ରାଜ୍ୟସଭାରେ ଏନ୍‌ଡିଏ ହରାଇଲା ସଂଖ୍ୟାଗରିଷ୍ଠତା, ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ଖସିଲା

The Sakala Picture
Published On

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ଖସିଛି। ରାଜ୍ୟସଭାକୁ ମନୋନୀତ ତଥା ବିଜେପି ସମର୍ଥିତ ୪ ସାଂସଦଙ୍କ କାର୍ଯ୍ୟକାଳ ଶନିବାର ଶେଷ ହେବା ପରେ ସେମାନେ ଅବସର ନେଇଛନ୍ତି। ଏହାଦ୍ବାରା ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି। ବିଜେପି ସାଂସଦଙ୍କ ସଂଖ୍ୟା ହ୍ରାସ ସହିତ ରାଜ୍ୟସଭାରେ ଏନଡିଏର ଆସନ ସଂଖ୍ୟା ମଧ୍ୟ ୧୦୧କୁ ଖସିଛି। ଏହାଦ୍ବାରା ରାଜ୍ୟସଭାରେ ଏନଡିଏ ମଧ୍ୟ ସଂଖ୍ୟା ଗରିଷ୍ଠତା ହରାଇଛି। ବର୍ତ୍ତମାନ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୨୬ ଥିବା […]

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ଖସିଛି। ରାଜ୍ୟସଭାକୁ ମନୋନୀତ ତଥା ବିଜେପି ସମର୍ଥିତ ୪ ସାଂସଦଙ୍କ କାର୍ଯ୍ୟକାଳ ଶନିବାର ଶେଷ ହେବା ପରେ ସେମାନେ ଅବସର ନେଇଛନ୍ତି। ଏହାଦ୍ବାରା ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି। ବିଜେପି ସାଂସଦଙ୍କ ସଂଖ୍ୟା ହ୍ରାସ ସହିତ ରାଜ୍ୟସଭାରେ ଏନଡିଏର ଆସନ ସଂଖ୍ୟା ମଧ୍ୟ ୧୦୧କୁ ଖସିଛି। ଏହାଦ୍ବାରା ରାଜ୍ୟସଭାରେ ଏନଡିଏ ମଧ୍ୟ ସଂଖ୍ୟା ଗରିଷ୍ଠତା ହରାଇଛି।

ଆହୁରି ପଢ଼ନ୍ତୁ: ମୌସୁମୀର ମହାତାଣ୍ଡବ: ବର୍ଷା ଓ ବନ୍ୟାରେ ବେହାଲ ଅଧା ଭାରତ, ଅନେକ ରାଜ୍ୟକୁ ରେଡ୍ ଆଲର୍ଟ

ବର୍ତ୍ତମାନ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୨୬ ଥିବା ବେଳେ ୧୯ଟି ଆସନ ଖାଲି ପଡ଼ିଛି। ସଂଖ୍ୟା ଗରିଷ୍ଠତା ପାଇଁ ଯେକୌଣସି ଦଳ ପାଇଁ ୧୧୩ ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଏନଡିଏ ସାଂସଦଙ୍କ ସଂଖ୍ୟା ୧୦୧ ରହିଛି। ତେବେ ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ଉପ ନିର୍ବାଚନରେ ବିଜେପି ଆଉ କିଛି ଆସନ ହାତେଇବ ବୋଲି କୁହାଯାଉଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ବିଜେପି ସହ ଯେଉଁସବୁ ଅନ୍ୟ ଦଳର ମେଣ୍ଟ ରହିଛି ତଦ୍ବାରା ବିହାର , ମହାରାଷ୍ଟ୍ର ଏବଂ ଆସାମରେ ପ୍ରତ୍ୟେକ ଦୁଇଟି ଆସନ ସମେତ ହରିୟାଣା,ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ତ୍ରିପୁରାରେ ଗୋଟିଏ ଲେଖାଏ ଆସନରେ ଏନଡିଏ ବିଜୟୀ ହୋଇପାରେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ 'ଗଣତନ୍ତ୍ରର ବିଜୟ' କହିଲା CJP

ଏହାବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ୪ ସାଂସଦଙ୍କୁ ମନୋନୀତ କରି ରାଜ୍ୟସଭାକୁ ପଠାଇବେ। ସେମାନେ ଦଳମତ ନିର୍ବିଶେରେ ବିଜେପିକୁ ସମର୍ଥନ ଦେବାକୁ ପଛାଇବେ ନାହିଁ। ଏବେ ଏନଡିଏର ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ରାଜ୍ୟସଭାରେ କୌଣସି ବିଲ ପାସ୍ କରାଇବା ନେଇ କେନ୍ଦ୍ର ସରକାରଙ୍କ ପାଇଁ ଅସୁବିଧା ହେବ ନାହିଁ। ତେବେ ବିଜେପିକୁ ଏଥିପାଇଁ ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା ଦଳଗୁଡ଼ିକର ସହାୟତା ନେବାକୁ ପଡ଼ିବ। ଆଗକୁ ବଜେଟ୍ ଅଧିବେଶନ ହେବାକୁ ଯାଉଥିବା ବେଳେ ଏହି ସମୟରେ କେନ୍ଦ୍ର ସରକାର ଯଦି କୌଣସି ବିଲ ପାସ୍ କରାଇବାକୁ ଚାହିଁବେ ତେବେ ଦୁଇ ସ୍ୱାଧୀନ ସାଂସଦଙ୍କ ସମେତ ଏଆଇଏଡିଏମ୍‌କେ ଏବଂ ୱାଇଏସ୍ଆର କଂଗ୍ରେସର ସାଂସଦମାନଙ୍କ ସମର୍ଥନ ଲୋଡି ପାରିବେ। ୪ ମନୋନୀତ ସଦସ୍ୟଙ୍କ ଆସନ ପୂରଣ ହୋଇଗଲେ ଏନଡିଏକୁ ବିଲ୍ ପାସ୍ ପାଇଁ ଆଉ କୌଣସି ଦଳ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ରାକେଶ ସିହ୍ନା, ରାମ ସକଲ, ସୋନାଲ ମାନସିଂହ ଓ ମହେଶ ଜେଠମଲାନି ରାଜ୍ୟସଭାରୁ ଅବସର ନେଇଥିଲେ। ସେମାନଙ୍କୁ ମନୋନୀତ ସଦସ୍ୟ ଭାବେ ରାଜ୍ୟସଭାକୁ ପଠାଯାଇଥିଲା।

ଆହୁରି ପଢ଼ନ୍ତୁ: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ଗଣତନ୍ତ୍ରର ବିଜୟ କହିଲେ ସୋନମ ୱାଙ୍ଗଚୁକ୍‌, CJP ଏବଂ ଦେଶର ଜେନ୍‌ Zଙ୍କୁ ଅଭିନନ୍ଦନ ଜଣାଇଲେ

16 Jul 2024 By The Sakala

ରାଜ୍ୟସଭାରେ ଏନ୍‌ଡିଏ ହରାଇଲା ସଂଖ୍ୟାଗରିଷ୍ଠତା, ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ଖସିଲା

ନୂଆଦିଲ୍ଲୀ : ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ଖସିଛି। ରାଜ୍ୟସଭାକୁ ମନୋନୀତ ତଥା ବିଜେପି ସମର୍ଥିତ ୪ ସାଂସଦଙ୍କ କାର୍ଯ୍ୟକାଳ ଶନିବାର ଶେଷ ହେବା ପରେ ସେମାନେ ଅବସର ନେଇଛନ୍ତି। ଏହାଦ୍ବାରା ବିଜେପି ସାଂସଦଙ୍କ ସଂଖ୍ୟା ୮୬କୁ ହ୍ରାସ ପାଇଛି। ବିଜେପି ସାଂସଦଙ୍କ ସଂଖ୍ୟା ହ୍ରାସ ସହିତ ରାଜ୍ୟସଭାରେ ଏନଡିଏର ଆସନ ସଂଖ୍ୟା ମଧ୍ୟ ୧୦୧କୁ ଖସିଛି। ଏହାଦ୍ବାରା ରାଜ୍ୟସଭାରେ ଏନଡିଏ ମଧ୍ୟ ସଂଖ୍ୟା ଗରିଷ୍ଠତା ହରାଇଛି।

ବର୍ତ୍ତମାନ ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ୨୨୬ ଥିବା ବେଳେ ୧୯ଟି ଆସନ ଖାଲି ପଡ଼ିଛି। ସଂଖ୍ୟା ଗରିଷ୍ଠତା ପାଇଁ ଯେକୌଣସି ଦଳ ପାଇଁ ୧୧୩ ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି। ଏଭଳି ସ୍ଥିତିରେ ଏନଡିଏ ସାଂସଦଙ୍କ ସଂଖ୍ୟା ୧୦୧ ରହିଛି। ତେବେ ଖାଲି ପଡ଼ିଥିବା ଆସନ ପାଇଁ ଆସନ୍ତା କିଛି ସପ୍ତାହ ମଧ୍ୟରେ ହେବାକୁ ଥିବା ଉପ ନିର୍ବାଚନରେ ବିଜେପି ଆଉ କିଛି ଆସନ ହାତେଇବ ବୋଲି କୁହାଯାଉଛି। ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ବିଜେପି ସହ ଯେଉଁସବୁ ଅନ୍ୟ ଦଳର ମେଣ୍ଟ ରହିଛି ତଦ୍ବାରା ବିହାର , ମହାରାଷ୍ଟ୍ର ଏବଂ ଆସାମରେ ପ୍ରତ୍ୟେକ ଦୁଇଟି ଆସନ ସମେତ ହରିୟାଣା,ମଧ୍ୟପ୍ରଦେଶ,ରାଜସ୍ଥାନ ଏବଂ ତ୍ରିପୁରାରେ ଗୋଟିଏ ଲେଖାଏ ଆସନରେ ଏନଡିଏ ବିଜୟୀ ହୋଇପାରେ ବୋଲି କୁହାଯାଉଛି।

ଏହାବ୍ୟତୀତ କେନ୍ଦ୍ର ସରକାର ମଧ୍ୟ ୪ ସାଂସଦଙ୍କୁ ମନୋନୀତ କରି ରାଜ୍ୟସଭାକୁ ପଠାଇବେ। ସେମାନେ ଦଳମତ ନିର୍ବିଶେରେ ବିଜେପିକୁ ସମର୍ଥନ ଦେବାକୁ ପଛାଇବେ ନାହିଁ। ଏବେ ଏନଡିଏର ସଦସ୍ୟଙ୍କ ସଂଖ୍ୟା ହ୍ରାସ ପାଇଥିଲେ ହେଁ ରାଜ୍ୟସଭାରେ କୌଣସି ବିଲ ପାସ୍ କରାଇବା ନେଇ କେନ୍ଦ୍ର ସରକାରଙ୍କ ପାଇଁ ଅସୁବିଧା ହେବ ନାହିଁ। ତେବେ ବିଜେପିକୁ ଏଥିପାଇଁ ବିରୋଧୀ ଇଣ୍ଡିଆ ମେଣ୍ଟରେ ସାମିଲ ନଥିବା ଦଳଗୁଡ଼ିକର ସହାୟତା ନେବାକୁ ପଡ଼ିବ। ଆଗକୁ ବଜେଟ୍ ଅଧିବେଶନ ହେବାକୁ ଯାଉଥିବା ବେଳେ ଏହି ସମୟରେ କେନ୍ଦ୍ର ସରକାର ଯଦି କୌଣସି ବିଲ ପାସ୍ କରାଇବାକୁ ଚାହିଁବେ ତେବେ ଦୁଇ ସ୍ୱାଧୀନ ସାଂସଦଙ୍କ ସମେତ ଏଆଇଏଡିଏମ୍‌କେ ଏବଂ ୱାଇଏସ୍ଆର କଂଗ୍ରେସର ସାଂସଦମାନଙ୍କ ସମର୍ଥନ ଲୋଡି ପାରିବେ। ୪ ମନୋନୀତ ସଦସ୍ୟଙ୍କ ଆସନ ପୂରଣ ହୋଇଗଲେ ଏନଡିଏକୁ ବିଲ୍ ପାସ୍ ପାଇଁ ଆଉ କୌଣସି ଦଳ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ରାକେଶ ସିହ୍ନା, ରାମ ସକଲ, ସୋନାଲ ମାନସିଂହ ଓ ମହେଶ ଜେଠମଲାନି ରାଜ୍ୟସଭାରୁ ଅବସର ନେଇଥିଲେ। ସେମାନଙ୍କୁ ମନୋନୀତ ସଦସ୍ୟ ଭାବେ ରାଜ୍ୟସଭାକୁ ପଠାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର