ନବୀନ ଓ ନୀତିଶଙ୍କୁ ମିଳୁ ଭାରତରତ୍ନ : କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ

The Sakala Picture
Published On

ଭୁବନେଶ୍ବର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହଙ୍କ ବଡ଼ ମନ୍ତବ୍ୟ । ଓଡ଼ିଶା ବିକାଶରେ ନବୀନଙ୍କ ଭୂମିକାକୁ ସ୍ୱୀକାର କରିଛନ୍ତି ବିଜେପି ନେତା ।  ବିହାରକୁ ଜଙ୍ଗଲରାଜରୁ ଉଦ୍ଧାର ପାଇଁ ନୀତିଶଙ୍କୁ ଓ ଓଡ଼ିଶା ବିକାଶରେ ନବୀନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ବିହାର ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି। ଏଥିସହ ସେ  ଉଭୟ ନବୀନ ଓ ନୀତିଶଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ […]

ଭୁବନେଶ୍ବର: କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହଙ୍କ ବଡ଼ ମନ୍ତବ୍ୟ । ଓଡ଼ିଶା ବିକାଶରେ ନବୀନଙ୍କ ଭୂମିକାକୁ ସ୍ୱୀକାର କରିଛନ୍ତି ବିଜେପି ନେତା ।  ବିହାରକୁ ଜଙ୍ଗଲରାଜରୁ ଉଦ୍ଧାର ପାଇଁ ନୀତିଶଙ୍କୁ ଓ ଓଡ଼ିଶା ବିକାଶରେ ନବୀନଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି ବିହାର ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି। ଏଥିସହ ସେ  ଉଭୟ ନବୀନ ଓ ନୀତିଶଙ୍କୁ ଭାରତରତ୍ନ ଦେବାକୁ ପ୍ରସ୍ତାବ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଦେଶବ୍ୟାପୀ ରାଜନୀତି ପଣ୍ଡିତଙ୍କ ପାଇଁ ନବୀନଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟପ୍ରଣାଳୀ, ନୀତି ନିର୍ଦ୍ଧାରଣ ଯେତିକି ଆକର୍ଷକ; ତାଙ୍କର ଜନମଙ୍ଗଳକାରୀ ଯୋଜନା, ଦୁର୍ନୀତି ବିରୋଧୀ ଶୂନ୍ୟ ସହନଶୀଳତା, ବିପର୍ଯ୍ୟୟ ପରିଚାଳନା, ମହିଳା ସଶକ୍ତିକରଣର ସୂତ୍ର ଅନ୍ୟ ରାଜନୈତିକ ଦଳ ପାଇଁ ବର୍ମୁଡ଼ା ତ୍ରିଭୂଜର ରହସ୍ୟ ପରି ଅବୁଝା ହୋଇ ରହିଛି। ଦୂରଦୃଷ୍ଟିସମ୍ପନ୍ନ ଏବଂ କର୍ମଯୋଗୀ ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷ ଧରି  ନିରନ୍ତର ସେବାର ମୂଳମନ୍ତ୍ର ହେଉଛି ଏକ ସମୃଦ୍ଧ, ସଶକ୍ତ ଓ ସ୍ୱାଭିମାନୀ ନୂତନ ଓଡ଼ିଶା ଗଠନ। ଯାହାପାଇଁ ସେ ଅସମାନତା, ଦୁର୍ନୀତି ଏବଂ ସାମ୍ପ୍ରଦାୟିକତା ବିରୁଦ୍ଧରେ ପଦକ୍ଷେପ ନେଇ ସଶକ୍ତୀକରଣ ଓ ବିକାଶକୁ ହିଁ ପ୍ରାଥମିକତା ଦେଇ ଆସିଥିଲେ । ଯାହାକୁ ନେଇ ଦେଶଠାରୁ ଆରମ୍ଭ କରି ବିଶ୍ୱସ୍ତରରେ ଲଗାତାର ଭାବେ ତାଙ୍କୁ ପ୍ରଶଂସା ମିଳିଛି, ସମ୍ମାନର ସୁଅ ଛୁଟିଛି। ପ୍ରଶଂସକମାନଙ୍କ ପାଇଁ ନବୀନ ଏକ ବିସ୍ମୟ ବ୍ୟକ୍ତିତ୍ୱ, ବିରୋଧୀ ଓ ସମାଲୋଚକମାନଙ୍କ ପାଇଁ ସେ ଚିର ଅବୋଧ୍ୟ। ସାମାଜିକ ଗଣମାଧ୍ୟମରେ ତାଙ୍କର ଅନୁଗାମୀଙ୍କ ସଂଖ୍ୟା ଅକଳନ ଏବଂ ଜାତୀୟ ଗଣମାଧ୍ୟମର ଆକଳନ ଅନୁସାରେ ରାଜ୍ୟରେ ସବୁଠୁ ଲୋକପ୍ରିୟ ହେଉଛନ୍ତି ନବୀନ।।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ସେବେଠୁ ନବୀନ ହୋଇଯାଇଥିଲେ ଓଡ଼ିଶା ରାଜନୀତିର ଅପ୍ରତିଦ୍ବନ୍ଦୀ ଜନନାୟକ । ଲଗାତାର ୨୪ ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କର ସେବା କରିଆସିଛନ୍ତି । ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇଥିବା ମହାନ ଜନନେତା ହେଉଛନ୍ତି ନବୀନ । ତାଙ୍କ ଦୃଢ ନେତୃତ୍ବରେ ଓଡ଼ିଶାକୁ ଅଗ୍ରଣୀ କରିଛି । ଶିକ୍ଷାଠୁ ସ୍ବାସ୍ଥ୍ୟ, ଶିଳ୍ପଠୁ କ୍ରୀଡ଼ା ସବୁ କ୍ଷେତ୍ରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର ପରିଚୟ । ରାଜ୍ୟର ବିକାଶ ପାଇଁ ନବୀନଙ୍କ ଯୁଗାନ୍ତକାରି ପଦକ୍ଷେପକୁ ବିଶ୍ବବ୍ୟାଙ୍କ, ନୀତି ଆୟୋଗ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଭଳି ଅନ୍ତରାଷ୍ଟ୍ରୀୟ ସ୍ତରର ସଂସ୍ଥା ଓ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି । ନବୀନଙ୍କ ଜୀବନବ୍ୟାପୀ ସାଧନା ସମସ୍ତଙ୍କ ପାଇଁ ପ୍ରେରଣା । ତାଙ୍କ ସେବା ନୀତି ଓ ଓଡ଼ିଶା ପ୍ରତି ଅବଦାନ ରାଜ୍ୟବାସୀଙ୍କ ମନରେ ଲିପିବଦ୍ଧ । ୨୦୨୪ ନିର୍ବାଚନରେ ବିଜେଡି ପରାଜିତ ହୋଇଥିଲେ ମଧ୍ୟ ଏବେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର