ମହାକାଶ ଗବେଷଣା କ୍ଷେତ୍ରରେ ଯୋଡ଼ି ହୋଇଛି ଆଉ ଏକ ମାଇଲ ଖୁଣ୍ଟ, ନାସା ଉଠାଇଛି ଗାଲାକ୍ସିର ରଙ୍ଗୀନ ଚିତ୍ର

The Sakala Picture
Published On

ଓ୍ୱାସିଂଟନ :ମହାକାଶ ଗବେଷଣାରେ ଯୋଡ଼ି ହୋଇଛି ଆଉ ଏକ ମାଇଲ ଖୁଣ୍ଟ। ଆମେରିକାର ମହାକାଶ ସଂସ୍ଥା ନାସା ପକ୍ଷରୁ ଗାଲାକ୍ସିର ପ୍ରଥମ ରଙ୍ଗୀନ ଚିତ୍ର ଛଡାଯାଇଛି। ଯାହାକି ଏପର୍ୟ୍ୟନ୍ତ ଦେଖାଯାଇଥିବା ବ୍ରହ୍ମାଣ୍ଡର ସର୍ବୋଚ୍ଚ ହାଇ ରିଜୋଲ୍ୟୁସନ୍ ଫଟୋ। ନାସା ବିଶ୍ୱର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ “ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ” ରୁ ଏହି ଫଟୋ ଉଠାଇଛି। ଏହା ବ୍ରହ୍ମାଣ୍ଡର ପ୍ରଥମ ପୂର୍ଣ୍ଣ ରଙ୍ଗୀନ୍ ଛବି ।ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଫଟୋ ଜାରି […]

ଓ୍ୱାସିଂଟନ :ମହାକାଶ ଗବେଷଣାରେ ଯୋଡ଼ି ହୋଇଛି ଆଉ ଏକ ମାଇଲ ଖୁଣ୍ଟ। ଆମେରିକାର ମହାକାଶ ସଂସ୍ଥା ନାସା ପକ୍ଷରୁ ଗାଲାକ୍ସିର ପ୍ରଥମ ରଙ୍ଗୀନ ଚିତ୍ର ଛଡାଯାଇଛି। ଯାହାକି ଏପର୍ୟ୍ୟନ୍ତ ଦେଖାଯାଇଥିବା ବ୍ରହ୍ମାଣ୍ଡର ସର୍ବୋଚ୍ଚ ହାଇ ରିଜୋଲ୍ୟୁସନ୍ ଫଟୋ। ନାସା ବିଶ୍ୱର ସର୍ବବୃହତ ତଥା ଶକ୍ତିଶାଳୀ ମହାକାଶ ଟେଲିସ୍କୋପ “ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ” ରୁ ଏହି ଫଟୋ ଉଠାଇଛି। ଏହା ବ୍ରହ୍ମାଣ୍ଡର ପ୍ରଥମ ପୂର୍ଣ୍ଣ ରଙ୍ଗୀନ୍ ଛବି ।ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏହି ଫଟୋ ଜାରି କରି ଏହାକୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି କହିଛନ୍ତି । ଜ୍ୟୋତିର୍ବିଜ୍ଞାନ ଏବଂ ମହାକାଶ ଅନୁସନ୍ଧାନ ପାଇଁ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଆମେରିକା ଓ ସମସ୍ତ ମାନବିକତାକୁ ଏହା ସମର୍ପିତ ବୋଲି ବାଇଡେନ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମହାକାଶରେ ଅସ୍ତ୍ରଶସ୍ତ୍ର ମୁତୟନ ନେଇ ଆମେରିକାର ସ୍ୱୀକାରୋକ୍ତି: ପ୍ରଥମ ଥର ପାଇଁ ଖୋଲାଖୋଲି ଘୋଷଣା କଲା ୟୁଏସ୍ ସ୍ପେସ୍ ଫୋର୍ସ


ନାସା ପକ୍ଷରୁ ବ୍ରହ୍ମାଣ୍ଡର ପ୍ରଥମ ରଙ୍ଗୀନ ପ୍ରତିଛବିକୁ ଜାରି କରି ଅଭିନନ୍ଦନ ଜଣାଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଏହି ଚିତ୍ରରେ ମହାକାଶରେ ବୁଲୁଥିବା ଶହ ଶହ ଗ୍ରହ, ଗ୍ରହାଣୁ ପୁଞ୍ଜ ଚିତ୍ର ସ୍ପଷ୍ଟ ଦୃଶ୍ୟମାନ ହେଉଛନ୍ତି। ଗତକାଲି ହ୍ୱାଇଟ ହାଉସରେ ‘ଜେମ୍ସ ୱେବ୍ ସ୍ପେସ୍’ ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ପ୍ରଥମ ପ୍ରତିଛବିକୁ ଉନ୍ମୋଚନା କରିଛନ୍ତି ବାଇଡେନ। ଏହି ଅବସରରେ ନାସା ଆଡମିନିଷ୍ଟ୍ରେଟର ବିଲ୍ ନେଲସନ ମଧ୍ୟ ଉପସ୍ଥିତ ଥିଲେ। ଏହି ଫଟୋରେ ବ୍ରହ୍ମାଣ୍ଡର ସବୁଠାରୁ ସ୍ପଷ୍ଟ ଦୃଶ୍ୟ ଦେଖିବାକୁ ମିଳିଛି । ଜୁଲାଇ ୧୨ ତାରିଖରେ ଅର୍ଥାତ ଆଜି ଅବଶିଷ୍ଟ ହାଇ ରିଜୋଲ୍ୟୁସନ ରଙ୍ଗୀନ ଫଟୋ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି ।


ବାଇଡେନ ଜାରି କରିଥିବା ପ୍ରଥମ ପ୍ରତିଛବିରେ ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗହୀର ଦୃଶ୍ୟ ଦେଖାଯାଇଛି, ଯାହାକି ପୂର୍ବରୁ କେବେ ଦୃଶ୍ୟମାନ ହୋଇ ନ ଥିଲା। ନେଲସନ ଏକ ବିବୃତିରେ କହିଛନ୍ତି ଯେ ଏହା ବ୍ରହ୍ମାଣ୍ଡର ସବୁଠୁ ଅଧିକ ଗଭୀରତମ ଚିତ୍ର। ବାକି ହାଇ-ରିଜୋଲ୍ୟୁସନ୍ ରଙ୍ଗୀନ ଚିତ୍ରଗୁଡ଼ିକ ଆସନ୍ତା ୧୨ରେ ପ୍ରକାଶ ପାଇବ। ଯାହା ନାସାର ୱେବସାଇଟ୍ ପରିଦର୍ଶନ କରି ମଧ୍ୟ ଦେଖିହେବ। ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ୍ ମଧ୍ୟ ନାସାର ଏହି ସଫଳତାରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ରୋମାଞ୍ଚକର ମୁହୂର୍ତ୍ତ। ଆଜି ବ୍ରହ୍ମାଣ୍ଡରେ ଏକ ରୋମାଞ୍ଚକର ନୂତନ ଅଧ୍ୟାୟ ସୃଷ୍ଟି ହେଲା ବୋଲି କହିଛନ୍ତି ଉପ ରାଷ୍ଟ୍ରପତି ହାରିସ୍‌।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର