ପଳାତକ ନୀରବ ମୋଦିକୁ ଭାରତ ଆଣିବା ପାଇଁ ପଥ ପରିଷ୍କାର, ପ୍ରତ୍ୟର୍ପଣ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଆବେଦନ ଖାରଜ

The Sakala Picture
Published On

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିକୁ ବଡ଼ ଝଟକା ଲାଗିଛି। ଭାରତ ପ୍ରତ୍ୟର୍ପଣ ପଥ ପରିଷ୍କାର ହୋଇଛି। ନୀରବ ମୋଦିକୁ ଲଣ୍ଡନ ସ୍ଥିତ ହାଇକୋର୍ଟ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନିଜ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବା ପାଇଁ ଅନୁମତି ଦେବାକୁ ମନା କରିଛନ୍ତି । ନୀରବ ମୋଦି ନିକଟରେ ପ୍ରତ୍ୟର୍ପଣ ଟାଳିବାର ଶେଷ ବିକଳ୍ପ ଥିଲା । ଏହା ଫଳରେ ନୀରବ ମୋଦିକୁ ଭାରତ ହାତରେ ପ୍ରତ୍ୟାର୍ପଣ ହେବା ନିଶ୍ଚିତ ହୋଇଯାଇଛି। କାରଣ ନୀରବ […]

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିକୁ ବଡ଼ ଝଟକା ଲାଗିଛି। ଭାରତ ପ୍ରତ୍ୟର୍ପଣ ପଥ ପରିଷ୍କାର ହୋଇଛି। ନୀରବ ମୋଦିକୁ ଲଣ୍ଡନ ସ୍ଥିତ ହାଇକୋର୍ଟ ବ୍ରିଟେନର ସର୍ବୋଚ୍ଚ ନ୍ୟାୟାଳୟରେ ନିଜ ପ୍ରତ୍ୟର୍ପଣ ନିର୍ଦ୍ଦେଶ ବିରୋଧରେ ଅପିଲ କରିବା ପାଇଁ ଅନୁମତି ଦେବାକୁ ମନା କରିଛନ୍ତି । ନୀରବ ମୋଦି ନିକଟରେ ପ୍ରତ୍ୟର୍ପଣ ଟାଳିବାର ଶେଷ ବିକଳ୍ପ ଥିଲା । ଏହା ଫଳରେ ନୀରବ ମୋଦିକୁ ଭାରତ ହାତରେ ପ୍ରତ୍ୟାର୍ପଣ ହେବା ନିଶ୍ଚିତ ହୋଇଯାଇଛି। କାରଣ ନୀରବ ମୋଦି ପାଖରେ ଏବେ ଆଉ କୌଣସି ଆଇନଗତ ବିକଳ୍ପ ନାହିଁ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଦେଶର ଅନ୍ୟତମ ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ହେଉଛି ନୀରବ ମୋଦି । ୧୩,୫୦୦ କୋଟି ଟଙ୍କାର ବ୍ୟାଙ୍କ ଦୁର୍ନୀତି କରିଥିବା ନୀରବ ମୋଦି କେବଳ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କଠାରୁ ୭ ହଜାର କୋଟି ଟଙ୍କା ଠକେଇ କରିଥିଲା। ଭାରତ ସରକାର ପଳାତକ ନୀରବ ମୋଦିକୁ ସ୍ୱଦେଶ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ଏହାପୂର୍ବରୁ, ଡିସେମ୍ବର ୨୦୧୯ ରେ ସ୍ୱତନ୍ତ୍ର PMLA କୋର୍ଟ ଦ୍ୱାରା  ନୀରବ ମୋଦିକୁ ପଳାତକ ଅର୍ଥନୈତିକ ଅପରାଧୀ ବୋଲି ଘୋଷଣା କରାଯାଇଥିଲା। ଏହା ପରେ ସେ ଲଣ୍ଡନକୁ ପଳାଇଥିଲେ। ତିନି ବର୍ଷ ପୂର୍ବେ ନିରବ ମୋଦୀଙ୍କୁ ୧୩  ମାର୍ଚ୍ଚ ୨୦୧୯ରେ ଲଣ୍ଡନରୁ ବ୍ରିଟେନର ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ ଗିରଫ କରିଥିଲା ​। ପରେ ସେ ଦକ୍ଷିଣ ପଶ୍ଚିମ ଲଣ୍ଡନର ୱାଡସୱର୍ଥ ଜେଲରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର