ନାୟବ ସିଂହ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ : ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ସନ୍ଧ୍ୟାରେ ଶପଥ ଗ୍ରହଣ

The Sakala Picture
Published On

ନୂଆଦିଲ୍ଲୀ : ନାୟବ ସିଂହ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ଏନେଇ ଆଜି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ହେବା ସହ ନାୟବ ସିଂହଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। କୁହାଯାଉଛି ଯେ, ଆଜି ସନ୍ଧ୍ୟା ୫ଟା ବେଳେ ନାୟବ ସିଂହ ସୈନିହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ୫ଟି ନୂଆ ଚେହେରା ମଧ୍ୟ କ୍ୟାବିନେଟରେ ଯୋଗ ଦେବେ ବୋଲି କୁହାଯାଉଛି। ୫୪ ବର୍ଷିୟ ନାୟବ ସିଂହ ସୈନି ହେଉଛନ୍ତି […]

ନୂଆଦିଲ୍ଲୀ : ନାୟବ ସିଂହ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ଏନେଇ ଆଜି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ହେବା ସହ ନାୟବ ସିଂହଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। କୁହାଯାଉଛି ଯେ, ଆଜି ସନ୍ଧ୍ୟା ୫ଟା ବେଳେ ନାୟବ ସିଂହ ସୈନିହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ୫ଟି ନୂଆ ଚେହେରା ମଧ୍ୟ କ୍ୟାବିନେଟରେ ଯୋଗ ଦେବେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ଅନଶନ ଭାଙ୍ଗିବାକୁ ୩ ସର୍ତ୍ତ ରଖିଲେ ସୋନମ୍ ୱାଙ୍ଗଚୁକ୍: ନିଟ୍ ପ୍ରଶ୍ନପତ୍ର ଲିକ୍ ନେଇ ସରକାରଙ୍କୁ ଦାବି

୫୪ ବର୍ଷିୟ ନାୟବ ସିଂହ ସୈନି ହେଉଛନ୍ତି ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ। ଅମ୍ବାଲା ଜିଲ୍ଲାର ନାରାୟଣଗଡରେ ଥିବା ମିର୍ଜାପୁର ଗାଁର ବାସିନ୍ଦା ନାୟବ ମିରଟରେ ଚୌଧରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ସେ ଓକିଲାତି ପାଠ ପଢ଼ିଛନ୍ତି। ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନାୟବ ସୈନୀ ୨୦୧୪ରେ ପ୍ରଥମ ଥର ପାଇଁ ଅମ୍ବାଲା ଜିଲ୍ଲାର ନାରାୟଣଗଡ ବିଧାନସଭାରୁ ବିଧାୟକ ହୋଇଥିଲେ। ପରେ ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂଙ୍କୁ ୩ଲକ୍ଷ ୮୪ହଜାର ୫୯୧ ଭୋଟ ବ୍ୟବଧାନରେ ପରାସ୍ତ କରି ଜିତିଥିଲେ। ନାୟାବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରରୁ ବିଜେପି ଏମ୍‌ପି ମଧ୍ୟ ଅଟନ୍ତି। ନାୟାବ ହରିଆଣା ସରକାରରେ ମନ୍ତ୍ରୀ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ: ଗୋଟିଏ ଦିନରେ ଚାରି ଥର ଗୃହ ମୁଲତବୀ

ସୂଚନାଯୋଗ୍ୟ ଆଜି ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଛି। ଯାହା ଶୁଣିବାକୁ ମିଳୁଛି କି କ୍ୟାବିନେଟ ଭଙ୍ଗ କରିବା ପରେ ହରିଆନାରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବ ବିଜେପି।ଲୋକସଭାରେ ଗୋଟିଏ କିମ୍ବା ଦୁଇଟି ଆସନରେ ଲଢିବାକୁ ଚାହୁଁଥିଲା ଜେଜେପି । ହେଲେ ବିଜେପି ସମସ୍ତ ୧୦ଟି ଆସନରେ ଲଢିବାକୁ ଚାହୁଁଥିବା କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଶେଷରେ ବିଜେପି ସହ ମେଣ୍ଟରୁ ଓହରି ଯାଇଛି ଜେଜେପି ।

ଆହୁରି ପଢ଼ନ୍ତୁ: ନେପାଳରେ ହିଂସା: ସାମ୍ପ୍ରଦାୟିକ ସଂଘର୍ଷ ପରେ ପୋଲିସ ଗୁଳିରେ ଜଣେ ମୃତ, ୧୨ରୁ ଅଧିକ ଆହତ

12 Mar 2024 By The Sakala

ନାୟବ ସିଂହ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ : ବିଧାୟକ ଦଳ ବୈଠକରେ ନିଷ୍ପତ୍ତି, ସନ୍ଧ୍ୟାରେ ଶପଥ ଗ୍ରହଣ

ନୂଆଦିଲ୍ଲୀ : ନାୟବ ସିଂହ ସୈନି ହେବେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ। ଏନେଇ ଆଜି ବିଧାୟକ ଦଳର ବୈଠକରେ ନିଷ୍ପତ୍ତି ହେବା ସହ ନାୟବ ସିଂହଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଛି। କୁହାଯାଉଛି ଯେ, ଆଜି ସନ୍ଧ୍ୟା ୫ଟା ବେଳେ ନାୟବ ସିଂହ ସୈନିହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହା ସହିତ ୫ଟି ନୂଆ ଚେହେରା ମଧ୍ୟ କ୍ୟାବିନେଟରେ ଯୋଗ ଦେବେ ବୋଲି କୁହାଯାଉଛି।

୫୪ ବର୍ଷିୟ ନାୟବ ସିଂହ ସୈନି ହେଉଛନ୍ତି ଖଟ୍ଟରଙ୍କ ଘନିଷ୍ଠ ସହଯୋଗୀ। ଅମ୍ବାଲା ଜିଲ୍ଲାର ନାରାୟଣଗଡରେ ଥିବା ମିର୍ଜାପୁର ଗାଁର ବାସିନ୍ଦା ନାୟବ ମିରଟରେ ଚୌଧରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ସେ ଓକିଲାତି ପାଠ ପଢ଼ିଛନ୍ତି। ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ନାୟବ ସୈନୀ ୨୦୧୪ରେ ପ୍ରଥମ ଥର ପାଇଁ ଅମ୍ବାଲା ଜିଲ୍ଲାର ନାରାୟଣଗଡ ବିଧାନସଭାରୁ ବିଧାୟକ ହୋଇଥିଲେ। ପରେ ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, ଯେଉଁଠାରେ ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂଙ୍କୁ ୩ଲକ୍ଷ ୮୪ହଜାର ୫୯୧ ଭୋଟ ବ୍ୟବଧାନରେ ପରାସ୍ତ କରି ଜିତିଥିଲେ। ନାୟାବ ସିଂହ ଓବିସିର ସୌନି ସମ୍ପ୍ରଦାୟର ଅଟନ୍ତି। ବର୍ତ୍ତମାନ ସେ ହରିଆଣା ବିଜେପିର ସଭାପତି ଅଛନ୍ତି। ଏହା ବ୍ୟତୀତ ସେ କୁରୁକ୍ଷେତ୍ରରୁ ବିଜେପି ଏମ୍‌ପି ମଧ୍ୟ ଅଟନ୍ତି। ନାୟାବ ହରିଆଣା ସରକାରରେ ମନ୍ତ୍ରୀ ରହିଛନ୍ତି।

ସୂଚନାଯୋଗ୍ୟ ଆଜି ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ଭାଙ୍ଗିଛି। ଯାହା ଶୁଣିବାକୁ ମିଳୁଛି କି କ୍ୟାବିନେଟ ଭଙ୍ଗ କରିବା ପରେ ହରିଆନାରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ସରକାର ଗଠନ କରିବ ବିଜେପି।ଲୋକସଭାରେ ଗୋଟିଏ କିମ୍ବା ଦୁଇଟି ଆସନରେ ଲଢିବାକୁ ଚାହୁଁଥିଲା ଜେଜେପି । ହେଲେ ବିଜେପି ସମସ୍ତ ୧୦ଟି ଆସନରେ ଲଢିବାକୁ ଚାହୁଁଥିବା କେନ୍ଦ୍ରୀୟ ନେତୃତ୍ୱ ଚାହୁଁଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ଏବଂ ଶେଷରେ ବିଜେପି ସହ ମେଣ୍ଟରୁ ଓହରି ଯାଇଛି ଜେଜେପି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର