ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ଆଜି ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ରେ ଚନ୍ଦ୍ରକୁ ମଣିଷ ପଠାଉଛି ଆମେରିକା, ସନ୍ଧ୍ୟାରେ ଆର୍ଟେମିସ-୧ ଲଞ୍ଚ କରିବ ନାସା

The Sakala Picture
Published On

ୱାସିଂଟନ : ପୁଣିଥରେ ନାସାର ମିଶନ ମୁନ୍।୫୦ ବର୍ଷ ତଳର ଇତିହାସ ପୁଣି ଦୋହରାଇବ ନାସା । ଚନ୍ଦ୍ର ପୃଷ୍ଠରେ ପୁଣି ଥରେ ପାଦ ରଖିବ ମଣିଷ । ବହୁତ ଲମ୍ବା ବ୍ୟବଧାନ ପରେ ନାସା ଶକ୍ତିଶାଳୀ ରକେଟ୍ ଲଞ୍ଚ କରିବ । ନାସାର ସ୍ୱତନ୍ତ୍ର ମିଶନ ଆର୍ଟେମିସ୍ ସୋମବାର ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ୫୦ ବର୍ଷ ପରେ ନାସାର ନୂଆ ମୁନ୍ ରକେଟ୍ ହେବ ପରୀକ୍ଷଣ । ଚନ୍ଦ୍ର କକ୍ଷ ପଥରେ ଦୀର୍ଘ […]

ୱାସିଂଟନ : ପୁଣିଥରେ ନାସାର ମିଶନ ମୁନ୍।୫୦ ବର୍ଷ ତଳର ଇତିହାସ ପୁଣି ଦୋହରାଇବ ନାସା । ଚନ୍ଦ୍ର ପୃଷ୍ଠରେ ପୁଣି ଥରେ ପାଦ ରଖିବ ମଣିଷ । ବହୁତ ଲମ୍ବା ବ୍ୟବଧାନ ପରେ ନାସା ଶକ୍ତିଶାଳୀ ରକେଟ୍ ଲଞ୍ଚ କରିବ । ନାସାର ସ୍ୱତନ୍ତ୍ର ମିଶନ ଆର୍ଟେମିସ୍ ସୋମବାର ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ୫୦ ବର୍ଷ ପରେ ନାସାର ନୂଆ ମୁନ୍ ରକେଟ୍ ହେବ ପରୀକ୍ଷଣ । ଚନ୍ଦ୍ର କକ୍ଷ ପଥରେ ଦୀର୍ଘ ସମୟ ପର୍ୟ୍ୟନ୍ତ ରହିବ ଆଉ ତା ପରେ ଫେରିଆସିବ । ୧୯୭୨ ପରେ ପ୍ରଥମଥର ଏହି ଆର୍ଟେମିସ୍-୧ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ନେଇଯିବ । ଏହି ସ୍ୱତନ୍ତ୍ର ମିଶନକୁ ଆପୋଲୋ ଅନୁସାରେ ଆର୍ଟେମିସ୍ ରଖାଯାଇଛି ।

ଆହୁରି ପଢ଼ନ୍ତୁ: ଜରୁରୀକାଳୀନ ଅବତରଣ ବେଳେ ରନୱେରେ ବିସ୍ଫୋରଣ: ଆମେରିକୀୟ ବ୍ୟବସାୟିକ ଜେଟ୍ ଦୁର୍ଘଟଣାରେ ୨ ମୃତ

‘ଆପୋଲୋ’ ଅଭିଯାନ ବନ୍ଦ ହେବାର ପ୍ରାୟ ୫୦ ବର୍ଷ ପରେ ଆମେରିକାରର ‘ନାସା’ ପୁଣି ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପାଇଁ ଉଦ୍ୟମ କରୁଛି। ସେଥିପାଇଁ ଆଜି ‘ନାସା’ କେପ୍‌ କାନେଭେରାଲ୍‌ରୁ ପ୍ରଥମ କରି ଚନ୍ଦ୍ରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଆଟେମିଜ୍‌-୧’ର ସର୍ବ ପ୍ରଥମ ଅଭିଯାନ ଆରମ୍ଭ କରିବ। ଆଜି ସନ୍ଧ୍ୟା ୬ଟା ବେଳେ କେନେଡି ଲଞ୍ଚ୍‌ ପ୍ୟାଡ୍‌ ୩୯ବିରୁ ଉପରୋକ୍ତ ରକେଟ୍‌ ଉତ୍‌କ୍ଷେପଣ କରାଯିବ। ଏହି ରକେଟ୍‌ ୪୨ ଦିନ ମଧ୍ୟରେ ଚନ୍ଦ୍ରକୁ ଯାଇ ପୁଣି ପୃଥିବୀକୁ ଫେରିଆସିବ।

ଆହୁରି ପଢ଼ନ୍ତୁ: ମୁମ୍ବାଇରେ ଘର କିଣିବାକୁ ଦିଲ୍ଲୀ ଲୋକଙ୍କ ଆଗ୍ରହ: ୨୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଫ୍ଲାଟ୍ କିଣିବାରେ ଲାଗିଛି ପ୍ରତିଯୋଗିତା

ଆପୋଲୋ ମିଶନ ହେଉଛି ପ୍ରଥମ ମାହାକାଶଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା । ଆଉ ଏବେ ଆର୍ଟେମିସ୍ ୧୯୭୨ ପରେ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ନେବାକୁ ପ୍ରସ୍ତୁତ ହୋଇଛି । ଅଗଷ୍ଟ ୨୯ ସୋମବାର କେନେଡି ସ୍ପେସ୍ ସେଣ୍ଟରରୁ ଯାତ୍ରା ଆରମ୍ଭ ହେବ । ନାସା ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଏହି ଆର୍ଟେମିସ୍ ଲଞ୍ଚ କରିବ । ଯାହା ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ଏହି ପରୀକ୍ଷଣ ଯଦି କିଛି ବିଫଳ ହୁଏ । ଏହାକୁ କମ୍ କରାଯାଇପାରେ ବୋଲି ନାସା ଅଧିକାରୀ ମାନେ ସତର୍କତା ଜାରି କରିଛନ୍ତି । ଏହି ଆର୍ଟେମିସ୍ ୨୦୨୪ରେ ଏକ ପୁର୍ଣ୍ଣଚନ୍ଦ୍ର ମିଶନରେ ଯିବେ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରର ଦକ୍ଷିଣପୋଲାର ଅଞ୍ଚଳରେ ୧୩ଟି ଅବତରଣ କ୍ଷେତ୍ର ଚିହ୍ନଟ କରିଛି ।

ଆର୍ଟେମିସ୍ ମିଶନରେ ଅବତରଣ ପାଇଁ ଏଥିମଧ୍ୟରୁ ଗୋଟିଏ ଚୟନ କରାଯିବ । ଆଉ ୨୦୨୪ରେ ଏହି ଆର୍ଟେମିସ୍ ଚନ୍ଦ୍ରକୁ ଯିବ । ଏହି ଟ୍ରାଏଲ ରନ୍ ଉପରେ ଅନେକ କିଛି ନିର୍ଭର କରୁଛି । ଚନ୍ଦ୍ର, ମଙ୍ଗଳ ଓ ଏହାର ପରବର୍ତ୍ତୀ ଅନୁସନ୍ଧାନର ଏକ ସ୍ଥାୟୀ କାର୍ୟ୍ୟକ୍ରମରେ ଏହା ପଦକ୍ଷେପ ହୋଇଥିବା ବେଳେ ଏହି ଏକକ ମିଶନର ମୂଲ୍ୟ ୪ ବିଲିୟନ ଡଲାରରୁ ଅଧିକ ରହିଛି । ସେହିଭଳି ଆରମ୍ଭରୁୂ ୨୦୨୫ ଚନ୍ଦ୍ର ଅବତରଣ ପର୍ୟ୍ୟନ୍ତ ଆହୁରି ଅଧିକ ୯୩ବିଲିୟନ୍ ଡଲାର ଖର୍ଚ୍ଚ ହୋବର ଅନୁମାନ କରାଯାଉଛି । ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ପୂର୍ବରୁ ଏହି ପରୀକ୍ଷଣ କରଯାଉଛି । ଏଥିରେ କୌଣସି କ୍ରୁ’ ମେମ୍ବରଙ୍କୁ ରଖାଯାଇନି । ମଣିଷ ବଦଳରେ ପରୀକ୍ଷଣରେ ସ୍ନୁପି ସଫ୍ଟ ଟୟ ରଖାଯାଇଛି । ଯାହାକି ସେଠାରେ ଥିବା ରେଡିଏସନ ଲେବୁଲ ମୂଲ୍ୟାଙ୍କନ କରିବାରେ ସହାୟକ ହୋଇପାରିବ । ଚନ୍ଦ୍ର ଚାରିପାଖରେ ଏହା ପ୍ରାୟ ୪୨ ଦିନର ଯାତ୍ରା କରିବ ।

29 Aug 2022 By The Sakala

ଆଜି ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ରେ ଚନ୍ଦ୍ରକୁ ମଣିଷ ପଠାଉଛି ଆମେରିକା, ସନ୍ଧ୍ୟାରେ ଆର୍ଟେମିସ-୧ ଲଞ୍ଚ କରିବ ନାସା

ୱାସିଂଟନ : ପୁଣିଥରେ ନାସାର ମିଶନ ମୁନ୍।୫୦ ବର୍ଷ ତଳର ଇତିହାସ ପୁଣି ଦୋହରାଇବ ନାସା । ଚନ୍ଦ୍ର ପୃଷ୍ଠରେ ପୁଣି ଥରେ ପାଦ ରଖିବ ମଣିଷ । ବହୁତ ଲମ୍ବା ବ୍ୟବଧାନ ପରେ ନାସା ଶକ୍ତିଶାଳୀ ରକେଟ୍ ଲଞ୍ଚ କରିବ । ନାସାର ସ୍ୱତନ୍ତ୍ର ମିଶନ ଆର୍ଟେମିସ୍ ସୋମବାର ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ । ୫୦ ବର୍ଷ ପରେ ନାସାର ନୂଆ ମୁନ୍ ରକେଟ୍ ହେବ ପରୀକ୍ଷଣ । ଚନ୍ଦ୍ର କକ୍ଷ ପଥରେ ଦୀର୍ଘ ସମୟ ପର୍ୟ୍ୟନ୍ତ ରହିବ ଆଉ ତା ପରେ ଫେରିଆସିବ । ୧୯୭୨ ପରେ ପ୍ରଥମଥର ଏହି ଆର୍ଟେମିସ୍-୧ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ନେଇଯିବ । ଏହି ସ୍ୱତନ୍ତ୍ର ମିଶନକୁ ଆପୋଲୋ ଅନୁସାରେ ଆର୍ଟେମିସ୍ ରଖାଯାଇଛି ।

‘ଆପୋଲୋ’ ଅଭିଯାନ ବନ୍ଦ ହେବାର ପ୍ରାୟ ୫୦ ବର୍ଷ ପରେ ଆମେରିକାରର ‘ନାସା’ ପୁଣି ଚନ୍ଦ୍ରକୁ ମହାକାଶଚାରୀ ପଠାଇବା ପାଇଁ ଉଦ୍ୟମ କରୁଛି। ସେଥିପାଇଁ ଆଜି ‘ନାସା’ କେପ୍‌ କାନେଭେରାଲ୍‌ରୁ ପ୍ରଥମ କରି ଚନ୍ଦ୍ରକୁ ବିଶ୍ବର ସବୁଠୁ ଶକ୍ତିଶାଳୀ ରକେଟ୍‌ ‘ଆଟେମିଜ୍‌-୧’ର ସର୍ବ ପ୍ରଥମ ଅଭିଯାନ ଆରମ୍ଭ କରିବ। ଆଜି ସନ୍ଧ୍ୟା ୬ଟା ବେଳେ କେନେଡି ଲଞ୍ଚ୍‌ ପ୍ୟାଡ୍‌ ୩୯ବିରୁ ଉପରୋକ୍ତ ରକେଟ୍‌ ଉତ୍‌କ୍ଷେପଣ କରାଯିବ। ଏହି ରକେଟ୍‌ ୪୨ ଦିନ ମଧ୍ୟରେ ଚନ୍ଦ୍ରକୁ ଯାଇ ପୁଣି ପୃଥିବୀକୁ ଫେରିଆସିବ।

ଆପୋଲୋ ମିଶନ ହେଉଛି ପ୍ରଥମ ମାହାକାଶଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା । ଆଉ ଏବେ ଆର୍ଟେମିସ୍ ୧୯୭୨ ପରେ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ନେବାକୁ ପ୍ରସ୍ତୁତ ହୋଇଛି । ଅଗଷ୍ଟ ୨୯ ସୋମବାର କେନେଡି ସ୍ପେସ୍ ସେଣ୍ଟରରୁ ଯାତ୍ରା ଆରମ୍ଭ ହେବ । ନାସା ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଏହି ଆର୍ଟେମିସ୍ ଲଞ୍ଚ କରିବ । ଯାହା ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ଏହି ପରୀକ୍ଷଣ ଯଦି କିଛି ବିଫଳ ହୁଏ । ଏହାକୁ କମ୍ କରାଯାଇପାରେ ବୋଲି ନାସା ଅଧିକାରୀ ମାନେ ସତର୍କତା ଜାରି କରିଛନ୍ତି । ଏହି ଆର୍ଟେମିସ୍ ୨୦୨୪ରେ ଏକ ପୁର୍ଣ୍ଣଚନ୍ଦ୍ର ମିଶନରେ ଯିବେ । ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରର ଦକ୍ଷିଣପୋଲାର ଅଞ୍ଚଳରେ ୧୩ଟି ଅବତରଣ କ୍ଷେତ୍ର ଚିହ୍ନଟ କରିଛି ।

ଆର୍ଟେମିସ୍ ମିଶନରେ ଅବତରଣ ପାଇଁ ଏଥିମଧ୍ୟରୁ ଗୋଟିଏ ଚୟନ କରାଯିବ । ଆଉ ୨୦୨୪ରେ ଏହି ଆର୍ଟେମିସ୍ ଚନ୍ଦ୍ରକୁ ଯିବ । ଏହି ଟ୍ରାଏଲ ରନ୍ ଉପରେ ଅନେକ କିଛି ନିର୍ଭର କରୁଛି । ଚନ୍ଦ୍ର, ମଙ୍ଗଳ ଓ ଏହାର ପରବର୍ତ୍ତୀ ଅନୁସନ୍ଧାନର ଏକ ସ୍ଥାୟୀ କାର୍ୟ୍ୟକ୍ରମରେ ଏହା ପଦକ୍ଷେପ ହୋଇଥିବା ବେଳେ ଏହି ଏକକ ମିଶନର ମୂଲ୍ୟ ୪ ବିଲିୟନ ଡଲାରରୁ ଅଧିକ ରହିଛି । ସେହିଭଳି ଆରମ୍ଭରୁୂ ୨୦୨୫ ଚନ୍ଦ୍ର ଅବତରଣ ପର୍ୟ୍ୟନ୍ତ ଆହୁରି ଅଧିକ ୯୩ବିଲିୟନ୍ ଡଲାର ଖର୍ଚ୍ଚ ହୋବର ଅନୁମାନ କରାଯାଉଛି । ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ପୂର୍ବରୁ ଏହି ପରୀକ୍ଷଣ କରଯାଉଛି । ଏଥିରେ କୌଣସି କ୍ରୁ’ ମେମ୍ବରଙ୍କୁ ରଖାଯାଇନି । ମଣିଷ ବଦଳରେ ପରୀକ୍ଷଣରେ ସ୍ନୁପି ସଫ୍ଟ ଟୟ ରଖାଯାଇଛି । ଯାହାକି ସେଠାରେ ଥିବା ରେଡିଏସନ ଲେବୁଲ ମୂଲ୍ୟାଙ୍କନ କରିବାରେ ସହାୟକ ହୋଇପାରିବ । ଚନ୍ଦ୍ର ଚାରିପାଖରେ ଏହା ପ୍ରାୟ ୪୨ ଦିନର ଯାତ୍ରା କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର