ମନୋରଞ୍ଜନ
ନୂଆ ଆଇଟି ନିୟମ ବିଜ୍ଞପ୍ତି ଜାରି; ଚଳିବନି ଟ୍ୱିଟର-ଫେସବୁକ୍ର ମନମାନୀ
ନୂଆଦିଲ୍ଲୀ : ଆଉ ଚଳିବନି ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମର ମନମାନୀ। ସୋସିଆଲ ମିଡିଆର କେଣ୍ଟେଣ୍ଟ କେତେ ଲୋକଙ୍କ ପାଖରେ ପହଞ୍ଚିବ କିମ୍ବା କେତେ ଲୋକ ଏହାକୁ ଦେଖୀପାରିବେ ତାହାକୁ ନେଇ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଆଉ ମନମୁଖୀ କାର୍ଯ୍ୟ କରିପାରିବେନାହିଁ। ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ନୂତନ ଆଇଟି ନିୟମ ଆଣିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା […]
ନୂଆଦିଲ୍ଲୀ : ଆଉ ଚଳିବନି ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମର ମନମାନୀ। ସୋସିଆଲ ମିଡିଆର କେଣ୍ଟେଣ୍ଟ କେତେ ଲୋକଙ୍କ ପାଖରେ ପହଞ୍ଚିବ କିମ୍ବା କେତେ ଲୋକ ଏହାକୁ ଦେଖୀପାରିବେ ତାହାକୁ ନେଇ ଟ୍ୱିଟର, ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଆଉ ମନମୁଖୀ କାର୍ଯ୍ୟ କରିପାରିବେନାହିଁ। ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ନୂତନ ଆଇଟି ନିୟମ ଆଣିଛନ୍ତି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଆଜି ବିଜ୍ଞପ୍ତି ଜାରି କରାଯାଇଛି।
ଏହି ନିୟମ ପରେ ଏଣିକି ସୋସିଆଲ ମିଡିଆ ପାଇଁ ଏକ କମିଟି ଗଠନ କରିବେ ସରକାର। ସୋସିଆଲ ମିଡିଆ ପ୍ଲାଟଫର୍ମରେ କଣ୍ଟେଣ୍ଟ ବା ବିଷୟବସ୍ତୁ ସମ୍ବନ୍ଧରେ ଅଭିଯୋଗ ଆସିଲେ ଏହି କମିଟି ତା’ର ବିଚାର କରିବ। ବିଜ୍ଞପ୍ତି ଅନୁସାରେ, ଆସନ୍ତା ତିନି ମାସ ମଧ୍ୟରେ ସରକାର ଏକ ସୋସିଆଲ ମିଡିଆ ଅଭିଯୋଗ ଶୁଣାଣି କମିଟି ଗଠନ କରିବେ। ଏହି କମିଟିରେ ଜଣେ ଅଧ୍ୟକ୍ଷ ଓ ୨ ଜଣ ସଦସ୍ୟ ରହିବେ। ସେମାନଙ୍କୁ ସରକାର ନିଯୁକ୍ତ କରିବେ। ସାମାଜିକ ଗଣମାଧ୍ୟମଗୁଡ଼ିକ ଦିନକୁ ଦିନ ଫେକ୍ ବା ମିଥ୍ୟା ଖବର ସହ ବିଭ୍ରାନ୍ତିମୂଳକ ଖବର ପ୍ରଚାର ପ୍ରସାର କରୁଥିବା ଅଭିଯୋଗ ହେଉଛି।
ନୂଆ ଆଇଟି ନିୟମ ଅନୁସାରେ ଯେ କୌଣସି ଆବେଦନର ସମାଧାନ ୩୦ ଦିନ ମଧ୍ୟରେ କରାଯିବ। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏକ ଟ୍ୱିଟ୍ ମାଧ୍ୟମରେ କହିଛନ୍ତି ଯେ ଏହି ନୂତନ ଆଇଟି ନିୟମ ଆମର ମୁକ୍ତ, ସୁରକ୍ଷିତ ତଥା ନିର୍ଭରଯୋଗ୍ୟ, ଉତ୍ତରଦାୟୀ ଇଣ୍ଟରନେଟର ଲକ୍ଷ୍ୟ ହାସଲ କରିବାରେ ପରବର୍ତ୍ତୀ ପଦକ୍ଷେପ ବୋଲି ପ୍ରମାଣିତ ହେବ। ଏହା ମଧ୍ୟ ସରକାର ଏବଂ ଇଣ୍ଟରନେଟ୍ ମଧ୍ୟସ୍ଥିଙ୍କ ମଧ୍ୟରେ ଏକ ନୂତନ ସହଭାଗିତାର ପ୍ରତୀକ ହେବ।