂଚନାନୁସାରେବିଏସପି ସାଂସଦ କୁଅଁଲ ଦାନିସ ଅଲ୍ଲୀ ଗଡମୁକ୍ତେଶ୍ୱର ପାଖରେ ଥିବା ସଡକରେ ମ୍ୟୁନିସିପାଲିଟି ସୀମା ଭିତରେ ଟୋଲ୍ ପ୍ଲାଜା ଥିବା କଥା ସଂସଦରେ ଉଠାଇଥିଲେ । ମ୍ୟୁନିସିପାଲିଟି ସୀମାକ୍ଷେତ୍ରରେ କେମିତି ଟୋଲ୍ ପ୍ଲାଜା ବସିଲା ଓ କେମିତି ଲୋକଙ୍କଠାରୁ ଟୋଲ ଆଦାୟ କରାଯାଉଛି ବୋଲି ସାଂସଦ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ଦେଇ ଗଡକରୀ କହିଥିଲେ ଯେ ପୂର୍ବ ସରକାରରେ ସଡକ ପରିଯୋଜନାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଏହି ରାସ୍ତାରେ ଟୋଲ୍ ପ୍ଲାଜା ନିର୍ମାଣ କରିଥିଲେ । ଯାହା ନଗର ନିଗମ ସୀମାରେ ରହିଛି । ଏହା ନିଶ୍ଚିତ ଭାବେ ଠିକ୍ ନୁହେଁ । ଏବେ ଯଦି ଟୋଲ୍ ପ୍ଲାଜାକୁ ଉଚ୍ଛେଦ କରାଯିବ ତେବେ ସଡକ ତିଆରି କରିଥିବା କମ୍ପାନୀ କ୍ଷତିପୂରଣ ମାଗାଯିବ ।

ଏଥି ସହିତ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ଦେଶରୁ ସମସ୍ତ ଟୋଲ୍ ପ୍ଲାଜା ହଟାଇ ଦିଆଯିବା ଉପରେ ଫୋକସ୍ କରୁଛନ୍ତି । କେବଳ ସେତିକି ନୁହେଁ ସେ କହିଥିଲେ କି ଯେତେବେଳେ ଆପଣ ଜାତୀୟ ରାଜପଥ ଉପରେ ଚଢିବେ ଟେକ୍ନୋଲୋଜି ସହାୟତାରେ ଆପଣଙ୍କ ଫଟୋ ଉଠିଯିବ ଓ ଆପଣ ଯେତେବେଳେ ଜାତୀୟ ରାଜପଥରୁ ଉହ୍ଳାଇବେ ସେତେବେଳେ ବି ଆପଣଙ୍କ ଫଟୋ ଉଠିଯିବ । ତେଣୁ ଆପଣ ଜାତୀୟ ରାଜପଥର ଯେତିକି ରାସ୍ତା ଅତିକ୍ରମ କରିବେ ଆପଣଙ୍କୁ ସେତିକି ଦେୟ ଦେବାକୁ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର