ନେକ୍ସଜୁ ମୋବିଲିଟିର ନୂଆ ଇ-ସାଇକେଲ: ଥରୁଟିଏ ଚାର୍ଜରେ ୧୦୦ କିମି ଯିବ

The Sakala Picture
Published On

ନୂଆଦିଲ୍ଲୀ ବଜାରକୁ ଆସିଛି ନେକ୍ସଜୁ ମୋବିଲିଟିର ନୂଆ ଇ-ସାଇକେଲ। ଏହାକୁ ଥରେ ଚାର୍ଜ କଲେ ଏହା ୧୦୦ କିମି ଚାଲିବ । ଚାର୍ଜ ଶେଷ ହୋଇଗଲେ ମଧ୍ୟ ଅସୁବିଧା ହେବ ନାହିଁ , କାରଣ ଏହାକୁ ପ୍ୟାଡଲ୍ ମାରି ଚଲାଇପାରିବେ ଚାଳକ। ନେକ୍ସଜୁ ମୋବିଲିଟିର ଏହି ଇ-ସାଇକେଲ ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି କରିପାରିବ । ଏହାସହ ବାଇକିଂକୁ ସହଜ କରିବା ପାଇଁ ଆହୁରି ମଧ୍ୟ ଅନେକ ଫିଚର୍ ପ୍ରଦାନ କରାଯାଇଛି । ଏହି […]

ନୂଆଦିଲ୍ଲୀ ବଜାରକୁ ଆସିଛି ନେକ୍ସଜୁ ମୋବିଲିଟିର ନୂଆ ଇ-ସାଇକେଲ। ଏହାକୁ ଥରେ ଚାର୍ଜ କଲେ ଏହା ୧୦୦ କିମି ଚାଲିବ । ଚାର୍ଜ ଶେଷ ହୋଇଗଲେ ମଧ୍ୟ ଅସୁବିଧା ହେବ ନାହିଁ , କାରଣ ଏହାକୁ ପ୍ୟାଡଲ୍ ମାରି ଚଲାଇପାରିବେ ଚାଳକ। ନେକ୍ସଜୁ ମୋବିଲିଟିର ଏହି ଇ-ସାଇକେଲ ଘଣ୍ଟା ପ୍ରତି ୨୫ କିମି ବେଗରେ ଗତି କରିପାରିବ । ଏହାସହ ବାଇକିଂକୁ ସହଜ କରିବା ପାଇଁ ଆହୁରି ମଧ୍ୟ ଅନେକ ଫିଚର୍ ପ୍ରଦାନ କରାଯାଇଛି । ଏହି ସାଇକେଲ୍‌ର ମୂଲ୍ୟ ୪୨,୦୦୦ ଟଙ୍କା ରହିଛି। ଏହାକୁ କମ୍ପାନୀ ରେଡ୍, ବ୍ଲ୍ୟୁ, ବ୍ଲାକ୍ ଓ ହ୍ୱାଇଟ୍ ରଙ୍ଗରେ ବଜାରକୁ ଛାଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହା ଭାରତରେ ତିଆରି କରାଯାଇଛି।ଏହି ସାଇକେଲରେ ରହିଛି ଡୁଆଲ୍ ବ୍ୟାଟେରୀ ସିଷ୍ଟମ । ଏହାର ବ୍ୟାଟେରୀ କ୍ଷମତା ୮.୭ ଏଏଚ। ଏହା ବ୍ତୀତ ସାଇକେଲରେ ୫.୨ ଏଏଚର ଆଉ ଏକ ଇନଫ୍ରେମ୍ ବ୍ୟାଟେରୀ ମଧ୍ୟ ପ୍ରଦାନ କରାଯାଇଛି। ଯାହାକୁ ଘରେ ସାଧାରଣ ଭାବେ ଚାର୍ଜ କରାଯାଇପାରିବ। ସବୁଠାରୁ ଖାସ୍ କଥା ଏହା ଯେ, ଏଥିରେ ଡୁଆଲ ଭେଣ୍ଟିଲେଟେଡ୍ ଡିସ୍କ ବ୍ରେକ୍ ଦିଆଯାଇଛି। ଫଳରେ ଏହା ନିୟନ୍ତ୍ରଣ ହରାଇ ନ ଥାଏ ।

ଆହୁରି ପଢ଼ନ୍ତୁ: ବୈଶାଳୀରେ ହାଇଭୋଲଟେଜ୍ ଡ୍ରାମା: ପ୍ରେମିକାକୁ ନେଇ ଫେରାର ହେଉଥିବା ବେଳେ ପ୍ରେମିକକୁ ନିସ୍ତୁକ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp