ଭାରତରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍, କର୍ଣ୍ଣାଟକରୁ ଚିହ୍ନଟ ହେଲେ ଦୁଇ ଆକ୍ରାନ୍ତ

The Sakala Picture
Published On

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ରଚେଇବା ପରେ ଭାରତରେ ପ୍ରବେଶ କଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ। କର୍ଣ୍ଣାଟକରୁ ଚିହ୍ନଟ ହେଲେ ଦୁଇ ଜଣ ଆକ୍ରାନ୍ତ । ଜଣେ ୪୬ ବର୍ଷ ଏବଂ ଆଉ ଜଣେ ୬୬ ବର୍ଷ ବୟସ ସଂକ୍ରମିତ ବ୍ୟକ୍ତିଙ୍କ ନମୁନାର ଜିନୋମ ସ୍ବିକ୍ବେନ୍ସିଂ ପରେ ସେମାନେ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡିଥିଲା | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏହି ମାମଲା ପରେ […]

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ରଚେଇବା ପରେ ଭାରତରେ ପ୍ରବେଶ କଲା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ। କର୍ଣ୍ଣାଟକରୁ ଚିହ୍ନଟ ହେଲେ ଦୁଇ ଜଣ ଆକ୍ରାନ୍ତ । ଜଣେ ୪୬ ବର୍ଷ ଏବଂ ଆଉ ଜଣେ ୬୬ ବର୍ଷ ବୟସ ସଂକ୍ରମିତ ବ୍ୟକ୍ତିଙ୍କ ନମୁନାର ଜିନୋମ ସ୍ବିକ୍ବେନ୍ସିଂ ପରେ ସେମାନେ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ଥିବା ଜଣାପଡିଥିଲା | ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ଗୁରୁବାର ଏହି ସୂଚନା ଦେଇଛନ୍ତି। ଏହି ମାମଲା ପରେ ସରକାର କଣ୍ଟ୍ରାକ୍ଟ ଟ୍ରେସିଂକୁ ଜୋରଦାର୍ କରିଥିବା ବେଳେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ବିଶ୍ୱରେ ଏପର୍ଯ୍ୟନ୍ତ ଯେତୋଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି, ସେଥିରେ କୌଣସି ପ୍ରକାରର ଗମ୍ଭୀର ଲକ୍ଷଣ ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଆକ୍ରାନ୍ତ ଦ୍ବୟ ନିକଟରେ ଗତ ସପ୍ତାହରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଆକ୍ରାନ୍ତ ଦୁଇଜଣ କରୋନା ପଜିଟିଭ ହେବା ପରେ ଜିନୋମ ସିକ୍ବେନ୍ସିଂ ପାଇଁ ସାମ୍ପୁଲ ପଠାଯାଇଥିଲା । ଆଜି ରିପୋର୍ଟ ଆସିବା ପରେ ସେମାନେ ଓମିକ୍ରନ ଷ୍ଟ୍ରେନରେ ଆକ୍ରାନ୍ତ ଥିବା ଜଣାପଡ଼ିଛି । ଡେଲଟା ତୁଳନାରେ ଓମିକ୍ରନ ୫ ଗୁଣା ଅଧିକ ସଂକ୍ରାମକ । ଦକ୍ଷିଣ ଅଫ୍ରିକାରୁ ପ୍ରଥମେ ମିଳିଥିଲା ଏହି ଭୂତାଣୁ । ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୯ଟି ଦେଶରେ ଓମିକ୍ରନ୍ ଭାରିଆଣ୍ଟର ୩୭୩ ଟି ମାମଲା ଚିହ୍ନଟ ହୋଇଛି।

ଆହୁରି ପଢ଼ନ୍ତୁ: ବ୍ରିକ୍ସ ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଲେ ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ: ଆଜି ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର